www.samajalive.in
Monday, December 15, 2025
24.1 C
Bhubaneswar

ମୋତେ ହଜାର ଥର ଦେଶଦ୍ରୋହୀ କୁହନ୍ତୁ, ଭାରତୀୟ ଡ୍ରୋନ୍ ଅନେକ କ୍ଷତି କରିଛି: ପାକିସ୍ତାନୀ ସାମ୍ବାଦିକ

ନୂଆଦିଲ୍ଲୀ : ପାକିସ୍ତାନ ସାମ୍ବାଦିକ ତଥା ୟୁଟ୍ୟୁବର ଅହମଦ ନୁରାନୀଙ୍କ ପାଖରେ ପାକିସ୍ତାନ ସରକାରଙ୍କ ପାଇଁ ପ୍ରଶ୍ନର ଲମ୍ବା ଲାଇନ ଲାଗିଛି । ଅହମଦ ଶହବାଦ ସରିଫଙ୍କ ସରକାରଙ୍କ ନୀତିକୁ ନେଇ ପ୍ରଶ୍ନ ଉଠାଉଛନ୍ତି । ନୁରାନୀଙ୍କ କିଛି ଭିଡିଓକୁ ପାକିସ୍ତାନ ସରକାର ବ୍ଲକ୍ କରିଦେଇଛନ୍ତି । ଅହମଦ ଅପରେସନ ସିନ୍ଦୂରରେ ପାକିସ୍ତାନ ସରକାରଙ୍କ ଉପରେ ମିଛ କହିଥିବା ଅଭିଯୋଗ ଲଗାଇଛନ୍ତି । ଏକ ଭିଡିଓରେ ସେ କହିଛନ୍ତି କି ‘ପାକିସ୍ତାନ ମଧ୍ୟ ଆକ୍ରମଣ କରିଛି କିନ୍ତୁ ଏଥିରେ କ୍ଷତି କାହାର ହୋଇଛି ?’

ଭାରତକୁ ଇଶାରା ଦେଇ ସେ କହିଛନ୍ତି କି ‘ଅନ୍ୟପଟୁ ଯେଉଁ ଆକ୍ରମଣ ହେଲା ସେଥିରେ କ୍ଷତି ହୋଇଛି । ଏହାର ପ୍ରମାଣ ମଧ୍ୟ ଅଛି । ପାକିସ୍ତାନର ଯେତେ ମଧ୍ୟ ସହର ଥିଲା ପ୍ରାୟ… ପାକିସ୍ତାନର ଅନେକ ଛୋଟ ବଡ ସହରରେ ଭାରତୀୟ ଡ୍ରୋନ୍ ଶହ ଶହ ଆସିଥିଲା ଏବଂ ନିଜ କାମ କରୁଥିଲା । ରାଓ୍ବଲପିଣ୍ଡିର ଷ୍ଟାଡିୟମ ହେଉ ବା ପାଖାପାଖି ଅନ୍ୟ କେଉଁ ସ୍ଥାନ, ସବୁଠି କ୍ଷତି ହୋଇଛି । ଏପରିକି ଜୀବନ ହାନି ମଧ୍ୟ ହୋଇଛି । ସାରା ପାକିସ୍ତାନରେ ଭୟର ବାତାବରଣ । ମୁଁ ଆପଣଙ୍କୁ ସତ ରିପୋର୍ଟ କହିବାକୁ ଚାହୁଁଛି, ଆପଣ ମୋତେ ଦେଶଦ୍ରୋହୀ କହିପାରନ୍ତି, ହଜାର ଥର କହିପାରନ୍ତି ।’ ଅହମଦ ନୁରାନୀଙ୍କ ଏହି ଭିଡିଓକୁ ୨ ହଜାରରୁ ଅଧିକ ଲୋକଙ୍କ ପ୍ରତିକ୍ରିୟା ମିଳିଛି ।

- Advertisement -

କହିରଖୁଛୁ ପାକିସ୍ତାନ ସରକାରଙ୍କ କହିବା ପରେ ୧୧ ମେରେ ପାକିସ୍ତାନ ଲୋକେ ଧନ୍ୟବାଦ ଦିବସ ପାଳନ କଲେ । ଶହବାଦ ସରିଫ ନିଜ ଦେଶବାସୀଙ୍କୁ କହିଲେ କି ୪ ଦିନର ଏହି ଯୁଦ୍ଧରେ ପାକିସ୍ତାନର ବିଜୟ ହେଲା । ସରକାରଙ୍କ ଏହି ଦାବି ପରେ ପାକିସ୍ତାନ ନାଗରିକ ୧୧ ମେରେ ଖୁବ୍ ବାଣ ଫୁଟାଇ ଉତ୍ସବ ପାଳନ କରିଥିଲେ ।

କିନ୍ତୁ ପାକିସ୍ତାନର ଏହି ଦାବିରେ କିଛି ବିଶେଷଜ୍ଞ ଓ ସାମ୍ବାଦିକ ପ୍ରଶ୍ନ ଉଠାଉଛନ୍ତି । ଏପରିକି ପାକିସ୍ତାନର ଏକ ନ୍ୟୁଜ ଚ୍ୟାନେଲରେ ଆଲୋଚନା ସମୟରେ ‘ମୋଦୀ ୨୦୦ ପ୍ରତିଶତ ସଫଳ ହେଲେ’ ବୋଲି କୁହାଯାଉଛି ।

କହିରଖୁଛୁ ପାକିସ୍ତାନ ଗଣମାଧ୍ୟମ ବା ୟୁଟ୍ୟୁବରେ କିଛି ମତ ରଖିବା ପୂର୍ବରୁ ପାକିସ୍ତାନ ସେନା ପ୍ରତି ଧ୍ୟାନ ଦେବାକୁ ହୋଇଥାଏ । ସେନା ବିରୁଦ୍ଧରେ କିଛି ବି ଅପମାନଜନକ ମନ୍ତବ୍ୟ ଦିଆଯାଏନି । ଏହା ସତ୍ତ୍ବେ କିଛି ୟୁଟ୍ୟୁବର ଏବଂ ସାମ୍ବାଦିକ ଖୋଲାଖୋଲି ଭାବେ ଅପରେସନ ସିନ୍ଦୂରକୁ ନେଇ ପାକିସ୍ତାନ ସରକାରଙ୍କୁ ପ୍ରଶ୍ନ କରୁଛନ୍ତି ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories