www.samajalive.in
Monday, December 15, 2025
16.1 C
Bhubaneswar

ଭାରତର ଇଚ୍ଛାକୁ ସେ ବୁଝି ପାରୁଛନ୍ତି – ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ୱାସିଂଟନ/ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ପୁଲୱାମା ସନ୍ତ୍ରାସବାଦୀ ଆକ୍ରମଣ ପରେ କିଛି ଦୃଢ ପଦକ୍ଷେପ ନେବା ପାଇଁ ଭାରତର ଇଚ୍ଛାକୁ ସେ ବୁଝି ପାରୁଛନ୍ତି। ଚୀନ ପ୍ରତିନିଧି ମଣ୍ଡଳକୁ ସାକ୍ଷାତ କରିସାରି ଶ୍ରୀ ଟ୍ରମ୍ପ୍‍ ହ୍ୱାଇଟ୍‍ ହାଉସ୍‍ଠାରେ କହିଛନ୍ତି, ପୁଲୱାମା ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ପରିସ୍ଥିତି ଅତି ଭୟାବହ ହୋଇପଡିଛି। ଏହି ସନ୍ତ୍ରାସବାଦୀ ଆକ୍ରମଣ ଦୃଷ୍ଟିରୁ ଭାରତ ଏହାର କଡା ଜବାବ ଦେଇପାରେ ବୋଲି ସେ କହିଛନ୍ତି। ସେ କହିଛନ୍ତି, ପୁଲୱାମା ଆକ୍ରମଣ ପରେ ଭାରତ କୂଟନୈତିକ ସ୍ଥରରେ ପାକିସ୍ତାନ ଉପରେ ବିଶ୍ୱ ସମୁଦାୟର ଚାପ ବୃଦ୍ଧି କରିବାରେ ସକ୍ଷମ ହୋଇଛି। ଆମେରିକା ନେତୃତ୍ୱରେ ସାରା ବିଶ୍ୱ ଏବେ ପାକିସ୍ତାନକୁ ନିଜ ଦେଶରୁ ଆତଙ୍କବାଦର ମୁଳୋତ୍ପାଟନ କରିବା ପାଇଁ କହିବା ପରେ, ଟ୍ରମ୍ପ କହିଛନ୍ତି ଯେ ପାକିସ୍ତାନ ଆତଙ୍କବାଦୀ ଓ ସେମାନଙ୍କ ସଂଗଠନଗୁଡିକୁ ସମ୍ପୂର୍ଣ ଉଛେଦ କରୁ ଓ ଆକ୍ରମଣରେ ସମ୍ପୃକ୍ତ ଦୋଷୀଙ୍କୁ ଦଣ୍ଡବିଧାନ କରୁ। ଭାରତର ଆତ୍ମରକ୍ଷା ସମ୍ପର୍କିତ ସାମ୍ବାଦିକଙ୍କ ପ୍ରଶ୍ନରେ ଶ୍ରୀ ଟ୍ରମ୍ପ କହିଛନ୍ତି, ଭାରତ ବହୁତ ମଜବୁତ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଖରାପ ସ୍ଥିତିରେ ଅଛି ଓ ଏହା ଅନ୍ୟ କୌଣସି ଭୟଙ୍କର ସ୍ତରକୁ ଯିବା ପୂର୍ବରୁ ବିଶ୍ୱ ସମୁଦାୟକୁ ପଦକ୍ଷେପ ନେବାକୁ ପଡିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଭାରତର ବହୁତ ଯବାନ ସହୀଦ ହେଲେ, ଆଗକୁ ଯେଭଳି ଏପରି ପରିସ୍ଥିତି ନ ହେବ ତାହା ପ୍ରତି ଏବେ ଠାରୁ ଚିନ୍ତା କରିବାକୁ ପଡିବ। ସେ କହିଛନ୍ତି ଯେ ପାକିସ୍ତାନକୁ ଦିଆଯାଉଥିବା ବାର୍ଷିକ ୧.୩ ମିଲିଅନ ଡଲାର ସହାୟତା ରାଶିକୁ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେବାରେ ଖର୍ଚ୍ଚ ହେଉଥିଲା ଯେଉଁଠି ପାଇଁ ସହାୟତା ବନ୍ଦ କରାଯାଇଛି। ପାକିସ୍ତାନ ପାଉଥିବା ସହାୟତା ରାଶି ବିକାଶ ବଦଳରେ ବିନାଶ ଦିଗରେ ଖର୍ଚ୍ଚ କରୁଛି କାରଣ ସେ ଦେଶ ପାଖରେ ଅନ୍ୟର ସାହାଯ୍ୟର ପ୍ରତିବଦଳରେ ଦେବା ପାଇଁ କିଛି ନାହିଁ।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories