www.samajalive.in
Sunday, December 7, 2025
26.1 C
Bhubaneswar

୧୭ବର୍ଷ ପୂର୍ବେ ମାଲେଗାଓଁରେ କ’ଣ ଘଟିଥିଲା? ଏନଆଇଏ ହାତକୁ ଯାଇଥିଲା ମାମଲା

ସମାଜ ଡିଜିଟାଲ ଡେସ୍କ: ୨୯ ସେପ୍ଟେମ୍ବର ୨୦୦୮ରେ ମହାରାଷ୍ଟ୍ରର ମାଲେଗାଓଁରେ ଭୟଙ୍କର ବୋମା ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣ ଗୁଡିକ ରମଜାନ ମାସରେ ହୋଇଥିଲା । ଗୋଟିଲଏ ବିସ୍ଫୋରଣ ମସଜିଦ ପାଖରେ ଏବଂ ଅନ୍ୟଟି ଏକ ବଜାରରେ କରାଯାଇଥିଲା । ଏହି ବିସ୍ଫୋରଣରେ ୬ଜଣ ପ୍ରାଣ ହରାଇଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଥିଲେ । ପୂର୍ବରୁ ଏହି ଆକ୍ରମଣରେ ଏକ ଆତଙ୍କବାଦୀ ସଂଗଠନର ସମ୍ପୂକ୍ତି ଥିବା ରିପୋର୍ଟ ଆସିଥିଲା, କିନ୍ତୁ ଏକ ମୋଟରସାଇକେଲ ଯୋଗୁ ସମଗ୍ର କାହାଣୀ ବଦଳି ଯାଇଥିଲା । ପୂର୍ବତନ ସାଂସଦ ପ୍ରଜ୍ଞା ଠାକୁର ଏବଂ କର୍ଣ୍ଣେଲ ପୁରୋହିତଙ୍କ ସମେତ ଅନେକଙ୍କ ନାମ ସାମ୍ନାକୁ ଆସିଥିଲା । ହେଲେ ପ୍ରମାଣ ନମଳିବାରୁ ଏନଆଇଏ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦେଷରେ ଖଲାସ କରିଛନ୍ତି । ଗତ ୧୭ବର୍ଷ ଧରି ଚାଲିଥିବା ମାମଲାର ସମ୍ପୂର୍ଣ୍ଣ ତଥ୍ୟ ଜାଣନ୍ତୁ ।
ମାଲେଗାଓଁ ବୋମା ବିସ୍ଫୋରଣ ମାମଲା କ’ଣ?
୨୦୦୮ ମସିହାରେ ମହାରାଷ୍ଟ୍ରର ନାସିକର ମାଲେଗାଓଁ ବୋମା ବିସ୍ଫୋରଣରେ ଥରି ଉଠିଥିଲା । ରମଜାନ ମାସରେ ଏକ ମସଜିଦ୍‍ ନିକଟରେ ଏହି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ସମୟରେ ଲୋକଙ୍କ ଭିଡ଼ ପ୍ରବଳ ଥିବାରୁ ୬ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୧୦୦ରୁ ଅଧିକ ଆହତ ହୋଇଥିଲେ । କିଏ ଓ କାହିଁକି ବିସ୍ଫୋରଣ କରିଥିଲା ତାହାର ପର୍ଦ୍ଦାଫାଶ କରିବାକୁ ଘଟଣା ତଦନ୍ତ ଜୋରଦାର ଆରମ୍ଭ ହୋଇଥିଲା । ମହାରାଷ୍ଟ୍ର ଏଟିଏସ୍‍ ମୁଖ୍ୟ ହେମନ୍ତ କରକରେଙ୍କ ନେତୃତ୍ୱରେ ଯାଞ୍ଚ ଆରମ୍ଭ ହୋଇଥିଲା । ୨୩ଅକ୍ଟୋବରରେ ପ୍ରଜ୍ଞା ଠାକୁର ଗିରଫ ହେବା ପରେ ୫ନଭେମ୍ବରରେ କର୍ଣ୍ଣେଲ ପୁରୋହିତ ଗିରଫ ହୋଇଥିଲେ । ବିସ୍ଫୋରଣ ପଛରେ ହିନ୍ଦୁ ସଂଗଠନ ରହିଥିବା ସାମ୍ନାକୁ ଆସିଥିଲା । ହେଲେ ୨୦୦୮ରେ ୨୬/୧୧ ବିସ୍ଫୋରଣରେ ହେମନ୍ତ କରକରେଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ୨୦୧୧ରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଏନଆଇଏ ଏହାର ତଦନ୍ତ ଆରମ୍ଭ କରିଥିଲା । ହେଲେ ପ୍ରମାଣ ଅଭାବରୁ ୨୦୧୭ରେ ସବୁ ଅଭିଯୁକ୍ତ ଖଲାସ ହୋଇଥିଲେ । ୨୦୧୯ରେ ପ୍ରଜ୍ଞା ଠାକୁର ଲୋକସଭା ନିର୍ବାଚନ ଜିତିବା ସହ ସାଂସଦ ହୋଇଥିଲେ । ଏହାପରେ ୩୧ଜୁଲାଇ ୨୦୨୫ରେ ସମସ୍ତ ଅଭିଯୁକ୍ତଙ୍କୁ ଏନଆଇଏ କୋର୍ଟ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।
ବିସ୍ଫୋରଣ କିପରି ହୋଇଥିଲା?
ବିସ୍ଫୋରଣ ପାଇଁ ଏକ ବାଇକ୍‍ ବ୍ୟବହାର କରାଯାଇଥିଲା । ଏଥିରେ ଆରଡିଏକ୍ସ ରଖାଯାଇଥିଲା, ଯାହା ବିସ୍ଫୋରଣ ଘଟାଇଥିଲା । ବିସ୍ଫୋରଣ ବେଳେ ରମଜାନ ମାସ ଚାଲିଥିବାରୁ ଉପବାସ କରୁଥିବା ଲୋକମାନେ ଇଫ୍ତାର କରୁଥିଲେ । ପ୍ରଥମେ ତଦନ୍ତ ଦାୟିତ୍ୱ ଏଟିଏସ୍‍ କୁ ଦିଆଯାଇଥିଲା । ତଦନ୍ତ ଆଗକୁ ବଢିବା ସହିତ ଏଥିରେ ସଂପୃକ୍ତ ଲୋକଙ୍କ ନାମ ବାହାରକୁ ଆସିଥିଲା । ବାଇକ ନମ୍ବରରୁ ଜଣାପଡିଥିଲା ଯେ ପ୍ରଜ୍ଞା ଠାକୁରଙ୍କ ନାରେ ରହିଛି । ଏହାପରେ ତଦନ୍ତ ଆଗକୁ ବଢି ଅନେକଙ୍କ ନାମ ସାମ୍ନାକୁ ଆସିଥିଲା । ଏଥିରେ କର୍ଣ୍ଣେଲ ଶ୍ରୀକାନ୍ତ ପୁରୋହିତଙ୍କ ନାମ ମଧ୍ୟ ସାମିଲ ଥିଲା ।
ଏନଆଇଏ କରିଥିଲା ତଦନ୍ତ
ଏଟିଏସ୍‍ ଏହି ମାମଲାରେ ହତ୍ୟା, ଅପରାଧିକ ଷଡଯନ୍ତ୍ର ଏବଂ ଆତଙ୍କବାଦ ଅଧୀନରେ ଏକ ମାମଲା ରୁଜୁ କରିଥିଲା । ପରେ ୨୦୧୧ରେ ଏହାର ତଦନ୍ତ ଭାର ଏନଆଇଏକୁ ଦିଆଯାଇଥିଲା । ଏହାପରେ କେନ୍ଦ୍ରରେ ଏନଡିଏ ସରକାର ଜିତିବା ପରେ ୨୦୧୭ରେ ପ୍ରଜ୍ଞା ଠାକୁରଙ୍କୁ ଜାମିନ ମିଳିଥିଲା । ୨୦୧୯ରେ ସେ ବିଜେପିରୁ ଲୋକସଭା ନିର୍ବାଚନ ଲଢିବା ସହ ସାଂସଦ ହୋଇଥିଲେ ।  ରିପୋର୍ଟ ଅନୁସାରେ ସାକ୍ଷୀମାନେ ନିଜ ବୟାନ ଉପରେ ତିଷ୍ଠୀ ନରହିବାରୁ ମାମଲା ଦୁର୍ବଳ ହୋଇଯାଇଥିଲା । ଆଜି ଏନଆଇଏ କୋର୍ଟ ଏହି ମାମଲାରେ ଏକ ବଡ ରାୟ ଦେଇଛନ୍ତି ଏବଂ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories