www.samajalive.in
Sunday, December 7, 2025
23.1 C
Bhubaneswar

ଖୁବଶୀଘ୍ର ପରଦାକୁ ଆସିବ ବିଗ-ବିଙ୍କ ଅଭିନୀତ ଚଳଚ୍ଚିତ୍ର ‘ଝୁଣ୍ଡ’

ମୁମ୍ବଇ: ବଲିଉଡର ବିଗ୍ ବି ଅମିତାଭ ବଚ୍ଚନ ଅଭିନୀତ ଚଳଚ୍ଚିତ୍ର ‘ଝୁଣ୍ଡ’ ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି। ବଲିଉଡର ଜଣାଶୁଣା ନିର୍ଦେଶକ ନାଗରାଜ ମାନଜୁଲେ ନିର୍ଦେଶନାରେ ନିର୍ମିତ ହେବ ଏହି ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ରଟି ୨୦୧୯ ସେପ୍ଟେମ୍ବର ୨୦ରେ ମୁକ୍ତିଲାଭ କରିବ ବୋଲି ଜଣାପଡିଛି। ଏହି ଚଳଚ୍ଚିତ୍ରରେ ବଲିଉଡର ବିଗ୍ ବି ଅମିତାଭ ବଚ୍ଚନ ମୁଖ୍ୟ ଭୂମିକାରେ ନଜର ଆସିବେ। ଟ୍ରେଡ୍ ଆନାଲିଷ୍ଟ ତରନ ଆଦର୍ଶ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି।

courtesy-dynamite news

ଏହି ଚଳଚ୍ଚିତ୍ରର କାହାଣୀ ଜଣେ ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ବିଜୟ ବାରସେଙ୍କ ଉପରେ ଆଧାରିତ। ତାଙ୍କର ଏକ ଏନ୍ଜିଓ ମଧ୍ୟ ରହିଛି। ଏହି ଏନ୍ଜିଓର ଉଦ୍ଦେଶ୍ୟ ହେଉଛି ବସ୍ତିର ପିଲାମାନଙ୍କୁ ଟ୍ରେନିଂ ଦେଇ ସେମାନଙ୍କୁ ଫୁଟବଲ୍ ଖେଳ ପାଇଁ ପ୍ରେରିତ କରିବା। ସେହି ଅବସରପ୍ରାପ୍ତ କ୍ରିଡ଼ା ଶିକ୍ଷକ ଭୂମିକାରେ ଅଭିନୟ କରିବେ ବିଗ୍ ବି ଅମିତାଭ ବଚ୍ଚନ୍। ଏହି ଚଳଚ୍ଚିତ୍ରରେ ମିଳିତ ଭାବେ ପ୍ରଯୋଜନାର ଭାର ସମ୍ଭାଳିଛନ୍ତି ଭୂଷଣ କୁମାର, କ୍ରିଷନ କୁମାର, ରାଜ ହିରେମାଥ୍ ଓ ସଭିତା ରାଜ୍ ହିରେମାଥ୍ ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories