www.samajalive.in
Saturday, December 6, 2025
14.1 C
Bhubaneswar

ମାଲେଗାଓଁ ବିସ୍ଫୋରଣ ମାମଲା: ଏନଆଇଏ କୋର୍ଟଙ୍କ ଐତିହାସିକ ରାୟ, ସମସ୍ତ ୭ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ

ସମାଜ ଡିଜିଟାଲ ଡେସ୍କ: ୧୭ବର୍ଷ ପରେ ମାଲେଗାଓଁ ବିସ୍ଫୋରଣ ମାମଲାରେ ସ୍ୱତନ୍ତ୍ର ଏନଆଇଏ କୋର୍ଟ ଏକ ବଡ ରାୟ ଦେଇଛନ୍ତି । ବିସ୍ଫୋରଣ ମାମଲାରେ ପ୍ରମାଣ ଅଭାବରୁ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ରାୟ ଦେବା ସମୟରେ ଏନଆଇଏ କୋର୍ଟର ବିଚାରପତି ଲାହୋଟି କହିଛନ୍ତି ଯେ ଅଭିଯୁକ୍ତ ସୁଧାକର ଚତୁର୍ବେଦୀଙ୍କ ଘରେ ଆରଡିଏକ୍ସର ଚିହ୍ନ ମିଳିଛି । କିଛି ଅଭିଯୋଗକୁ ଗ୍ରହଣ କରାଯାଇଥିବା ବେଳେ କିଛିକୁ ପ୍ରତ୍ୟାଖ୍ୟାନ କରାଯାଇଛି । ବାଇକ୍‍ ବାହାରେ ବୋମା ରଖାଯାଇଥିବା ବେଳେ କିଏ ବାଇକ ପାର୍କ କରିଥିଲା ସେ ସମ୍ପର୍କରେ କୌଣସି ପ୍ରମାଣ ମିଳିନାହିଁ । ଏହାସହିତ ବାଇକଟି ସାଧ୍ୱୀ ପ୍ରଜ୍ଞା ସିଂ ଠାକୁରଙ୍କ ନାମରେ ଥିବା ପ୍ରମାଣିତ ହୋଇପାରିଲା ନାହିଁ । ବିଚାରପତି ଲାହୋଟି କହିଛନ୍ତି ଯେ ଷଡଯନ୍ତ୍ରର କୌଣସି ଦିଗ ପ୍ରମାଣିତ ହୋଇନାହିଁ ।
ଏହା ବ୍ୟତୀତ କର୍ଣ୍ଣେଲ ଶ୍ରୀକାନ୍ତ ପ୍ରସାଦ ପୁରୋହିତ ଆରଡିଏକ୍ସ ଆଣିବାର କୌଣସି ପ୍ରମାଣ ମିଳିନାହିଁ । ସମସ୍ତ ଅଭିଯୁକ୍ତଙ୍କ ମଧ୍ୟରେ ଷଡଯନ୍ତ୍ର ପାଇଁ ସାକ୍ଷାତ ହେବାର କୌଣସି ପ୍ରମାଣ ମଧ୍ୟ ନାହିଁ । ରାୟ ପଢିବା ସମୟରେ, କୋର୍ଟ କିଛି ବଡ କଥା କହିଛନ୍ତି । କୋର୍ଟ କହିଛନ୍ତି ଯେ ୟୁଏପିଏ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ନାହିଁ । ଏହି ମାମଲାରେ ଅଭିନବ ଭାରତ ନାମକ ସଂଗଠନ ଟଙ୍କା ମଧ୍ୟ ବ୍ୟବହାର କରାଯାଇନାହିଁ ।
ମାମଲାର ଶୁଣାଣି ସମୟରେ ବିଚାରପତି ଅନେକ ତ୍ରୁଟି ମଧ୍ୟ ଦର୍ଶାଇଥିଲେ । କୋର୍ଟ କହିଛନ୍ତି ଯେ ବିସ୍ଫୋରଣ ପରେ ତଦନ୍ତକାରୀ ସଂସ୍ଥାଗୁଡିକ ଆଙ୍ଗୁଠି ଚିହ୍ନ ନେଇ ନଥିଲେ ।  ସୂଚନା ଅନୁସାରେ୨୦୦୮ ମସିହା ୨୯ସେପ୍ଟେମ୍ବର ରାତି ୯ଟା ୩୦ମିନିଟରେ ବିସ୍ଫୋରଣ ହୋଇଥିଲା । ଏଥିରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଥିଲେ । ଏହି ମାମଲାରେ ୩୩୨ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories