ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର କାକାଡୁ ଜାତୀୟ ଉଦ୍ୟାନରୁ ଏକ ଆଶ୍ଚର୍ଯ୍ୟ କରିବା ଭଳି ମାମଲା ସାମ୍ନାକୁ ଆସିଛି । ଯାହାର ଭିଡିଓ ମଧ୍ୟ ଦ୍ରୁତ ଗତିରେ ଭାଇରାଲ୍ ହେଉଛି । ଏହି ଭିଡିଓଟି ସଭିଁଙ୍କ ହୋସ୍ ଉଡାଇବା ସହ ଧ୍ୟାନକୁ ଆକର୍ଷିତ କରୁଛି । ଏଠାରେ ଏକ କାର୍ ପ୍ରସିଦ୍ଧ ନଦୀର କ୍ରସିଂ – କାହିଲ୍ସ କ୍ରସିଂ ଦେଇ ଯାଉଥିଲା, ହଠାତ୍ କାର୍ ତଳେ ପାଣି ତଳୁ ଏକ ବିରାଟ କୁମ୍ଭୀର ଦେଖାଯାଇଥିଲା । ଚାଳକ ଜଣକ ପ୍ରଥମେ ଜାଣି ପାରିନଥିଲେ କାର୍ ତଳେ ଏକ କୁମ୍ଭୀର ରହିଛି ।
4WD runs over a saltwater crocodile at Cahills Crossing in Kakadu National Park 😳 pic.twitter.com/ERSkA2GnZu
— Clown Down Under 🤡 (@clowndownunder) July 29, 2025
ଚଳନ୍ତା ଅବସ୍ଥାରେ ଗାଡି ତଳେ ଥିବା କିଛି ଅନୁଭବ କରି ଗାଡିକୁ ରୋକି ଥିଲେ। ଚାଳକ ଜଣକ ଗାଡିକୁ ଅଟକାଇ ରଖିବା ପରେ କୁମ୍ଭୀରଟି ଅନେକ ଚେଷ୍ଟା କରି କାର୍ ତଳୁ ବାହାରିଥିଲା । ଏହି ୨୪ ସେକେଣ୍ଡର ଭିଡିଓକୁ ଦେଖିବାକୁ ଲୋକେ ଖୁବ୍ ପସନ୍ଦ କରିବା ସହ ଭିଡିଓ ଦେଖିବା ପରେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।
ଆଉ ମାତ୍ର ଅଳ୍ପ ଦିନ.. ଖାଲି ଧନ ହିଁ ଧନ ଦେବ ମଙ୍ଗଳ-ଶନିଙ୍କ ଶକ୍ତିଶାଳୀ ରାଜଯୋଗ; ଏହି ୫ ରାଶିଙ୍କୁ ମିଳିବ ବଡ ସଫଳତା



