www.samajalive.in
Tuesday, December 9, 2025
15.1 C
Bhubaneswar

୧୩ ଫୁଟରୁ ଅଧିକ ଲମ୍ବର ଅହିରାଜ ଉଦ୍ଧାର

ଖୁଣ୍ଟା : ଡୁକୁରା ବନାଞ୍ଚଳର ଶିମିଳିପାଳ ସଂଲଗ୍ନ ଚନ୍ଦନ ଚତୁରୀ ଫରେଷ୍ଟ ବିଟ କାର୍ଯ୍ୟାଳୟ ନିକଟରେ ଥିବା ଏକ ବାଉଁଶ ଗଛରୁ ୧୩ ଫୁଟରୁ ଅଧିକ ଲମ୍ବର ଏକ ଅହିରାଜକୁ ଉଦ୍ଧାର କରାଯାଇଛି। ଶନିବାର ପୂର୍ବାହ୍ନରେ ଅହିରାଜଟି ଏକ ବାଉଁଶ ଗଛରେ ଗୁଡେଇ ହୋଇ ରହିଥିବା ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ସୂଚନା ଦେଇଥିଲେ। ବାରିପଦାରୁ ସ୍ନେକ ହେଲ୍ପଲାଇନ୍ ସଦସ୍ୟ ପହଞ୍ଚିବା ପରେ ଅହିରାଜକୁ ଉଦ୍ଧାର କରାଯାଇ ଶିମିଳିପାଳ ଅଭୟାରଣ୍ୟର ସିଜୁପାଣି ନାଳ ନିକଟରେ ଛାଡି ଦିଆଯାଇଥିଲା। ଏହି ଘଟଣାକୁ ଡୁକୁରା ବନ ବିଭାଗ ଲୁଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲା। ଏପରିକି ତଥ୍ୟ ସଂଗ୍ରହ ବେଳେ ଡୁକୁରା ରେଞ୍ଜର ଖବର ପ୍ରକାଶ ପାଇଁ ମନା କରିବାକୁ ପଛାଇ ନଥିଲେ। ତେବେ କେଉଁ କାରଣ ପାଇଁ ବନ ବିଭାଗ ଘଟଣାକୁ ଲୁଚାଇ ବାକୁ ପ୍ରୟାସ କରିଥିଲା ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଶିମିଳିପାଳ ସଂଲଗ୍ନ ଅଞ୍ଚଳରେ ଥିବା ଖାଦାନ ଗୁଡିକରେ ବେଆଇନ ବ୍ଲାଷ୍ଟିଂ ଉଭୟ ରାଜସ୍ୱ ଓ ବନ ବିଭାଗ ରୋକି ପାରୁନଥିବା ଯୋଗୁ ବଣ୍ୟ ପ୍ରାଣୀ ମାନେ ଆତଙ୍କିତ ହୋଇ ଜନବସତି ମୁହଁ ହେଉଛନ୍ତି ବୋଲି ଆଲୋଚନା ହେଉଛି। ଅପରପକ୍ଷେ ଘଟଣା ସମ୍ପର୍କରେ ବାରିପଦା ବନ ଖଣ୍ଡ ଅଧିକାରୀ ସ୍ୱୟଂ ମଲ୍ଲିକଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଅହିରାଜ ଉଦ୍ଧାର କରାଯାଇ ଶିମିଳିପାଳରେ ଛାଡି ଦିଆଯାଇଥିବା ବେଳେ ସେନେଇ ଖବର ପ୍ରକାଶନ କରିବାରେ କୌଣସି ଅସୁବିଧା ନଥିବା କହିବା ସହ ଆଗକୁ ଏହାର ପୁନରାବୃତ୍ତି ହେବ ନାହିଁ ବୋଲି କହିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories