ଶିବରାତ୍ରି ଅବସରରେ ଯୋଡାଲିଙ୍ଗଙ୍କ ପୀଠରେ ଭକ୍ତଙ୍କ ଗହଳି

0

ସୁଆଣ୍ଡୋ : ପୁରୀଜିଲାର ପ୍ରମୁଖ ଶୈବପୀଠ ଯୋଡାଲିଙ୍ଗଙ୍କ ମନ୍ଦିରରେ ଶିବରାତ୍ରି ଅବସରରେ ଭୋର ଚାରିଟାରୁ ଭକ୍ତଙ୍କ ଗହଳି ଲାଗି ରହିଛି । ଶ୍ରଦ୍ଧାଳୁ ମାନେ ଧାଡିରେ ଯାଇ ସାଙ୍ଗରେ ବେଲପତ୍ର, ଅରଖ, କନିଅର, ଦୁର୍ଦୁରା, କେତକୀ ଆଦି ଫୁଲ ନଡ଼ିଆ, ଭୋଗ, ଧୂପ, ଦୀପ ନେଇ ଠାକୁରଙ୍କୁ ପୂଜାର୍ଚ୍ଚନା କରିଛନ୍ତି । ରବିବାର ରାତି ଦୁଇଟାରୁ ଦେବନୀତି ଆରମ୍ଭ କରାଯାଇ ଥିଲା । ବିଳମ୍ବିତ ରାତିରେ ଠାକୁରଙ୍କ ମହାଦୀପ ଉଠିବ । ଜିଲାର ବିଭିନ୍ନ ସେବା ସଙ୍ଗଠନ ପକ୍ଷରୁ ସେବା ଶିବିର ଖୋଲାଯାଇଛି । ମେଳା ପଡିଆରେ ଶତାଧିକ ଦୋକାନ ବସିଛି । ଶାନ୍ତିଶୃଙ୍ଖଳା ରକ୍ଷା ଟ୍ରାଫିକ ନିୟନ୍ତ୍ରଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ସଦର ଥାନା ଆଇଆଇସିଙ୍କ ସମେତ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ପୁରୀର ପ୍ରସିଦ୍ଧ ଚୁଡାଘଷା ପ୍ରସ୍ତୁତ କରାଯାଇ ଦିଅଁଙ୍କୁ ଭୋଗ ଲାଗି କରାଯାଉଛି । ରାତିରେ ଭଜନ ସମାରୋହ ଅନୁଷ୍ଠିତ ହେବାର ରହିଛି । ଶାନ୍ତିଶୃଙ୍ଖଳାରେ ଠାକୁରଙ୍କ ଯାତ୍ରା ଅନୁଷ୍ଠିତ ହୋଇଛି । ତେବେ ବୟସ୍କ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ସେପରି କିଛି ସୁବିଧା କରାଯାଇ ନଥିବା ଜଣାପଡିଛି ।

Leave A Reply