ଲାଞ୍ଜିଗଡ: ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରସ୍ଥିତ ବ୍ଲକ ସମ୍ମିଳନୀ କକ୍ଷରେ ବୁଥସ୍ତରୀୟ ପରିଦର୍ଶକ ଓ ବୁଥସ୍ତରୀୟ ଅଧିକାରୀଙ୍କୁ ନେଇ ଦୁଇଦିନ ବ୍ୟାପି ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ର ମୁଖ୍ୟଅତିଥି ଯୋଗଦେଇ କର୍ମଶାଳାର ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ତହସିଲଦାର ବନମାଳୀ ମେହେର ଯୋଗଦେଇଥିଲେ। ମଙ୍ଗଳବାର ଅନୁଷ୍ଠିତ କର୍ମଶାଳାର ପ୍ରଥମ ଦିନରେ ଲାଞ୍ଜିଗଡ ବ୍ଲକର ୨୬ ଗୋଟି ପଞ୍ଚାୟତର ୫୦ ଜଣ ବୁଥସ୍ତରୀୟ ଅଧିକାରୀ ଓ ୭ ଜଣ ପରିଦର୍ଶକ ଯୋଗଦେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ପ୍ରଥମ ଦିନରେ ପ୍ରଶିକ୍ଷକ ଭାବେ ନିର୍ବାଚନ କମିଶନଙ୍କ ତରଫରୁ ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷିତ ହୋଇ ଫେରିଥିବା ବନ୍ଧପାରୀ କ୍ଳଷ୍ଟର ସଂଯୋଜକ ତ୍ରିନାଥ ଶ୍ୟାମ କୁମାର ଓ ଚମ୍ପାଦେଇପୁର କ୍ଲଷ୍ଟର ସଂଯୋଜକ ସୌଭାଗ୍ୟ ରଞ୍ଜନ ସାହୁ ତାଲିମ ପ୍ରଦାନ କରିଥିଲେ। ସେହିପରି ଦ୍ଵିତୀୟ ଦିନରେ ଲାଞ୍ଜିଗଡ ବ୍ଲକର ୨୦ ଜଣ ଓ ଥୁଆମୂଳ ରାମପୁର ବ୍ଲକର ୩୦ ଜଣ ବୁଥସ୍ତରୀୟ ଅଧିକାରୀ ଭାଗ ନେଇଥିବାବେଳେ ତାଲିମଦାତା ଭାବେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ସମୀର କୁମାର ଠାକୁର ଓ ଚମ୍ପାଦେଇପୁର କ୍ଳଷ୍ଟର ସଂଯୋଜକ ଶ୍ରୀ ସାହୁ ତାଲିମ ପ୍ରଦାନ କରିଥିଲେ।
Popular Categories



