www.samajalive.in
Thursday, December 11, 2025
27.1 C
Bhubaneswar

ମହିଳାଙ୍କ ମୃତ୍ୟୁ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ 

କାମାକ୍ଷାନଗର: ପରଜଙ୍ଗ ଥାନା ଅନ୍ତର୍ଗତ ଚାନ୍ଦପୁର ଗ୍ରାମର ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ବାପଘର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଛି। ପରଜଙ୍ଗ ଥାନା ଅନ୍ତର୍ଗତ କନ୍ତୋର ପଞ୍ଚାୟତର ଚାନ୍ଦପୁର ଗ୍ରାମର ରାହାସ ସାହୁଙ୍କ ପତ୍ନୀ ଶାନ୍ତିଲତାଙ୍କର ମୃତ୍ୟୁ ହୋଇଛି।
ଖବର ପାଇ ବସୁଲେଇ ଗ୍ରାମର ଜମିଡ଼ିହ ସାହିର କମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ତାଙ୍କ ଭଉଣୀ ଶାନ୍ତିଙ୍କୁ ଭିଣୋଇ ରାହାସ ଓ ତାଙ୍କ ପୁଅ ମିଶି ମାରିଦେବା ପରେ ଏକ ଦୌଡ଼ିରେ ଟାଙ୍ଗୀ ଦେଇଥିବାର ଜାଣି ଏ ସଂକ୍ରାନ୍ତରେ ଥାନାରେ ଲିଖିତ ଏତେଲା ଦେଇଛନ୍ତି। ଏହି ଏତେଲାକୁ ଭିତ୍ତି କରି ପୁଲିସ ତଦନ୍ତ କ୍ରମରେ ଶାନ୍ତିଙ୍କ ମୃତ ଦେହ ଜବତ ପରେ ବ୍ୟବଛେଦର ବ୍ୟବସ୍ଥା କରିଛି । ଶାନ୍ତିଙ୍କର ମୃତ୍ୟୁର ରହସ୍ୟ ବ୍ୟବଛେଦ ରିପୋର୍ଟ ରୁ ଜଣାଯିବ ବୋଲି ପୁଲିସ ପ୍ରକାଶ କରିଛି।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories