www.samajalive.in
Friday, December 5, 2025
20.1 C
Bhubaneswar

ଆଉ କରନ୍ତୁ ନାହିଁ ଅପେକ୍ଷା.. ୱାନ୍‌ପ୍ଲସ୍‌ର ସେଲ୍‌ର ଘୋଷଣା: ଶସ୍ତାରେ କିଣିପାରିବେ ସ୍ମାର୍ଟଫୋନ୍‌ ଠାରୁ ଆରମ୍ଭ କରି ଏସବୁ

ନୂଆଦିଲ୍ଲୀ : ୱାନ୍‌ପ୍ଲସ୍‌ ନିଜର ସ୍ୱାଧୀନତା ଦିବସ ସେଲ୍‌ ଘୋଷଣା କରିଛି । ଯାହାର ଲାଭ ଆପଣ ଆଜି ଠାରୁ ଉଠାଇ ପାରିବେ । ୱାନ୍‌ପ୍ଲସ୍‌ର ଏହି ସେଲ୍‌ ଆମାଜନ୍‌ର ଗ୍ରେଟ୍‌ ଫ୍ରିଡମ୍‌ ଫେଷ୍ଟିବଲ୍‌ ସେଲ୍‌ର ଏକ ଅଂଶ । ଯାହା ଆଜି ମଧ୍ୟାହ୍ନରୁ ଆରମ୍ଭ ହୋଇଛି । ଏହି ସେଲ୍‌ର ଲାଭ ଉଠାଇ ୱାନ୍‌ପ୍ଲସ୍‌ର ଅନେକ ଜିନିଷ କିଣି ପାରିବେ ।
ଏହି ସେଲ୍‌ରେ ୱାନ୍‌ପ୍ଲସ୍‌ ନୋରଡ୍‌ ୫, ନୋରଡ୍‌ ସିଇ୫, ଓ ୱାନ୍‌ପ୍ଲସ୍‌ ୧୩ ସିରିଜ୍‌ର ସ୍ମାର୍ଟଫୋନ୍‌ ଶସ୍ତାରେ ମିଳୁଛି । ଏହା ବ୍ୟତୀତ ୱାନ୍‌ପ୍ଲସ୍‌ର ଇୟରବଡ୍‌ ଓ ଟ୍ୟାବ୍‌ଲେଟ୍‌ ଉପରେ ମଧ୍ୟ ରିହାତି ମିଳୁଛି । ଜାଣନ୍ତୁ..

ଏହି ସେଲ୍‌ ଅନୁଯାୟୀ, ୱାନ୍‌ପ୍ଲସ୍‌ ୧୩ରେ ୭ ହଜାର ଟଙ୍କା ରିହାତି ମିଳିବ । ଅର୍ଥାତ୍‌ ଏହି ଫୋନ୍‌ ୬୨,୯୯୯ ଟଙ୍କାର ଆରମ୍ଭ ଦାମ୍‌ରେ ମିଳିବ । ୱାନ୍‌ପ୍ଲସ୍‌ ୧୩ଆରର ୧୬ଜିବି ର‌୍ୟାମ୍‌+୫୧୨ଜିବି ଷ୍ଟୋରେଜ୍‌ ଭାରିଆଣ୍ଟର ଦାମ୍‌ ୫୦୦୦ ଟଙ୍କା କମ୍‌ ହେବ । ୧୨ଜିବି ର‌୍ୟାମ୍‌+ ୨୫୬ଜିବି ଷ୍ଟୋରେଜ୍‌ ଭାରିଆଣ୍ଟ ୩୦୦୦ ଶସ୍ତା ହେବ ।

- Advertisement -

ଏହି ଅଫର୍‌ର ଲାଭ ୧୭ ଅଗଷ୍ଟ ପର୍ଯ୍ୟନ୍ତ ପାଇପାରିବେ । ୱାନ୍‌ପ୍ଲସ୍‌ ୧୩ଆର୍‌କୁ କମ୍ପାନୀ ୪୨,୯୯୯ ଟଙ୍କାରେ ଲଞ୍ଚ କରିଥିଲା । ୱାନ୍‌ପ୍ଲସ୍‌ ୧୩ଏସ ଉପରେ ମଧ୍ୟ କମ୍ପାନୀ ୩୦୦୦ ଟଙ୍କା ଏକ୍ସଚେଞ୍ଜ ବୋନସ୍‌ କିମ୍ବା ୫୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ । ଏହି ଫୋନ୍‌ର ବ୍ରାଣ୍ଡ୍‌ ନିକଟରେ ଲଞ୍ଚ କରାଯାଇଥିଲା । କମ୍ପାନୀ ଏହାକୁ ୫୪,୯୯୯ ଟଙ୍କାର ଆରମ୍ଭ ଦାମ୍‌ରେ ଲଞ୍ଚ କରାଯାଇଥିଲା ।

ଆଉ ମାତ୍ର ଅଳ୍ପ ଦିନ.. ଖାଲି ଧନ ହିଁ ଧନ ଦେବ ମଙ୍ଗଳ-ଶନିଙ୍କ ଶକ୍ତିଶାଳୀ ରାଜଯୋଗ; ଏହି ୫ ରାଶିଙ୍କୁ ମିଳିବ ବଡ ସଫଳତା

ଏହା ବ୍ୟତୀତ ୱାନ୍‌ପ୍ଲସ୍‌ ନୋରଡ୍‌ ୫ ଓ ନୋରଡ୍‌ ସିଇ ୫ର ସମସ୍ତ ଭାରିଆଣ୍ଟରେ ୨୨୫୦ ଟଙ୍କାର ତୁରନ୍ତ ବ୍ୟାଙ୍କ ରିହାତି ମିଳିବ। ଏହି ଫୋନ୍‌ ୩୧,୯୯୯ ଓ ୨୪,୯୯୯ ଟଙ୍କାରେ ଲଞ୍ଚ ହୋଇଥିଲା ।
ସେହିପରି ୱାନ୍‌ପ୍ଲସ୍‌ ପାଡ୍‌ ଲାଇଟ୍‌ ଏହି ସେଲ୍‌ରେ ମଧ୍ୟ ଉପଲବ୍ଧ ହେବ । ଯେଉଁଥିରେ ୨୦୦୦ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ରିହାତି ମିଳିବ । ଏହାର ୬ଜିବି ର‌୍ୟାମ୍‌+୧୨୮ ଜିବି ଷ୍ଟୋରେଜ୍‌ ଥିବା ୱାଇଫାଇ ଭାରିଆଣ୍ଟ ୧୫,୯୯୯ ଟଙ୍କାରେ ମିଳିବ । ୱାନ୍‌ପ୍ଲସ୍‌ ବଡସ୍‌ ୪ରେ ୫୦୦ ଟଙ୍କାର ରିହାତି ମିଳିବ । ବଡସ୍‌ ପ୍ରୋ ୩ ଉପରେ ୨୦୦୦ ଟଙ୍କାର ତୁରନ୍ତ ରିହାତି ଓ ୧୦୦୦ ଟଙ୍କାର ବ୍ୟାଙ୍କ ରିହାତି ମିଳିବ । ଏହି ବଡସ୍‌ ୮,୯୯୯ ଟଙ୍କାରେ ଲଞ୍ଚ ହୋଇଥିଲା ।

ଭାରତର ଅର୍ଥ ବ୍ୟବସ୍ଥା ‘ମୃତ ଅର୍ଥବ୍ୟବସ୍ଥା’- ଟ୍ରମ୍ପ; ରୁଷକୁ ଜବାବ ଦେବାରେ ବି ଭୁଲିଲେ ମର୍ଯ୍ୟାଦା

ଦେଖନ୍ତୁ ଭିଡିଓ ; କାର୍‌ ତଳେ ଫସି ରହିଲା କୁମ୍ଭୀର, ତା’ପରେ..

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories