www.samajalive.in
Sunday, December 14, 2025
19.1 C
Bhubaneswar

କ’ ଣ କହେ ବାସ୍ତୁ : ସ୍ନାନ ଜଳରେ ମିଶାନ୍ତୁ ଏସବୁ ଜିନିଷ, ଦେଖନ୍ତୁ ଚମତ୍କାର..

ବାସ୍ତୁ ଶାସ୍ତ୍ର ଅନୁସାରେ ସ୍ନାନ କରିବା ଦ୍ୱାରା ଶରୀରରୁ କେବଳ ଅପରିଷ୍କାର ନୁହେଁ ବରଂ ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଥକ୍କାପଣ ଓ ମାନସିକ ଦୁଃଶ୍ଚିନ୍ତା ଦୂର କରି ଶରୀରକୁ ଶକ୍ତି ପ୍ରଦାନ କରିଥାଏ । ତେବେ ସ୍ନାନ ଜଳରେ କିଛି ସ୍ୱତନ୍ତ୍ର ଜିନିଷ ମିଶାଇ ସ୍ନାନ କରିବା ଦ୍ୱାରା ଗ୍ରହଙ୍କ ଶୁଭ ପ୍ରଭାବ ସହ ଜୀବନରେ ଥିବା ସମସ୍ୟା ଦୂର ହୋଇତାଏ । ଜାଣନ୍ତୁ..

ଦହି-  ବାସ୍ତୁ ଶାସ୍ତ୍ର ଅନୁସାରେ ଦହି କେବଳ ସ୍ୱାସ୍ଥ୍ୟ, ତ୍ୱଚା ପାଇଁ ଉପକାରୀ ନୁହେଁ ବରଂ ଏହା ନକରାତ୍ମକ ଶକ୍ତିକୁ ଦୂର କରିଥାଏ । ସ୍ନାନ ଜଳରେ ସାମାନ୍ୟ ଦହି ମିଶାଇ ସ୍ନାନ କଲେ ଚନ୍ଦ୍ରମାଙ୍କ ଶୁଭ ପ୍ରଭାବ ମିଳିଥାଏ । ମାନସିକ ଦୁଃଶ୍ଚିନ୍ତା ଦୂର କରିଥାଏ ।

- Advertisement -

ହଳଦୀ- ସ୍ନାନ ଜଳରେ ସାମାନ୍ୟ ହଳଦୀ ମିଶାଇ ସ୍ନାନ କରିବା ଦ୍ୱାରା ଜାତକରେ ବୃହସ୍ପତିଙ୍କ ଶୁଭ ପ୍ରଭାବ ପଡିଥାଏ । ବୃହସ୍ପତି ମଜଭୁତ ହୋଇଥାନ୍ତି । ଫଳରେ ଜୀବନରେ ଜ୍ଞାନ, ସମୃଦ୍ଧି, ସୁବର୍ଣ୍ଣ ସୁଯୋଗ ମିଳିଥାଏ ।

କଫି- ଅଧିକ କ୍ରୋଧ ଆସୁଥିଲେ ବାରମ୍ବାର ଚିଡ୍‌ଚିଡା ଲାଗୁଥିଲେ ମଙ୍ଗଳ ଗ୍ରହ ଦୁର୍ବଳ ଥିବାର ସଙ୍କେତ ଦେଇଥାଏ । ସ୍ନାନ ଜଳରେ ସାମାନ୍ୟ କଫି ମିଶାଇ ସ୍ନାନ କଲେ ମଙ୍ଗଳଙ୍କ ଶୁଭଫଳ ମିଳିଥାଏ । ବିଶେଷ କରି ଏହି ଉପାୟ ମଙ୍ଗଳବାର କରିବା ଦ୍ୱାରା ଅଧିକ ଶୁଭଫଳ ପ୍ରାପ୍ତି ହୋଇଥାଏ ।

ଲୁଣ- ସ୍ନାନ ଜଳରେ ସାମାନ୍ୟ ଲୁଣ ମିଶାଇ ସ୍ନାନ କଲେ ଜୀବନରେ ଥିବା ସମସ୍ତ ସମସ୍ୟା ଦୂର ହୋଇ କାର୍ଯ୍ୟରେ ସଫଳତା ମିଳିଥାଏ । ବିଶେଷ କରି ଶନିବାର ଏପରି କଲେ ଅଧିକ ଶୁଭଫଳ ମିଳିଥାଏ ।

କ୍ଷୀର- ସ୍ନାନ ଜଳରେ ସାମାନ୍ୟ କ୍ଷୀର ମିଶାଇ ସ୍ନାନ କଲେ ଶୁକ୍ର ଗ୍ରହ ଜାତକରେ ମଜଭୁତ ହୋଇଥାନ୍ତି । ଜୀବନରେ ପ୍ରେମ, ସଫଳତା ମିଳିବା ସହ ପରିବାରରେ ସୁଖଶାନ୍ତିର ବାତାବରଣ ସର୍ବଦା ରହିଥାଏ ।

ରାହୁ ଚଳନ : ଏହି ରାଶି ହେବେ ମାଲାମାଲ୍‌, ଆଉ ରହିବନି ଚିନ୍ତା, ଧନର ହେବ ବର୍ଷା

ପୁଣି ବଢିଲା ସୁନା, ଦିନକରେ ବଢିଗଲା ଏତିକି ଟଙ୍କା

ଆଖୁରସ ପିଇବା ପସନ୍ଦ କି? ଥରେ ନଜର ପକାନ୍ତୁ ଏହି ଭିଡିଓରେ..

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories