www.samajalive.in
Saturday, December 6, 2025
17.1 C
Bhubaneswar

ଭାରତର ଅର୍ଥ ବ୍ୟବସ୍ଥା ‘ମୃତ ଅର୍ଥବ୍ୟବସ୍ଥା’- ଟ୍ରମ୍ପ; ରୁଷକୁ ଜବାବ ଦେବାରେ ବି ଭୁଲିଲେ ମର୍ଯ୍ୟାଦା

ନୂଆଦିଲ୍ଲୀ : ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇବା ଓ ରୁଷ ସହ ବ୍ୟବସାୟ କରିବା ଉପରେ ଅତିରିକ୍ତ ଜୋରିମାନା ଲଗାଇବାର ଘୋଷଣା କରିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ଏକ ପୋଷ୍ଟରେ କରିଛନ୍ତି । ଏହି ପୋଷ୍ଟରେ ଟ୍ରମ୍ପ ଭାରତ-ରୁଷ ଉପରେ ଟାର୍ଗେଟ୍‌ କରିଥିବା ଦେଖାଯାଇଛି । ସେ ପୁଣି ଥରେ ଭାରତକୁ ଦୁନିଆରେ ସବୁଠାରୁ ଅଧିକ ଶୁଳ୍କ ଲଗାଉଥିବା ଦେଶ ମଧ୍ୟରୁ ଗୋଟିଏ ବୋଲି କହିଛନ୍ତି । ଏହାସହ ରୁଷ ସହ ବ୍ୟବସାୟ ଡେଡ୍‌ କହିବା ସହ ଲେଖିଛନ୍ତି, ଏହି ୨ ଦେଶର ଅର୍ଥବ୍ୟବସ୍ଥା ମୃତ ଓ ଏକାଠି ହୋଇ ଏହାକୁ ଆହୁରି ନିମ୍ନଗାମୀ କରିପାରେ । ଟ୍ରମ୍ପ କହିଛନ୍ତି ଯେ, ଭାରତ ରୁଷ ସହ କ’ଣ କରିବ ସେ ଆଦୌ ଖାତିର୍‌ କରନ୍ତି ନାହିଁ ।

- Advertisement -

ଟ୍ରମ୍ପ ଏହି ପୋଷ୍ଟ ୱାଶିଂଟନ୍‌ ଦ୍ୱାରା ୧ ଅଗଷ୍ଟରୁ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇବାର ଘୋଷଣା କରିବାର କିଛି ଘଣ୍ଟା ପରେ କରିଛନ୍ତି । କ୍ରେମଲିନ୍‌କୁ ଟାର୍ଗେଟ କରି କହିଛନ୍ତି ଯେ, ଆମେରିକା ଓ ରୁଷ ପ୍ରାୟ କୌଣସି ବ୍ୟବସାୟ ଏକାଠି କରନ୍ତି ନାହିଁ,ଏହା ଏଭଳି ହିଁ ରହିବ । ସେ ନିଜ ପୋଷ୍ଟରେ ଏହା ମଧ୍ୟ ଲେଖିଛନ୍ତି, ସେ ଆଦୌ ଖାତିର କରନ୍ତି ନାହିଁ କି ଭାରତ ରୁଷ ସହ କ’ଣ କରିବ । ମାତ୍ର ଏହି ୨ ଦେଶ ଏକାଠି ହୋଇ ନିଜର ମୃତ ଅର୍ଥବ୍ୟବସ୍ଥାକୁ ଆହୁରି ନିମ୍ନଗାମୀ କରି ପାରନ୍ତି ।

ଆଉ ମାତ୍ର ଅଳ୍ପ ଦିନ.. ଖାଲି ଧନ ହିଁ ଧନ ଦେବ ମଙ୍ଗଳ-ଶନିଙ୍କ ଶକ୍ତିଶାଳୀ ରାଜଯୋଗ; ଏହି ୫ ରାଶିଙ୍କୁ ମିଳିବ ବଡ ସଫଳତା

ଭାର-ରୁଷର ବନ୍ଧୁତାକୁ ନେଇ ଟ୍ରମ୍ପଙ୍କ ଏଭଳି ପୋଷ୍ଟ ପ୍ରଥମ, ନୂଆ ନୁହେଁ । ମାତ୍ର ନିକଟରେ ହୋଇଥିବା ଏହି ପୋଷ୍ଟ ରୁଷର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରୀ ମେଦବେଦେବଙ୍କ ଟିପ୍ପଣୀର ପ୍ରତ୍ୟେକ୍ଷ ଜବାବ ବୋଲି ଜଣାପଡିଛି । ଯେ କି ଚେତାବନୀ ଦେଇଥିଲେ ଯେ, ଟ୍ରମ୍ପ ରୁଷ ସହ ଅଲ୍ଟିମେଟମ ଗେମ୍‌ ଖେଳୁଛି । ଏହାପରେ ଏବେ ଟ୍ରମ୍ପ ଏଭଳି ପୋଷ୍ଟ କରି କହିଛନ୍ତି, ରୁଷର ଅସଫଳ ପୂର୍ବତନ ରାଷ୍ଟ୍ରପତି ଚିନ୍ତା କରୁଛନ୍ତି, ସେ ଏବେ ମଧ୍ୟ ରାଷ୍ଟ୍ରପତି ଅଛନ୍ତି, ସେ ନିଜ ଶବ୍ଦ ଉପରେ ଧ୍ୟାନ ଦିଅନ୍ତୁ । ସେ ଭୟଙ୍କର କ୍ଷେତ୍ର ମଧ୍ୟରେ ପ୍ରବେଶ କରୁଛନ୍ତି ।

ଭାରତ ଉପରେ ୨୫ପ୍ରତିଶତ ଟାରିଫ୍‍ ଲଗାଇଲେ ଟ୍ରମ୍ପ । ଅଗଷ୍ଟ ୧ରୁ ଏହି ଟାରିଫ୍‍ ଲାଗୁ ହେବ ବୋଲି ଘୋଷଣା କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏହାସହିତ ଖୋଲାଖୋଲି ଧମକ ଦେଇ ଟ୍ରମ୍ପ କହିଛନ୍ତି ରୁଷଠାରୁ ଇନ୍ଧନ ଓ ଯୁଦ୍ଧାସ୍ତ୍ର କିଣିଲେ ଅଧିକ ଶୁଳ୍କ ଦେବାକୁ ପଡିବ । ଟ୍ରମ୍ପ ଭାରତ ଉପରେ ୨୫ପ୍ରତିଶତ ଶୁଳ୍କ ଘୋଷଣା କରିବା ପରଠାରୁ ଏଠାକାର ରପ୍ତାନିକାରୀଙ୍କ ଚିନ୍ତା ବଢିଯାଇଛି ।

ଦେଖନ୍ତୁ ଭିଡିଓ ; କାର୍‌ ତଳେ ଫସି ରହିଲା କୁମ୍ଭୀର, ତା’ପରେ..

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories