www.samajalive.in
Friday, December 5, 2025
26.1 C
Bhubaneswar

ଯାଦୃଶୀ ଭାବନା ଯସ୍ୟ …

ଭୁବନେଶ୍ଵର : ଉତ୍ତର ପ୍ରଦେଶ ବୁଲନ୍ଦସର ସହରର ଏହି ଘଟଣା। ସେ ସମୟରେ ରାଜା  ଶାସନ କରୁଥାନ୍ତି। ଏକଦା ମନ୍ତ୍ରୀ ରତନସିଂହଙ୍କ ସହ ବନବିହାର ଅବସରରେ ରାଜା କୌତୂହଳୀ ହୋଇ ପ୍ରଶ୍ନ କରିଥିଲେ- ଆଚ୍ଛା କୁହ ତ ରାଜ୍ୟବାସୀଙ୍କର ମୋ ବିଷୟରେ ଧାରଣା କ’ଣ? ଅଭିଜ୍ଞ, ପାରଦର୍ଶୀ ମନ୍ତ୍ରୀ ତତ୍‌କ୍ଷଣାତ୍‌ କହିଥିଲେ- ମହାରାଜ! ଆପଣ ସେମାନଙ୍କ ସମ୍ପର୍କରେ ଯେପରି ଧାରଣା ପୋଷଣ କରୁଛନ୍ତି, ଭାବୁଛନ୍ତି, ଆପଣଙ୍କ ସମ୍ପର୍କରେ ସେମାନଙ୍କର ଅନୁରୂପ ଧାରଣା ରହିଛି। ରାଜା ଏହାକୁ ସହଜରେ ଗ୍ରହଣ ନକରି କହିଥିଲେ-ତୁୁମେ କଥାକୁ ଟାଳି ଦେବାକୁ ଏପରି କହୁଛ। ଭଲା କିଏ କାହାର ମନକଥା ପଢ଼ି ପାରିବ?’ କଥାବାର୍ତ୍ତା କରି ଦୁହେଁ କିଛି ବାଟ ଆଗେଇ ଯାଇଥାନ୍ତି। ସମ୍ମୁଖ ଦିଗରୁ ଜଣେ କାଠୁରିଆ ଆସୁଥିବାର ଦେଖି ରାଜା କହିଥିଲେ- ‘ଏହି କାଠୁରିଆକୁ କାଲି ରାଜଦରବାରରେ ହାଜର ହେବାକୁ ନିର୍ଦେଶ ଦିଅ। ଜଙ୍ଗଲରୁ ଗଛକାଟି ପଦା କରିଦେଲାଣି। ଖାଲି ଥୁଣ୍ଟା ମୂଳ ଠିଆ ହୋଇଛି।’ ମନ୍ତ୍ରୀ ରାଜାଙ୍କଠାରୁ ଏହା ଶୁଣିବା ପରେ କହିଥିଲେ- ‘ଆପଣ ଗଛ ଆଢ଼ୁଆଳରେ ଛପି ଯାଆନ୍ତୁ। ତା’ର ପ୍ରତିକ୍ରିୟା ଜାଣିବା।’ ମନ୍ତ୍ରୀ କାଠୁରିଆକୁ କହିଥିଲେ- ‘ଭାଇ! ତୁମେ ଜାଣିଛ କି ରାଜ୍ୟର ରାଜା ବେମାର ପଡ଼ିଛନ୍ତି। ବଞ୍ଚିବାର ଆଶା କ୍ଷୀଣ।’ ଏହା ଶୁଣୁଶୁଣୁ କାଠୁରିଆ କହିଥିଲା- ‘ଭଲ ହେଇଚି। ଆମ ଭଳି ଗରିବଗୁରୁବାଙ୍କ ଦାନା ମାରୁଛି। ପେଟ ପୋଷିବାକୁ ଜଙ୍ଗଲରୁ କାଠ ସଂଗ୍ରହ କରୁଥିଲୁ, ତାକୁ ବାରଣ କରିଛି। ଶୀଘ୍ର ମରିଗଲେ ଭଲ।’ କାଠୁରିଆ ଚାଲି ଯାଇଥିଲା। ରାଜାଙ୍କୁ ମନ୍ତ୍ରୀ କହିଥିଲେ ଶୁଣିଲେ ତ ଆପଣ ତା ସମ୍ପର୍କରେ ଯେପରି ଧାରଣା ପୋଷଣ କଲେ ସେ ​ସେହିପରି ଧାରଣା ପୋଷଣ କଲା। ରାଜା ଏହାକୁ ଏଡ଼ାଇ ଯାଇ କହିଥିଲେ- ‘ମୂର୍ଖ, ପାଷଣ୍ଡଟା। କ’ଣ ତା’ କଥାରୁ ମିଳିବ?’ ଦୁହେଁ ଆଗକୁ ଯିବାବେଳେ ସମ୍ମୁଖ ଦିଗରୁ ଅଣ୍ଟା ନଇଁ ପଡ଼ିଥିବା ଜଣେ ବୁଢ଼ୀ ମୁଣ୍ଡରେ କାଠଗୋଛା ଧରି ବହୁ କଷ୍ଟରେ ଆସୁଥିବା ଲକ୍ଷ୍ୟ କରିଥିଲେ। ରାଜା ମନ୍ତ୍ରୀଙ୍କୁ କହିଥିଲେ- ‘ଏହି ବୃଦ୍ଧାଙ୍କୁ କାଲି ରାଜଦରବାରକୁ ଯିବା ପାଇଁ ନିର୍ଦେଶ ଦିଅ। ତା’ର ଭଲରେ ଚଳିବାର ବ୍ୟବସ୍ଥା କରାଯିବ। ଯେପରି ସେ ଆଉ ଏ ଦୁଃଖ ନ ଭୋଗିବ।’ ମନ୍ତ୍ରୀ ରାଜାଙ୍କୁ ବୃକ୍ଷ ଆଢ଼ୁଆଳରେ ଛପି ଯିବାକୁ ନିର୍ଦେଶ ଦେଇ ବୃଦ୍ଧାଙ୍କୁ କହିଥିଲେ- ମା’! ତୁମେ ଜାଣିଚ ରାଇଜର ରାଜା ମରିଗଲେ। ବୃଦ୍ଧା ଏହା ଶୁଣି କାଠଗୋଛା ତଳେ ରଖି ମୁଣ୍ଡରେ ହାତ ଦେଇ କହିଥିଲା- ‘ଦୁଃଖୀରଙ୍କୀଙ୍କ ପାଳକ ପିତା ଥିଲେ, ତାଙ୍କ ଦୁଃଖ ଶୁଣୁଥିଲେ। ବହୁତ ଭଲ ରାଜା’- ଏହା କହି କାନ୍ଦିକାନ୍ଦି କାଠଗୋଛା ଧରି ଚାଲି ଯାଇଥିଲା। ବୃଦ୍ଧା ଚାଲିଯିବାପରେ ଗଛ ଉହାଡ଼ରେ ଥିବା ରାଜାଙ୍କୁ ମନ୍ତ୍ରୀ କହିଥିଲେ- ‘ଦେଖିଲେ ତ ରାଜନ୍‌! ଆପଣଙ୍କର ବୃଦ୍ଧାର ପ୍ରତି ଉତ୍ତମ ଭାବନା ଯୋଗୁଁ, ସେ ମଧ୍ୟ ଆପଣଙ୍କ ପ୍ରତି ଅନୁରୂପ ବିଚାର ଭାବନା ରଖିଛନ୍ତି।’ ରାଜା ମନ୍ତ୍ରୀଙ୍କ କଥାରେ ଏକମତ ହୋଇ କହିଥିଲେ- ‘ତୁମେ ଠିକ୍‌ କଥା କହିଥିଲ।’

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories