www.samajalive.in
Monday, December 15, 2025
24.1 C
Bhubaneswar

ଅଷ୍ଟ୍ରେଲିଆକୁ ୨୭୪ ରନର ଟାର୍ଗେଟ ଦେଲା ଆଫଗାନିସ୍ତାନ

ସମାଜ ଡିଜିଟାଲ ଡେସ୍କ: ଚମ୍ପିଆନ୍ସ ଟ୍ରଫିରେ ଗ୍ରୁପ ବି’ର ଏକ ଗୁରୁତ୍ଵପୂର୍ଣ୍ଣ ମ୍ୟାଚରେ ଶୁକ୍ରବାର ଆଫଗାନିସ୍ତାନ ଅଷ୍ଟ୍ରେଲିଆକୁ ୨୭୪ ରନର ଟାର୍ଗେଟ ଦେଇଛି। ଆଫଗାନିସ୍ତାନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୨୭୩ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଛି। ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବାବେଳେ ସେଦିକୁଲ୍ଲା ଅଟଳ ଏବଂ ଅଜମାତୁଲ୍ଲା ଓମାରଜାଇ ଆକର୍ଷଣୀୟ ଇନିଂସ ଖେଳିଥିଲେ। ଅଟଳ ୯୫ ବଲରୁ ୮୫ ଏବଂ ଓମାରଜାଇ ୬୩ ବଲରୁ ୬୭ ରନ କରିଥିଲେ। ଅନ୍ୟ କୌଣସି ଖେଳାଳ ପ୍ରଭାବୀ ପ୍ରଦର୍ଶନ କରିପାରି ନ ଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ବେନ୍‌ ଡ୍ବାରଶୁଇସ ସର୍ବାଧିକ ୩ଟି ଉଇକେଟ ନେଇଥିବାବେଳେ ସ୍ପେନସର ଜନସନ ଓ ଆଦାମ ଜାମ୍ପା ୨ଟି ଲେଖାଏ ଏବଂ ନାଥାନ ଏଲିସ ଓ ଗ୍ଲେନ ମାକ୍ସଓ୍ବେଲ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories