www.samajalive.in
Monday, December 15, 2025
24.1 C
Bhubaneswar

ଅଧ୍ୟାପକ ଓ କର୍ମଚାରୀଙ୍କ ପୂର୍ଣ୍ଣ ଅନୁଦାନ ଦାବିରେ ମହାବିଦ୍ୟାଳୟ ସମ୍ମୁଖରେ ଧାରଣା

ପାଟଣା : ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ଆହ୍ବାନ କ୍ରମେ ଅଗଷ୍ଟ ୧୮ ତାରିଖଠାରୁ ଘଟଗାଁ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀ ନାରାୟଣ ଡ଼ିଗ୍ରୀ ମହାବିଦ୍ୟାଳୟ, ପିପିଳିଆର ୨୦୦୮ ରୁ ୨୦୧୮ ମସିହା ମଧ୍ୟରେ ପରିଚାଳନା କମିଟି ଦ୍ବାରା ନିଯୁକ୍ତି ପାଇଥିବା ସମସ୍ତ ଅଧ୍ୟାପକ ଓ କର୍ମଚାରୀ ମାନେ ପୂର୍ଣ୍ଣ ଅନୁଦାନ ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ମହାବିଦ୍ୟାଳୟ ଫାଟକ ସମ୍ମୁଖରେ କେନ୍ଦୁଝର ଜିଲ୍ଲାର ଜିଲ୍ଲା ସଂଯୋଜିକା ନିବେଦିତା ଶୁକ୍ଳାଙ୍କ ସହିତ ଧାରଣାରେ ବସିଛନ୍ତି। ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ସଭାପତି ବିଶ୍ଵ ରଞ୍ଜନ ଦାସ ସଂଘର ପତ୍ର ସଂଖ୍ୟା – ୯୫୮, ତା-୦୮/୦୮/୨୦୨୫ ରିଖ ଦିନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ପ୍ରଦାନ ସହ ତାହାର କପି ଉଚ୍ଚଶିକ୍ଷା ମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଓ ବିଭାଗର ସଚିବ ଏବଂ ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କୁ ପଠାଇ ସରକାରଙ୍କ ସହ ବିଭିନ୍ନ ସମୟରେ ଆଲୋଚନା ହୋଇଥିଲା।

ତଥାପି ସରକାର ଅନୁଦାନ ସମ୍ପର୍କରେ କୌଣସି ନୀତିଗତ ନିଷ୍ପତି ନେଇ ନଥିବାର ଜଣାପଡିଛି। ତେଣୁ ୨୦୨୫ ଅଗଷ୍ଟ ୧୬ ତାରିଖ ଦାବି ଦିବସରେ ୪ ହଜାରରୁ ଉର୍ଦ୍ଧ ଅଧ୍ୟାପକ ଓ କର୍ମଚାରୀ ଭୁବନେଶ୍ଵରର ଗାନ୍ଧୀ ମାର୍ଗରେ ଆନ୍ଦୋଳନ କରିଥିଲେ ମଧ୍ୟ ସଂଘର ନିଷ୍ପତ୍ତି ମୁତାବକ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇପାରିନାହିଁ। ଫଳରେ ଅଗଷ୍ଟ ୧୮ ତାରିଖରୁ ପୂର୍ବ ଚେତାବନୀ ଅନୁସାରେ ୪୮୮ଏବଂ ୬୬୨ ବର୍ଗର +୨ ଏବଂ +୩ ମହାବିଦ୍ୟାଳୟଗୁଡିକରେ କାର୍ଯ୍ୟରତ ସମସ୍ତ ଅଧ୍ୟାପକ ଓ କର୍ମଚାରୀ ସମଗ୍ର ରାଜ୍ୟରେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ଯୋଗଦେଇଛନ୍ତି। ଏଣୁ ସରକାର ଯେପର୍ଯ୍ୟନ୍ତ ନୂତନ ଅନୁଦାନ ନୀତି ପାଇଁ କୌଣସି ନୀତିଗତ ନିଷ୍ପତ୍ତି ନ ନେଇଛନ୍ତି ସେ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସମସ୍ତ ଅଧ୍ୟାପକ ଓ କର୍ମଚାରୀ ପ୍ରକାଶ କରିଛନ୍ତି।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories