ଲାଞ୍ଜିଗଡ: ମଇଁଷି ଚୋରି ଅଭିଯୋଗରେ ଜଣେ ଗିରଫ ହୋଇଥିବା ସୂଚନା ମିଳିଛି। ଏହାସହିତ ମଇଁଷି ଚୋରିବେଳେ ବ୍ୟବହୃତ ଗୋଟିଏ ପିକଅପ ଭ୍ୟାନକୁ ଜବତ କରିଛି। ଏନେଇ ଲାଞ୍ଜିଗଡ ଥାନାରେ କେସ ନଂ ୨୧/୨୦୨୫ ରେ ଏକ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି।
ସୂଚନାନୁଯାୟୀ, ଲାଞ୍ଜିଗଡ ଥାନା ବଳଭଦ୍ରପୁର ଗାଁର ମାର୍କଣ୍ଡ ଚଣ୍ଡୀଙ୍କ ତିନିଗୋଟି ମଇଁଷିକୁ ଅମ୍ବାଦଳା ଥାନା ନିଆଳି ଗାଁର ମନୁ ନାଗ (୧୯) ଏକ ମହିନ୍ଦ୍ରା ପିକଅପ ଯୋଗେ ଚୋରି କରି ନେଇଥିବା ନେଇ ଅଭିଯୋଗ ହୋଇଥିଲା। ଲାଞ୍ଜିଗଡ ପୁଲିସ ଏହାର ତଦନ୍ତ କରି ଅଭିଯୁକ୍ତ ମନୁକୁ ଗିରଫ ପରେ କୋର୍ଟଚାଲାଣ କରିଥିଲା। ଏହାସହିତ ମଇଁଷି ଚୋରିବେଳେ ବ୍ୟବହୃତ ପିକଅପ ଭ୍ୟାନକୁ ଜବତ କରାଯାଇଛି ବୋଲି ପୁଲିସ ସୂଚନା ଦେଇଛି।



