www.samajalive.in
Friday, December 5, 2025
20.1 C
Bhubaneswar

ପ୍ରଜ୍ଞା ଠାକୁର-କର୍ଣ୍ଣେଲ ପୁରୋହିତଙ୍କ ସମେତ ୭ଜଣଙ୍କ ବିରୋଧରେ କ’ଣ ଅଭିଯୋଗ ଥିଲା

ସମାଜ ଡିଜିଟାଲ ଡେସ୍କ: ମାଲେଗାଓଁ ବିସ୍ଫୋରଣ ମାମଲାରେ ପ୍ରଜ୍ଞା ଠାକୁରଙ୍କ ସମେତ ୭ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । କୋର୍ଟ ଏହି ରାୟ ପ୍ରକାଶ କରିବା ମାତ୍ରେ ପ୍ରଜ୍ଞା କୋର୍ଟ ରୁମରେ କାନ୍ଦିବାକୁ ଲାଗିଥିଲେ । ପ୍ରମାଣ ଅଭାବରୁ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ତେବେ ଏହି ମାମଲାରେ ପ୍ରଜ୍ଞା ଠାକୁରଙ୍କ ବ୍ୟତୀତ କୋର୍ଟରେ କର୍ଣ୍ଣେଲ ପ୍ରସାଦ ପୁରୋହିତ, ଅଜୟ ରାହିରକର, ସୁଧାକର ଚତୁର୍ବେଦ, ସମୀର କୁଲକର୍ଣ୍ଣୀ, ରମେଶ ଉପାଧ୍ୟୟ ଏବଂ ସୁଧାକର ଦ୍ୱିବେଦୀ ସାମିଲ ଥିଲେ । ସମସ୍ତଙ୍କୁ କୋର୍ଟ ନିର୍ଦ୍ଦୋଷ ଭାବେ ଖଲାସ କରିଛନ୍ତି । ତେବେ ଚାଲନ୍ତୁ ଜାଣିବା ଏହି ସମସ୍ତ ଅଭିଯୁକ୍ତଙ୍କ ଉପରେ କ’ଣ ସବୁ ଅଭିଯୋଗ ଥିଲା ।
୧ ସ୍ୱାଧ୍ୱୀ ପ୍ରଜ୍ଞା ସିଂହ ଠାକୁର: ଏଟିଏସ୍‍ ଚାର୍ଜସିଟରେ ପ୍ରଜ୍ଞାଙ୍କୁ ମୁଖ୍ୟ ଅଭିଯୁକ୍ତ କହିଥିଲା । ବିସ୍ଫୋରଣ ପାଇଁ ଲୋକ ଯୋଗାଇବାରେ ପ୍ରଜ୍ଞା ଦାୟୀ ଥିଲେ । ସେ ରାମଜୀ କଲସାଙ୍ଗରା ଏବଂ ସନ୍ଦୀପ ଡାଙ୍ଗେଙ୍କୁ ସୁଧାକର ଧର ଦ୍ୱିବେଦୀଙ୍କ ସହିତ ପରିଚିତ କରାଇଥିଲେ ।
୨ କର୍ଣ୍ଣେଲ ଶ୍ରୀକାନ୍ତ ପ୍ରସାଦ ପୁରୋହିତ– ଏଟିଏସ୍‍ ଚାର୍ଜସିଟରେ କର୍ଣ୍ଣେଲ ପୁରୋହିତଙ୍କୁ ଦ୍ୱିତୀୟ ଅଭିଯୁକ୍ତ ଭାବରେ ଦର୍ଶାଇଥିଲା । ତାଙ୍କ ଉପରେ ବିସ୍ଫୋରଣ ପାଇଁ ଅଭିନବ ଭାରତ ନାମକ ଏକ ସଂଗଠନ ଗଠନ କରିବାର ଅଭିଯୋଗ ଥିଲା । ଏହାପରେ ସେ ସଂଗଠନ ପାଇଁ ୨୧ଲକ୍ଷ ଟଙ୍କା ସଂଗ୍ରହ କରିଥିଲେ । ଆରଡିଏକ୍ସ ବ୍ୟବସ୍ଥା କରିବା ସହିତ, ସେ ଅସ୍ତ୍ରଶସ୍ତ୍ର କିଣିବାରେ ମଧ୍ୟ ସାହାଯ୍ୟ କରିଥିଲେ । ଏହା ବ୍ୟତୀତ ସେ ବୋମା ତିଆରିରେ ମଧ୍ୟ ବୈଷୟିକ ସହାୟତା ଯୋଗାଇଥିଲେ ।
୩ ମେଜର ରମେଶ ଉପାଧ୍ୟାୟ: ସେ ଅଭିନବ ଭାରତର ଜଣେ ବରିଷ୍ଠ ଅଂଶୀଦାର । ଏହାସହିତ ସେ ବିସ୍ଫୋରଣ ପାଇଁ ହୋଇଥିବା ଯୋଜନା ବୈଠକରେ ସାମିଲ ଥିଲେ ।
୪ ସୁଧାକର ଦ୍ୱିବେଦୀ- ଏଟିଏସ୍‍ ର ଚାର୍ଜସିଟ୍‍ ଅନୁଯାୟୀ ସୁଧାକର ବୈଠକରେ ଯୋଗ ଦେଉଥିଲେ । ଏହାସହ ସେ ବୋମା ରଖିଥିବା ଲୋକଙ୍କ ସହିତ ଯୋଗାଯୋଗ କରିଥିଲେ ।
୫ ସୁଧାକର ଚତୁର୍ବେଦୀ: ସୁଧାକର ଚତୁର୍ବେଦୀଙ୍କ ଘରେ ବୋମା ତିଆରି ହୋଇଥିଲା । କିନ୍ତୁ ଆଜି କୋର୍ଟ କହିଛନ୍ତି ଯେ ଏହି ମାମଲାରେ ମଧ୍ୟ ପର୍ଯ୍ୟାପ୍ତ ପ୍ରମାଣ ମିଳିନାହିଁ । ଏଟିଏସ୍‍ କହିଥିଲା ସେ ବିସ୍ଫୋରଣ ପାଇଁ ଦୁଇ ଜଣଙ୍କୁ ବୋମା ଦେଇଥିଲେ ।
୬ ସମୀର କୁଲକର୍ଣ୍ଣି: ସେ ମଧ୍ୟ ସଂଗଠନର ସଦସ୍ୟ ଥିଲେ । ସମୀର କୁଲକର୍ଣ୍ଣି ଅଭିନବ ଭାରତର ବୈଠକ ଏବଂ ଷଡଯନ୍ତ୍ର ସମୟରେ ହୋଇଥିବା ବୈଠକରେ ସାମିଲ ଥିଲେ । ସେ ପ୍ରଚାର ଓ ଲୋକଙ୍କୁ ସଂଯୋଗ କରିବା ପାଇଁ କାମ କରୁଥିଲେ ।
୭ ଅଜୟ ରାହିରକର: ସେ ଅଭିନବ ଭାରତର କୋଷାଧ୍ୟକ୍ଷ ଥିଲେ । ସେ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ଟଙ୍କା ସଂଗ୍ରହ କରୁଥିଲେ ଏବଂ ଅନ୍ୟମାନଙ୍କୁ ଟଙ୍କା ଦେଉଥିଲେ । ଏଟିଏସ୍‍ ଚାର୍ଜସିଟ୍‍ ଅନୁଯାୟୀ ଅଜୟ ସୁଧାକର ଦ୍ୱିବେଦୀ ଏବଂ ରାକେଶ ଦାୱାଡେଙ୍କୁ ଟଙ୍କା ଦେଇଥିଲେ ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories