www.samajalive.in
Monday, December 15, 2025
24.1 C
Bhubaneswar

ବିଶ୍ୱ କବିତା ଦିବସରେ ନିର୍ଝରିଣୀ ତରଫରୁ କବିତା ଆସର

କଣ୍ଟାବାଞ୍ଜି: କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ତରଫରୁ ବିଶ୍ୱ କବିତା ଦିବସ ଅବସରରେ ବହୁଭାଷୀ କବିତା ପାଠ ଓ ପୁସ୍ତକ ସମୀକ୍ଷା ସାରସ୍ବତ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାରସ୍ବତ ସମାରୋହରେ ଅଧ୍ୟାପକ ଲୋହିତାକ୍ଷ ଯୋଷୀ ମୁଖ୍ୟ ଅତିଥି, କବି ରତୀନ୍ଦ୍ର ରାଏ, ବିଭୁଦତ୍ତ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ସମ୍ପାଦକ ବିରଞ୍ଚି ନାରାୟଣ ଦାଶ ସଭା ପରିଚାଳନା କରିଥିଲେ।
ଜଗତର ନାଥ ଜଗନ୍ନାଥଙ୍କ ଫଟୋଚିତ୍ରରେ ଧୂପଦୀପ ପ୍ରଦାନ କରିବା ପରେ କଣ୍ଠଶିଳ୍ପୀ ଗଣପତି ବେହେରା ଭଜନ ପରିବେଷଣ କରିଥିଲେ। ସ୍ୱର୍ଗତ ପଦ୍ମ ଭୂଷଣ ରମାକାନ୍ତ ରଥ ଓ ଶିଶୁ ସାହିତ୍ୟିକ ଲିଙ୍ଗରାଜ ଚିନ୍ଦାଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।
ପ୍ରତିଷ୍ଠାତା ସ୍ୱର୍ଗତ ରାମ ପ୍ରସାଦ ପୁରୋହିତ ଓ ପ୍ରତିଷ୍ଠାତା ସମ୍ପାଦକ ବିରଞ୍ଚି ନାରାୟଣ ଦାଶଙ୍କ ମିଳିତ କବିତା ସଂକଳନ ଆକାଶର ଜହ୍ନ ପୃଥିବୀର ଭୋକ ପୁସ୍ତକକୁ କବି ରାମଚନ୍ଦ୍ର ସାହୁ ଓ ବିଭୁଦତ୍ତ ସାହୁ ସମୀକ୍ଷା କରିଥିଲେ। ଉପସଭାପତି ସୂର୍ଯ୍ୟକାନ୍ତ ରଣା ଧନ୍ୟବାଦ ଅର୍ପଣ କରିଥିଲେ।
କବୟିତ୍ରୀ ତଥା ସହ ସମ୍ପାଦିକା ଅଞ୍ଜଳି ମାଝୀ ଓ ମମତା ପଣ୍ଡାଙ୍କ ସଂଯୋଜନାରେ ଅନେକ କବି ଯଥା ନରେନ୍ଦ୍ର ସୁନା, କୁଞ୍ଜ ବିହାରୀ ବେହେରା, ପ୍ରଭାତ ମିଶ୍ର,ବିନୟ କୁମାର ଦାଶ, ସୁଧାଂଶୁ ଶେଖର ମିଶ୍ର, ଥମିର ଛତ୍ରିଆ, ବିନୋଦ ପୁଟେଲ, ଡୋଳାମଣି ମହତ, ଅମରକାନ୍ତ ବେହେରା, ବିକାଶ ନାଥ, ଡ.ମିଲି କର, ଦୀପା ନାୟକ, ଦୀପକ ମହାପାତ୍ର, ଫକୀର ମୋହନ ଖମାରୀ, ଭକ୍ତବନ୍ଧୁ ମେହେର, ଜତୀନ ଦୁଆରୀ, କିଶୋର ବରିହା, ଭକ୍ତ ଚରଣ ବନଛୋର ଆଦି କବିତା ପାଠ କରିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories