www.samajalive.in
Tuesday, December 9, 2025
17.1 C
Bhubaneswar

୧୮୮ ଦେଶର କୁମ୍ଭ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନୂଆଦିଲ୍ଳୀସ୍ଥିତ ପ୍ରବାସୀ ଭାରତୀୟ କେନ୍ଦ୍ରରେ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରୟାଗରାଜଠାରେ କୁମ୍ଭମେଳାରେ ଅଂଶ ଗ୍ରହଣ କରିଥିବା ୧୮୮ ଦେଶର ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ପ୍ରୟାଗରାଜ କୁମ୍ଭମେଳାରୁ ଫେରିଥିବା ପ୍ରତିନିଧିଙ୍କୁ ସାକ୍ଷାତ କରି ଅତ୍ୟନ୍ତ ଖୁସି ଅନୁଭବ କରୁଛନ୍ତି। ସେ କହିଛନ୍ତି ଯେ, ଯେ ପର୍ଯ୍ୟନ୍ତ ଜଣେ ପ୍ରକୃତରେ କୁମ୍ଭମେଳା ପରିଦର୍ଶନ କରିନାହିଁ, ସେ ତାହାର ମହାତ୍ମ୍ୟ ଓ ମହାନ ପରମ୍ପରା ସମ୍ପର୍କରେ ଜାଣିପାରିବ ନାହିଁ । ସେ କହିଛନ୍ତି ଯେ କୁମ୍ଭ ପରମ୍ପରା ହଜାର ହଜାର ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଚାଲି ଆସୁଛି । କୁମ୍ଭ କେବଳ ଆଧ୍ୟାତ୍ମିକତା ନୁହେଁ ବରଂ ସାମାଜିକ ସଂସ୍କାରର ମଧ୍ୟ ପରିଚାୟକ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କୁମ୍ଭରେ ଆଧୁନିକତା ଏବଂ ପ୍ରଯୁକ୍ତିକୁ, ଆସ୍ଥା, ଆଧ୍ୟାତ୍ମିକତା ଏବଂ ସାଂସ୍କୃତିକ ଚେତନା ସହିତ ମିଶ୍ରଣ କରିବା ପାଇଁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି। ସେ କହିଛନ୍ତି ବିଶ୍ୱ ଏବେ ଭାରତକୁ ଉଭୟ ଆଧୁନିକତା ଏବଂ ସମୃଦ୍ଧ ଐତିହ୍ୟ ପାଇଁ ଜାଣୁଛି । ସେ ସମଗ୍ର ବିଶ୍ୱରୁ ଆସିଥିବା ପ୍ରତିନିଧି ମଣ୍ଡଳୀକୁ ଧନ୍ୟବାଦ ଜଣାଇବା ଅବସରରେ ସେମାନଙ୍କର ଅଂଶଗ୍ରହଣ କୁମ୍ଭର ସଫଳତାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ବିବେଚନା କରିଥିଲେ। ଭାରତୀୟ ସଂସଦୀୟ ନିର୍ବାଚନକୁ ପ୍ରଧାନମନ୍ତ୍ରୀ ଗଣତନ୍ତ୍ରର କୁମ୍ଭ ହିସାବରେ ବାଖ୍ୟା କରିଥିଲେ । ସେ କହିଥିଲେ ଯେ, କୁମ୍ଭ ମେଳା ପରି ଭାରତୀୟ ସଂସଦୀୟ ନିର୍ବାଚନ ଏହାର ବିଶାଳତା, ବିଭିନ୍ନତା ଏବଂ ସମ୍ପୂର୍ଣ୍ଣ ନିରପେକ୍ଷତା ସକାଶେ ସମଗ୍ର ବିଶ୍ୱ ପାଇଁ ଏକ ପ୍ରେରଣା । ସେ କହିଥିଲେ ସମଗ୍ର ବିଶ୍ୱବାସୀ ଭାରତରେ ଏହି ସଂସଦୀୟ ନିର୍ବାଚନ ଆୟୋଜନକୁ ଦେଖିବା ପାଇଁ ଆସିବା ଜରୁରୀ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories