www.samajalive.in
Saturday, December 6, 2025
15.1 C
Bhubaneswar

ୟୁଏସ୍‌ ଓପନ : ଆନିସିମୋଭା-ସାବାଲେଙ୍କା ଫାଇନାଲ

ନ୍ୟୁୟର୍କ : ଏଠାରେ ଚାଲିଥିବା ୟୁଏସ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ମହିଳା ଏକକ ଫାଇନାଲରେ ଆମାଣ୍ଡା ଆନିସିମୋଭା ଓ ଆରିନା ସାବାଲେଙ୍କା ପ୍ରବେଶ କରିଛନ୍ତି। ଶୁକ୍ରବାର ମହିଳା ଏକକ ପ୍ରଥମ ସେମିଫାଇନାଲରେ ଆମେରିକାର ୮ମ ସିଡ୍‌ ଆମାଣ୍ଡା ଆନିସିମୋଭା ୬-୭, ୭-୬ ଓ ୬-୩ ରେ ଜାପାନର ୨୩ମ ସିଡ୍‌ ନାଓମି ଓସାକାଙ୍କୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛନ୍ତି। ଚଳିତ ବର୍ଷ ଆନିସିମୋଭା ଦ୍ବିତୀୟ ଥର ପାଇଁ ଏକ ଗ୍ରାଣ୍ଡସ୍ଲାମ ଟେନିସର ଫାଇନାଲରେ ପହଞ୍ଚିଛନ୍ତି। ଚଳିତ ବର୍ଷ ୱିମ୍ବଲଡନ ଟେନିସର ମହିଳା ଏକକ ଫାଇନାଲରେ ପହଞ୍ଚିଥିଲେ ମଧ୍ୟ ରନର୍ସଅପ ହୋଇଥିଲେ। ଏବେ ପ୍ରଥମ ଗ୍ରାଣ୍ଡସ୍ଲାମ ଜିତିବା ନେଇ ଆନିସିମୋଭାଙ୍କ ନିକଟ​‌େ​‌ର ସୁଯୋଗ ରହିଛି। ଦ୍ବିତୀୟ ସେମିଫାଇନାଲରେ ଟପ୍‌ ସିଡ୍‌ ବେଲାରୁଷର ଆରିନା ସାବାଲେଙ୍କା ୪-୬, ୬-୩ ଓ ୬-୪ରେ ୪ର୍ଥ ସିଡ୍‌ ଜେସିକା ପେଗୁଲାଙ୍କୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛନ୍ତି। ସାବାଲେଙ୍କା ପ୍ରଥମ ସେଟ୍‌କୁ ୪-୬ରେ ପରାଜିତ ହେବା ପରେ ଦ୍ବିତୀୟ ସେଟ୍‌କୁ ୬-୩ ଓ ତୃତୀୟ ସେଟ୍‌କୁ ୬-୪ରେ ଜିତି ମ୍ୟାଚ ବିଜୟୀ ହୋଇଥିଲେ। ଶନିବାର ଆମାଣ୍ଡା ଆନିସିମୋଭା ଓ ଆରିନା ସାବାଲେଙ୍କାଙ୍କ ମଧ୍ୟରେ ଫାଇନାଲ ଖେଳାଯିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories