ଗୋପାଳପୁର:ନିଷ୍ଟ୍ ବିଶ୍ୱବିଦ୍ୟାଳୟରେ ରାଗିଂ ବିରୋଧୀ ସପ୍ତାହ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଳନ୍ଥରା ଆଇଆଇସି ତଥା ଡିଏସପି ବିବେକାନନ୍ଦ ସ୍ୱାଇଁ ଉପସ୍ଥିତ ଥିଲେ ଯାହାଙ୍କ ପ୍ରେରଣାଦାୟୀ ବାକ୍ୟ ଛାତ୍ରଛାତ୍ରୀମାନଙ୍କୁ ଏକ ସୁରକ୍ଷିତ, ସମାବେଶୀ ଏବଂ ରାଗିଂମୁକ୍ତ କ୍ୟାମ୍ପସ ସଂସ୍କୃତି ଗଠନ ପାଇଁ ଉତ୍ସାହିତ କରିଥିଲା। ଏହି ଅବସରରେ ନିଷ୍ଟ କୁଳପତି ଡ଼. ପ୍ରିୟଦର୍ଶନ ପାତ୍ର, ଏକାଡେମିକ୍ ଡିନ୍ ଡ଼. ପି. ରାଜେଶ କୁମାର, ଭାରପ୍ରାପ୍ତ କୁଳସଚିବ ଡ. ବିଷ୍ଣୁକର ନାୟକ ରାଗିଂମୁକ୍ତ କ୍ୟାମ୍ପସ ବିଷୟରେ ଆଲୋକପାତ କରିଥିଲେ। ଆସୋସିଏଟ୍ ଡିନ୍ ଛାତ୍ର ବ୍ୟାପାର ଡ. ପ୍ରୀତିରଞ୍ଜନ ସାହୁ, ପ୍ରଥମ ବର୍ଷ ବ୍ୟାଚର ସଂଯୋଜକ ପ୍ରଫେସର ଆଶିଷ କୁମାର ଦାସ, ସାକ ସଂଯୋଜକ ପ୍ର. ସରୋଜ କୁମାର ପାଢ଼ୀ ଏବଂ ଆଣ୍ଟି-ରାଗିଂ କମିଟି ମୁଖ୍ୟ ପ୍ର. ପୂର୍ଣ୍ଣେନ୍ଦୁ ମିଶ୍ର, ଡ. ସସ୍ମିତା ପାଢ଼ୀ, ଡ଼. ରତିକାନ୍ତ ନାୟକ, ଡ଼. ପ୍ରଶାନ୍ତ କୁମାର ବେହେରା, ସୁରେଶ ମହାପାତ୍ର, ପିତାମ୍ବର ସାହୁ ପ୍ରମୁଖ ପରିଚାଳନା କରିଥିଲେ। ଏଡିକ୍ଲବ୍ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।



