www.samajalive.in
Friday, December 5, 2025
23.1 C
Bhubaneswar

ଆମେରିକା ନୌସେନାର ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ

ଓ୍ବାଶିଂଟନ: ଆମେରିକା ନୌସେନାର ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। କାଲିଫର୍ନିଆର ନେଭାଲ ଏୟାର ଷ୍ଟେସନ ଲେମୁର ନିକଟରେ ଆମେରିକା ନୌସେନାର ଏଫ-୩୫ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟବଶତଃ ପାଇଲଟ୍‌ଙ୍କ ଜୀବନ ବର୍ତ୍ତିଯାଇଛି। ନୌସେନାର ବୟାନ ଅନୁଯାୟୀ, ଉଚିତ୍ ସମୟ ମଧ୍ୟରେ ପାଇଲଟ୍‌ ତାଙ୍କ ଜୀବନ ବଞ୍ଚାଇ ପାରିଛନ୍ତି ଏବଂ ଏବେ ସେ ସୁରକ୍ଷିତ ଅଛନ୍ତି।

ଏହି ବିମାନଟି ଷ୍ଟ୍ରାଇକ୍ ଫାଇଟର ସ୍କ୍ୱାଡ୍ରନ୍ ଭିଏଫ-୧୨୫ ‘ରଫ୍ ରେଡର୍ସ’ର ଥିଲା। ଏହି ୟୁନିଟର ବିମାନଗୁଡ଼ିକ ମୁଖ୍ୟତଃ ପାଇଲଟ୍ ଏବଂ ଏୟାର କ୍ରୁମାନଙ୍କୁ ତାଲିମ ଦେବା ପାଇଁ ବ୍ୟବହୃତ ହୁଏ। ଦୁର୍ଘଟଣା ପରଠାରୁ ଆମେରିକୀୟ ନୌସେନା ସତର୍କ ରହିଛି। ଦୁର୍ଘଟଣାର କାରଣ ବିଷୟରେ ତଦନ୍ତ କରାଯାଉଛି। ଦୁର୍ଘଟଣାଗ୍ରସ୍ତ ଏଫ-୩୫ ବିମାନର ମୂଲ୍ୟ ପ୍ରାୟ ୧୦୦ ମିଲିୟନ ଡଲାର ଅର୍ଥାତ୍ ପ୍ରାୟ ୮୩୦ କୋଟି ଟଙ୍କା।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories