www.samajalive.in
Monday, December 15, 2025
26.1 C
Bhubaneswar

୨ ଦିନ ଧରି ଆୟୋଜିତ ହେବ ସମ୍ବଲପୁରୀ ଦିନ

ସମ୍ବଲପୁର: ଅଗଷ୍ଟ ୧ ତାରିଖରେ ପାଳିତ ହେଉଥିବା ସମ୍ବଲପୁରୀ ଦିନ ଉପଲକ୍ଷେ ୨ ଦିନ ଧରି ବିଭିନ୍ନ ପ୍ରକାରର ସାଂସ୍କୃତିକ ଓ ପାରମ୍ପରିକ କାର୍ଯ୍ୟକ୍ରମଗୁଡିକର ଆୟୋଜନ ହେବ। ଏହି ମର୍ମରେ ସମ୍ବଲପୁର ଏକତା ମଞ୍ଚ ପକ୍ଷରୁ ବୁଧବାର ଅପରାହ୍ନରେ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସଭାପତି ସମୀର ରଞ୍ଜନ ବାବୁ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି।

ଏହି ରାଜ୍ୟସ୍ତରୀୟ ଉତ୍ସବରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ, ଡ. ମୁକେଶ ମହାଲିଙ୍ଗ, ସୁରେଶ ପୂଜାରୀ, ରବିନାରାୟଣ ନାଏକ, ବିଧାୟକ ଜୟନାରାୟଣ ମିଶ୍ର, ପୂର୍ବତନ ବିଧାୟକ ନାଉରୀ ନାଏକ ଓ ଜିଲା ପ୍ରଶାସନର ଅଧିକାରୀ ମାନେ ଅତିଥି ରୂପେ ସାମିଲ ରହିବେ। ଚଳିତ ବର୍ଷ ସମ୍ବଲପୁରୀ ଭାଷା, ସଂସ୍କୃତି, ନାଟକ, କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୃତ୍ୟ ଶିଳ୍ପୀ ଜ୍ୟୋତ୍ସ୍ନାମୟୀ ମିଶ୍ର, ନାଟ୍ୟକାର ଗଦାଧର ବାରିକ, ଯୁବ କଳାକାର ରୋଶନ ଭରଦ୍ୱାଜ ଓ ମୁନିଆ ପାଣିଗ୍ରାହୀ ଏବଂ ଶିଶୁ କଳାକାର ଭବ୍ୟାଭାରତ ଦାଶଙ୍କୁ ସମ୍ବଲପୁରୀ ସମ୍ମାନ ୨୦୨୫ ପ୍ରଦାନ କରାଯିବ। ଅନ୍ୟ ପଟରେ ସମ୍ବଲପୁରୀ ଭାଷାର ପ୍ରମୁଖ ପ୍ରଚାରକ ଗୁରୁ ସତ୍ୟନାରାୟଣ ବହିଦାରଙ୍କ କମଳିବଜାର ସ୍ଥିତ ସାଧନା ଗୃହ ‘ନିକି ଅପା’କୁ ସମ୍ବଲପୁରୀ ସଂଗ୍ରାହଳୟ କରିବା ପାଇଁ ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଧ୍ୟାନ ଆକର୍ଷଣ କରାଯିବ। ମଞ୍ଚ ପକ୍ଷରୁ ସମ୍ବଲପୁରୀ ଦିନ ଜରିଆରେ ସମ୍ବଲପୁରୀ ସାହିତ୍ୟ, ଭାଷା, ପରମ୍ପରାକୁ ଆହୁରି ବ୍ୟାପକରୂପେ ପ୍ରଚାର ପ୍ରସାର ପାଇଁ ଉଦ୍ୟମ କରାଯିବ। ୨ ଦିନ ବ୍ୟାପି କାର୍ଯ୍ୟକ୍ରମ କ୍ରମରେ ୩୧ ତାରିଖ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନୃତ୍ୟ ପରିବେଷଣ କରିବେ, ଶାଢ଼ି ଓ ସମ୍ବଲପୁରୀ ଡ୍ରେସର ଫ୍ୟାଶନ୍‌ ଶୋ’ ଆୟୋଜିତ ହେବ।

- Advertisement -

ସେହିଭଳି ୧ ତାରିଖରେ ମୁଖ୍ୟ କାର୍ଯ୍ୟକ୍ରମ ମ୍ୟୁନିସିପାଲିଟି ଛକସ୍ଥିତ ଗଙ୍ଗାଧର ମଣ୍ଡପ ‘ସମ୍ବଲପୁରୀ ମୁକ୍ତ ମଞ୍ଚ’ଠାରେ ଆୟୋଜିତ ହେବ। ଏଥିସହ ଚଳିତ ବର୍ଷ ସମ୍ବଲପୁରୀ ଦିନର ପ୍ରଚାର ପ୍ରସାର ପାଇଁ ସ୍ୱତନ୍ତ୍ର ରୂପେ ୨ଟି ସମ୍ବଲପୁରୀ ଗୀତ ସାମ୍ବାଦିକ ସମ୍ମିଳନୀରେ ରିଲିଜ କରାଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ କମଳ ଲୋଚନ ପଣ୍ଡା, ଡା. ସଞ୍ଜୀବ ମିଶ୍ର, ତ୍ରିଲୋଚନ ତ୍ରିପାଠୀ, ସୂର୍ଯ୍ୟ ପ୍ରକାଶ ଗୁରୁ, ମନୋଜ ଚୌଧୁରୀ, ଅମରେଶ ବେହେରା, ଗୋଲ୍ଡି ପଟ୍ଟନାୟକ, ସୁପ୍ରିତ ଠେଲା, ଅମିତ କୁମାର ପତି, ସୌମିକ ବାବୁଙ୍କ ସମେତ ସଦସ୍ୟମାନେ ଉପସ୍ଥିତ ରହିଥିଲେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories