www.samajalive.in
Monday, December 15, 2025
24.1 C
Bhubaneswar

ବଡଗୁମୁଳାରେ‌ ଘର ଉପରକୁ ବୋମା ମାଡ ଘଟଣା, ୨ ଅଭିଯୁକ୍ତ ଗିରଫ 

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ବଡଗୁମଳା ଗ୍ରାମରେ ଶତୃତାକୁ କେନ୍ଦ୍ର କରି ବୋମାମାଡ ଘଟଣାରେ ପୁଲିସ ଦୁଇ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବଡଗୁମଳା ଗ୍ରାମର ଦୁଇ ଭାଇ ଶ୍ରୀକାନ୍ତ ପାତ୍ର ଓ ସିଦ୍ଧାନ୍ତ ପାତ୍ର ବୋଲି ପୁଲିସ ଦେଇଛି।
ଅଭିଯୋଗ ଅନୁଯାୟୀ ବଡ଼ଗୁମଳାରେ ରହୁଥିବା ଶନିବାର ରାତି ୧୦ ଟା ବେଳେ ଅଭିଯୁକ୍ତ ଦୁଇ ଭାଇ ସମେତ ଅନ୍ୟଜଣେ ମୋଟରସାଇକେଲରେ ଆସିପ୍ରଦୀପ କୁମାର ବେହେରାଙ୍କ ଘର ଉପରକୁ ୨ଟି ବୋମାମାଡ ପରେ ଫେରାର ହୋଇଯାଇଥିଲେ।
ଘଟଣା ନେଇ ପ୍ରଦୀପଙ୍କ ପକ୍ଷରୁ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ୮୪/୨୫ ରେ ଏକ ମାମଲା ରୁଜୁ କରିବା ସହ ଦୁଇ ଅଭିଯୁକ୍ତ ଶ୍ରୀକାନ୍ତ ଓ ସିଦ୍ଧାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଅଭିଯୋଗ କରିଥିବା ପ୍ରଦୀପଙ୍କ ବାପା ସେହି ଗାଁରେ ଅନ୍ୟତ୍ର ରହୁଥିବା ବେଳେ ଅଭିଯୁକ୍ତ ଶ୍ରୀକାନ୍ତଙ୍କ ମୋବାଇଲରୁ ପ୍ରଦୀପକୁ ଫୋନ କରି କଥା ହୋଇଥିଲେ। ଏହାକୁ ପ୍ରଦୀପ ନାପସନ୍ଦ କରିବା ସହ ଏହି ଘଟଣା ନେଇ ଶ୍ରୀକାନ୍ତ ସହ ଝଗଡା ହୋଇଥିଲା। ଏହାକୁ ନେଇ ଶ୍ରୀକାନ୍ତ ଓ ସିଦ୍ଧାନ୍ତ, ପ୍ରଦୀପଙ୍କ ଘର ନିକଟକୁ ଆସି ବୋମାମାଡ଼ କରିଥିବା ପୁଲିସ ସମ୍ମୁଖରେ ଅଭିଯୁକ୍ତମାନେ ବୟାନ ଦେଇଥିଲେ।

Hot this week

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

Related Articles

Popular Categories