www.samajalive.in
Tuesday, December 9, 2025
16.1 C
Bhubaneswar

ନିୟମିତ ଲେମ୍ବୁପାଣି ପିଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ !

ସାଧାରଣତଃ ଲୋକେ ମୋଟାପଣରୁ ମୁକ୍ତି ପାଇବା ପାଇଁ ଲେମ୍ବୁପାଣି ପିଇଥାଆନ୍ତି। ଏଥିସହିତ ଅଧିକାଂଶ ଲୋକେ ଖରାଦିନେ ମଧ୍ୟ ଲେମ୍ବୁପାଣି ପିଇବାକୁ ପସନ୍ଦ କରନ୍ତି। ହେଲେ ଲେମ୍ବୁପାଣି ଯେ ସମସ୍ତଙ୍କ ପାଇଁ ଲାଭଦାୟକ ନୁହେଁ ଏବିଷୟରେ ଖୁବ୍ କମ୍ ଲୋକ ଅବଗତ। ଆବଶ୍ୟକତାଠାରୁ ଅଧିକ ଲେମ୍ବୁପାଣି ପିଇବା ଶରୀର ପାଇଁ ହାନିକାରକ ସାବ୍ୟସ୍ତ ହୋଇଥା। ତେଣୁ ଯଦି ଲେମ୍ବୁପାଣି ପିଉଛନ୍ତି ତେବେ ନିୟନ୍ତ୍ରିତ ମାତ୍ରାରେ ପିଇବା ଉଚିତ। ତେବେ ଚାଲନ୍ତୁ ଜାଣିବା କେଉଁ କ୍ଷେତ୍ରରେ ଲେମ୍ବୁପାଣି ଆମ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ –

ଲେମ୍ବୁରେ ସାଇଟ୍ରିକ୍ ଏସିଡ୍ ରହିଥାଏ, ଯାହାଦ୍ବାରା ଆମ ଦାନ୍ତ କ୍ଷତିଗ୍ରସ୍ତ ହୋଇଥାଏ। ଲେମ୍ବୁ ପାଣି ପିଇବା ପାଇଁ ଗ୍ଲାସ ପରିବର୍ତ୍ତେ ଷ୍ଟ୍ର’ ବ୍ୟବହାର କରିବା ଉଚିତ। ଏହା ଦ୍ବାରା ଆମ ଦାନ୍ତ କ୍ଷତିଗ୍ରସ୍ତ ହେବନାହିଁ।

- Advertisement -

ଯେଉଁମାନଙ୍କ ଅମ୍ଳପିତ୍ତ ସମସ୍ୟା ରହିଛି, ସେମାନେ ଲେମ୍ବୁ ପାଣି ପିଇବା ଅନୁଚିତ୍। ଏହା ଦ୍ବାରା ପେଟ ସମସ୍ୟା ଦେଖା ଦେଇଥାଏ।
ଯେଉଁମାନଙ୍କୁ ଅଲସର୍ ହୋଇଥାଏ, ସେମାନେ ଲେମ୍ବୁ ଖାଇବା ଅନୁଚିତ୍।

କିଛି ଲୋକଙ୍କର ଖାଦ୍ୟ ଖାଇସାରିବା ପରେ ଲେମ୍ବୁ ପାଣି ପିଇ ଖାଦ୍ୟ ହଜମ କରିବାର ଅଭ୍ୟାସ ଅଛି। ହେଲେ ଏହା ଏକ ଖରାପ ଅଭ୍ୟାସ। ଏହା ଦ୍ବାରା ଆପଣଙ୍କ ପେଟ ସମସ୍ୟା ସୃଷ୍ଟି ହୋଇଥାଏ।

ଲେମ୍ବୁକୁ ଖାଦ୍ୟରେ ମିଶାଇ ଖାଇ ପାରିବେ। ଆପଣ ଚାହିଁଲେ ଲେମ୍ବୁ ଆଚାର ମଧ୍ୟ ଖାଇପାରିବେ। ମାତ୍ର ଆବଶ୍ୟକତାଠାରୁ ଅଧିକ ଲେମ୍ବୁ ଖାଇଲେ ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚିଥାଏ।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories