www.samajalive.in
Sunday, December 7, 2025
18.1 C
Bhubaneswar

ନବବିବାହିତ ଦମ୍ପତ୍ତି ଭଗବାନ ଶିବଙ୍କ ଦର୍ଶନ କରିବା ଅନୁଚିତ

ଶାସ୍ତ୍ରରେ ଭଗବାନ ଶିବଙ୍କ ବିଷୟରେ ଅନେକ କଥା ବର୍ଣ୍ଣନା କରାଯାଇଛି। ଭଗବାନ ଶିବଙ୍କୁ ଖୁବ୍‌ ଶକ୍ତିଶାଳୀ ​‌ବୋଲି କୁହାଯାଇଛି। ସେ ଯେଉଁ ଭକ୍ତଙ୍କ ଉପରେ ନିଜର କୃପା ରଖନ୍ତି ତାଙ୍କର କୌଣସି ଅନିଷ୍ଟ ହେବାକୁ ଦେଇ ନଥାଆନ୍ତି। ପ୍ରଭୁ ଶିବଙ୍କୁ ଭକ୍ତି ଓ ଶ୍ରଦ୍ଧାର ସହ ପୂଜା କରିବା ଦ୍ବାରା ଭକ୍ତଙ୍କର ସମସ୍ତ କଷ୍ଟ ଦୂର ହୋଇଥାଏ। କିନ୍ତୁ ବାସ୍ତୁଶାସ୍ତ୍ରରେ, ନବବିବାହିତ ଦମ୍ପତ୍ତିଙ୍କୁ ଭଗବାନ ଶିବଙ୍କର ଦର୍ଶନ କରିବାକୁ ବାରଣ କରାଯାଇଛି। ଏପରି କରିବା ଦ୍ବାରା ସେମାନଙ୍କ ପାଇଁ ଅଶୁଭ ଫଳ ସୃଷ୍ଟି ହୋଇଥାଏ। ଆସନ୍ତୁ ଜାଣିବା ଏପରି କ’ଣ ପାଇଁ କରାଯାଏ ..

ବାସ୍ତୁଶାସ୍ତ୍ର ଅନୁସାରେ, ଯଦି ନବବିବାହିତ ଦମ୍ପତ୍ତି ଭଗବାନ ଶିବଙ୍କ ଦର୍ଶନ କରନ୍ତି ତେବେ ତାଙ୍କର ସମ୍ପର୍କରେ ଅନେକ ଅସୁବିଧା ଦେଖା ଦେଇଥାଏ। ଏହାସହ ବିବାହ ପରେ କୌଣସି ନାରୀ ଗର୍ଭବତୀ ହୋଇଥିଲେ ଭଗବାନ ଶିବଙ୍କର ଦର୍ଶନ କରିବା ଅନୁଚିତ। କାରଣ ପ୍ରଭୁ ଶିବଙ୍କ ସହ ମାତା ପାର୍ବତୀଙ୍କର ଯେତେବେଳେ ବିବାହ ହୋଇଥିଲା ସେତେବେଳେ ଭଗବାନ ବୈରାଗୀ ଥିଲେ। ତେଣୁ ନବବିବାହିତ ଦମ୍ପତ୍ତି ଓ ଗର୍ଭବତୀ ନାରୀ ଶିବଙ୍କୁ ଦର୍ଶନ କରିବା ଅନୁଚିତ। ଏହାଦ୍ବାରା ଗର୍ଭସ୍ଥ ଶିଶୁ ବୈରାଗୀ ହେବାର ମଧ୍ୟ ସମ୍ଭାବନା ରହିଥାଏ।

- Advertisement -

କୁହାଯାଇଛି ଯେ, ନବବିବାହିତ ଦମ୍ପତ୍ତିଙ୍କୁ କୌଣସି ଧାର୍ମିକ ସ୍ଥଳକୁ ବୁଲିବାକୁ ଯିବାକୁ ବାରଣ କରାଯାଏ। ଶାସ୍ତ୍ର ଅନୁସାରେ, ଏହା ଅଶୁଭ ଅଟେ। ଯଦି ନବବିବାହିତ ଦମ୍ପତ୍ତି କୌଣସି ଧାର୍ମିକ ସ୍ଥଳକୁ ଯାଉଛନ୍ତି ଏବଂ ତାହା ପ୍ରଭୁ ଶିବଙ୍କ ସହ ଜଡିତ ତେବେ ଭୁଲରେ ଯାଆନ୍ତୁ ନାହିଁ। ଏହା ଆପଣଙ୍କ ସମ୍ପର୍କ ଉପରେ ଖରାପ ପ୍ରଭାବ ପକାଇଥାଏ।

ନବବିବାହିତ ବୋହୂ ଶିବ ଲିଙ୍ଗ ଛୁଇଁବା ଅନୁଚିତ। କିନ୍ତୁ ସେ ମାତା ପାର୍ବତୀଙ୍କ ପୂଜା କରିବା ଶୁଭ ବୋଲି କୁହାଯାଇଛି। ଏହାଦ୍ବାରା ତାଙ୍କ ଜୀବନ ସୁଖରେ ଅତିବାହିତ ହୋଇଥାଏ।

 

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories