www.samajalive.in
Saturday, December 6, 2025
26.1 C
Bhubaneswar

ବଣ୍ଡାଘାଟି ମୁଦୁଲିପଡା ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟରେ ପାଠ ପଢାଇଲେ ଜିଲ୍ଲାପାଳ

ମାଲକାନଗିରି : ଆଜି ଖଇରପୁଟ ବ୍ଲକ ସ୍ଥିତ ବଣ୍ଡାଘାଟି ଅଞ୍ଚଳର ଅଣ୍ଡରାହାଲ ଓ ମୁଦୁଲିପଡ଼ା ଗସ୍ତ କରିଛନ୍ତି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ । ଏହି ଗସ୍ତ ସମୟରେ ଜିଲ୍ଲାପାଳ ମୁଦୁଲିପଡ଼ାଠାରେ ଥିବା ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟର ସପ୍ତମ ଏବଂ ଅଷ୍ଟମ ଛାତ୍ରୀଙ୍କୁ  ଇଂରାଜୀ ଓ ସଂସ୍କୃତ ପଢ଼ାଇବା ସହ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ଏହା ସହ ମୁଦୁଲିପଡ଼ାଠାରେ ଥିବା ଏସଏସଡି ବାଳିକା ଓ ବାଳକ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ କଥା ହୋଇ  ସେମାନଙ୍କର ସୁବିଧା ଅସୁବିଧା କଥା ପଚାରି ବୁଝିଥିଲେ  । ସେହିଭଳି ସେଠାରେ ଥିବା ପର୍ଯ୍ୟଟନସ୍ଥଳୀ ସୀତାକୁଣ୍ଡର କିଭଳି ଆହୁରି ଉନ୍ନତି କରଣ କରି ହେବ ସେଥିଲାଗି  ପିଏ ଆଇଟିଡିଏ ଏବଂ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଗସ୍ତ ସମୟରେ ଜିଲ୍ଲାପାଳ ସେହି ଅଂଚଳରେ ଥିବା ମାତୃ ଓ ଶିଶୁପୋଷଣ କେନ୍ଦ୍ର , ପିଏମ ଜନମନ ଅଧୀନରେ ଚାଲିଥିବା ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ନିର୍ମାଣଧୀନ ଥିବା ଗୃହ ଗୁଡିକୁ ତୁରନ୍ତ ସାରିବା ପାଇଁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସେହିପରି ସେ ମୁଦୁଲିପଡ଼ା, ପିଏଚସି ଯାଇ ସେଠାକାର ସୁବିଧା ଅସୁବିଧା କଥା ବୁଝିବା ସହ ସେଠାରେ ନିର୍ମାଣଧିନ ଥିବା ନୂତନ ପିଏଚସି କୋଠା ବୁଲି ଦେଖିଥିଲେ । ଜିଲ୍ଲାପାଳ ଆଦିମ ବଣ୍ଡା ଜନଜାତିଙ୍କ ଅଂଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଯଥା ଉନ୍ନତ ମାନର ରାସ୍ତା, ସେତୁ ଏବଂ ଆବାସ ଗୃହ କିଭଳି ଭାବେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ହେବ ତାକୁ ସୁନିଶ୍ଚିତ କରିବା ପାଇଁ ପିଏ ଆଇଟିଡିଏ ଏବଂ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିଭଳି ଏହି ଗସ୍ତ ସମୟରେ  ଗୋବିନ୍ଦପାଲ୍ଲି ୟୁ.ଜି.ଏମ.ଇ ସ୍କୁଲ ଠାରେ ଚାଲିଥିବା ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ କାର୍ଯ୍ୟ , ନିର୍ମାଣଧୀନ ଥିବା ଗୋବିନ୍ଦପାଲ୍ଲୀ ନୂତନ ପଞ୍ଚାୟତ ଗୃହ କାମ ମଧ୍ୟ ଦେଖିଥିଲେ ଜିଲ୍ଲାପାଳ ।  ଜିଲ୍ଲାର ଆଦିମ ବଣ୍ଡା ଜନଜାତିଙ୍କ ସାମଗ୍ରିକ ବିକାଶ ସହ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଜିଲ୍ଲାପାଳ ଅଗ୍ରାଧିକାର ଦେଉଛନ୍ତି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories