www.samajalive.in
Saturday, December 6, 2025
16.1 C
Bhubaneswar

ଗାଈଗୋରୁଙ୍କ କବଜାରେ ଲାଞ୍ଜିଗଡ ମାର୍କେଟ, ଟ୍ରାଫିକ ସମସ୍ୟା ସହ ଫସଲ ନଷ୍ଟ

ଲାଞ୍ଜିଗଡ :ଲାଞ୍ଜିଗଡ ମାର୍କେଟର ବିଭିନ୍ନ ଛକ ମାନଙ୍କରେ ବିଶେଷ କରି ସନ୍ଧ୍ୟା ସମୟରେ ବର୍ତ୍ତମାନ ଗାଈଗୋରୁଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ସବୁବେଳେ ଛକରେ ଗାଈଗୋରୁ ଜମା ହୋଇ ରହୁଥିବା ବେଳେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଓ ଛୋଟ ବଡ଼ ଦୁର୍ଘଟଣା ସାଙ୍ଗକୁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସନ୍ଧ୍ୟା ୪ ଟାରୁ ୯ ଘଣ୍ଟା ପର୍ଯ୍ୟନ୍ତ ଲାଞ୍ଜିଗଡ ସହର ବିଭିନ୍ନ ସ୍ଥାନରେ ଗାଈଗୋରୁ ରୁଣ୍ଡ ହେଉଥିବା ବେଳେ ରାତିରେ ଆଖପାଖ ଚାଷ ଜମିକୁ ଯାଇ ଧାନ ଫସଲକୁ ସମ୍ପୂର୍ଣ୍ଣ ନଷ୍ଟ କରୁଛନ୍ତି। ଚାଷୀ ଓ ଗୋରୁ ମାଲିକ ମଧ୍ୟରେ ସର୍ବଦା ଛୋଟ ବଡ କଳହ ଦେଖିବାକୁ ମିଳୁଛି। ଗୋରୁ ମାଲିକମାନେ ଗାଈଗୋରୁଙ୍କୁ ନିଜ ହିପାଜତରେ ରଖୁ ନଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ଯାହା ଫଳରେ ଚାଷୀମାନେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି। ଏଥିପ୍ରତି ଲାଞ୍ଜିଗଡ଼ ପଞ୍ଚାୟତ ଓ ବ୍ଲକ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories