www.samajalive.in
Monday, December 15, 2025
14.1 C
Bhubaneswar

ଝଡ ପବନରେ ଉଡ଼ିଲା ସ୍କୁଲ୍ ଛାତ, ନିମ୍ନମାନର କାମ ଅଭିଯୋଗ

ଲଡୁଗାଁ: ମଙ୍ଗଳବାର ଅପରାହ୍ନରେ ଝଡିବର୍ଷା ପ୍ରଭାବରେ କୋକସରା ବ୍ଲକର ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ବରାଡ଼ଙ୍ଗା ପଞ୍ଚାୟତ ଶିଉନି ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଟିଣ ଛାତ ଝଡ଼ ତୋଫାନ ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି। ତେବେ ଏବେ ସ୍କୁଲ ଛୁଟି ଥିବା କାରଣରୁ ପିଲାଏ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି। ପୂର୍ବ ସରକାର ଅମଳରେ ୨୦୨୩-୨୪ ଆର୍ଥିକ ବର୍ଷ ଆମ ଓଡିଶା ନବୀନ ଓଡିଶା ଅନୁଦାନରୁ ୩ ଲକ୍ଷ ୫୦ ହଜାର ଅଟକଳ ପରିମାଣର ନିର୍ମାଣାଧୀନ ଏହି ବିଦ୍ୟାଳୟର ରୂପାନ୍ତରିକରଣ କାର୍ଯ୍ୟ ନିମ୍ନମାନର ହୋଇଥିବା ଯୋଗୁଁ ଏଭଳି ହୋଇଛି। ଏହା ବ୍ୟତୀତ ୧୪ ନଭେମ୍ବର ୨୦୨୩ରେ କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ କାର୍ଯ୍ୟ ଶେଷ ତାରିଖ ସମ୍ପୃକ୍ତ ଫଳକରେ ଉଲ୍ଲେଖ ନାହିଁ। ଯାହାକି କିଛି ଅଲଗା ଦିଗକୁ ଗତି କରୁଛି।

ଏ ନେଇ ସ୍ଥାନୀୟ ଜୟନାରାୟନ ପଣ୍ଡା, କମଳ ରାଉତ, ଅମର ସିଂଧ ମାଝୀ, କେଦାର ରାଉତ, ଦେବାନନ୍ଦ ରାଉତ, ଦସମୁ ରାଉତ ପ୍ରମୁଖ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories