www.samajalive.in
Monday, December 15, 2025
24.1 C
Bhubaneswar

ଅନାରକଲି ଢ଼ାବାରେ ଅବକାରୀ ଚଢ଼ାଉ, ଖସିଗଲେ ମାଲିକ

ଲଡୁଗାଁ:  ଅବକାରୀ ଏସପି ରଞ୍ଜନ କୁମାର ନାଏକ ଓ ଅବକାରୀ ଅଧିକ୍ଷକ ସାଗରିକା ପ୍ରଧାନଙ୍କ ନିର୍ଦ୍ଦେଶ ପରେ କୋକସରା ଅବକାରୀ ପୁଲିସ ବୋବରିଆ ଛକ ସ୍ଥିତ ଅନାରକଲି ଢ଼ାବାରେ ଶନିବାର ଚଢ଼ାଉ କରିଛି। ଅନାରକଲି ଢ଼ାବାରୁ ବିଦେଶୀ ମଦ ଓ ଫ୍ରିଜର ଜବତ ପରେ ଅବକାରୀ ପୁଲିସ ଜଣକୁ ଗିରଫ କରିଛି। ହେଲେ କୌଶଳ କ୍ରମେ ଢାବା ମାଲିକ ଖସି ଯିବାରେ ସଫଳ ହୋଇଛି।  ସେହିପରି ଅବକାରୀ ବିଭାଗ ପୁଲିସ କାଉଡୋଳା ଡଙ୍ଗରି ପଡାରେ ମଧ୍ୟ ବେନିୟମ ମଦ ବିକ୍ରି କରୁଥିବା ନେଇ  ରୁଦ୍ର ସତନାମୀ ଘରେ ଚଢ଼ାଉ କରିଛି। ତାଙ୍କ ଘରୁ ୧୫ ଲିଟର ଦେଶୀ ମଦ ଜବତ ପରେ ରୁଦ୍ର ସତନାମୀକୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତକୁ ଅବକାରୀ ପୁଲିସ କୋର୍ଟ ଚାଲାଣ କରିଛି ବୋଳି  ଅବକାରୀ ଥାନା ଅଧିକାରୀ ସୂଚନା ଦେଇଛନ୍ତି।
ଅବକାରୀ ବିଭାଗୀର ସୂଚନା ଅନୁଯାୟୀ ଅନାରକଲି ଢ଼ାବାରେ ୧୦୫ ଲିଟର ବିୟର ଓ ୧୧ ଲିଟର ବକାଡି ବ୍ଲାକ ଓ ଆରଏସ  ମଦ ଜବତ କରିଥିଲେ। ହେଲେ ଢାବା ମାଲିକ ଖସି ଯାଇଥିବା ବେଳେ ଢ଼ାବାରେ କାର୍ଯ୍ୟରତ ଜଗବନ୍ଧୁ ରାଉତ ନାମକ କର୍ମଚାରୀକୁ ଅବକାରୀ ପୁଲିସ ଗିରଫ କରିଥିଲେ।
ଦୀର୍ଘବର୍ଷ ଧରି ବୋବରିଆ ଛକ ଆଦର୍ଶ ବିଦ୍ୟାଳୟ କଡରେ ଥିବା ଅନାରକଲି ଢ଼ାବାରେ ବେଆଇନ୍ ଭାବେ ବିଭିନ୍ନ ପ୍ରକାର ଦେଶୀ ଓ ବିଦେଶୀ ମଦ ଆଣି ଗଚ୍ଛିତ କରି ବିକ୍ରି କରି ଆସୁଥିଲେ ।
କୋକସରା  ଅବକାରୀ ପୁଲିସ ଢାବାରେ ଚଢାଉ କରି ଅନେକ ପରିମାଣରେ ବିଭିନ୍ନ ବ୍ରାଣ୍ଡର ୧୧୬ ଲିଟର ବିଦେଶୀ ମଦ ଓ ଭୋଲ୍ଟାସ କମ୍ପାନୀର ଏକ ଫ୍ରିଜର ଜବତ କରିଥିଲା । ଜବତ ସମୟରେ ଧର୍ମଗଡ଼ ଅବକାରୀ ଆଇଆଇସି ସୁଧାଂଶୁ ମୁଣ୍ଡା, କୋକସରା ଅବକାରୀ ଓ ଆଇସି ନରେନ୍ଦ୍ର ମିଞ୍ଜ, କନେଷ୍ଟବଳ ଖୁଶିରାମ କଟା, କର୍ଣ୍ଣ ବାଗ, ନିରଞ୍ଜନ ବେହେରା ଓ ପ୍ରିୟମ୍ବଦା ଜେନା ଉପସ୍ଥିତ ଥିଲେ ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories