www.samajalive.in
Monday, December 15, 2025
24.1 C
Bhubaneswar

ଡ୍ରେନରେ ପଡିଯାଇଥିବା ଗାଈକୁ ଉଦ୍ଧାର କଲେ ଯୁବ ସ୍ବେଛାସେବୀ 

ଗଞ୍ଜାମ : ଗଞ୍ଜାମ ସହର ଭାରତୀବିଦ୍ୟା ପୀଠ ପାର୍ଶ୍ୱରେ ରହିଥିବା ମୁକୁଳା ଡ୍ରେନରେ ଏକ ଗାଈ ପଡି ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ସାଧାରଣରେ ଘୋର ଅସନ୍ତୋଷ ପ୍ରକାଶ ପାଇଥିଲା । ଖବରପାଇ ସ୍ଥାନୀୟ କିଛି ଯୁବ ସ୍ବେଛାସେବୀମାନେ  ଉଦ୍ଧାର କରିଥିବା ଜଣାପଡ଼ିଛି । ଏନଏସି କର୍ତ୍ତୃପକ୍ଷ ଅବହେଳା ଯୋଗୁଁ ବିଭିନ୍ନ ସମୟରେ ଉକ୍ତ ଡ୍ରେନରେ ଗାଈ ପଡିଯାଉଥିବା ନଜିର ରହିଛି । ଉକ୍ତ ଡ୍ରେନରେ ଘୋଡଣୀ ନଥିବା ଯୋଗୁଁ ଅନେକ ଛୋଟ ବଡ଼ ଦୁର୍ଘଟଣା ଘଟୁଛି ।  ଏନଏସି କର୍ତ୍ତୃପକ୍ଷ  ଡ୍ରେନରେ ଢ଼ାଙ୍କୁଣୀ ବ୍ୟବସ୍ଥା କରିବା ପାଇଁ ଦାବି ହେଉଛି । ହୋଲି ଦିନ ଗାଇଟି ଉକ୍ତ ଡ୍ରେନରେ ପଡିଯାଇଥିବାବେଳେ ଉକ୍ତ ଗାଈକୁ ଉଦ୍ଧାର କରିବା ପାଇଁ ଏନଏସି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ହେଲେ ଉକ୍ତ ଗାଈକୁ ଉଦ୍ଧାର କରିବା ପାଇଁ ସେମାନଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିଲା । ଅନ୍ୟପଟେ ଖବର ପାଇ ଯୁବ ସ୍ବେଛାସେବୀ କେ.ଏଲେୟା ରେଡ୍ଡି, ପ୍ରଭାତ ସାହୁ, ଜିତୁ ବାରିକ, ଆକାଶ ଗୌଡ଼, ସୀମାଞ୍ଚଳ ପ୍ରମୁଖ ପହଞ୍ଚି ଗାଈଟିକୁ ଏକ ରସି ଓ ବଲହା ସାହାଯ୍ୟରେ ଉଦ୍ଧାର କରିଥିଲେ । ଯୁବ ଗୋଷ୍ଠୀଙ୍କ ଏପରି କାର୍ଯ୍ୟକୁ ବିଭିନ୍ନ ମହଲରୁ ଉଚ୍ଚ ପ୍ରଶଂସା କରାଯାଇଛି ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories