www.samajalive.in
Sunday, December 14, 2025
26.1 C
Bhubaneswar

ପ୍ରାଣିଚିକତ୍ସା ଓ ଟୀକାକରଣ ଉପରୁ ୟୁଜର୍ସ ଫି ଛାଡ଼

ଭୁବନେଶ୍ୱର : ପ୍ରାଣିସମ୍ପଦର ଚିକିତ୍ସା ଓ ଟୀକାକରଣ ବାବଦ ‘ୟୁଜର୍ସ ଫି’କୁ ରାଜ୍ୟ ସରକାର ଛାଡ଼ ଘୋଷଣା କରିଛନ୍ତି। ଫଳରେ ଗାଈ, ବଳଦ, ମଇଁଷି, ଛେଳି, ମେଣ୍ଢା ଆଦିଙ୍କ ଚିକିତ୍ସା ଓ ଟୀକାକରଣ ବାବଦରେ ଜନସାଧାରଣଙ୍କୁ ଫି ଦେବାକୁ ପଡ଼ିବ ନାହିଁ। ଏ ସଂକ୍ରାନ୍ତ ପ୍ରସ୍ତାବକୁ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଅନୁମୋଦନ କରିଛନ୍ତି। ପ୍ରାଣିସମ୍ପଦର ସୁରକ୍ଷା ଓ ଚିକିତ୍ସାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ଏହି ‘ୟୁଜର୍ସ ଫି’ ଛାଡ଼ ନିଷ୍ପତ୍ତି ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖରୁ ରାଜ୍ୟରେ ଲାଗୁ ହେବ। ନିଃଶୁଳ୍କ ସେବା ପ୍ରଦାନ ପାଇଁ ମାନ୍ୟବର ମନ୍ତ୍ରୀଙ୍କୁ ବିଭିନ୍ନ ସମୟରେ ଜନ ସାଧାରଣ ଅନୁରୋଧ କରିଥିଲେ।

ଲୋକମାନଙ୍କ ଅନୁରୋଧକୁ ରକ୍ଷା କରି ଲୋକଙ୍କ ସରକାର ଏହି କଲ୍ୟାଣକାରୀ ନିଷ୍ପତ୍ତି ନେଇଛନ୍ତି।
ସୂଚନାଯୋଗ୍ୟ, ଗାଈ, ବଳଦ, ଛେଳି, ମେଣ୍ଢା, ମଇଁଷି ଆଦିଙ୍କ ଚିକିତ୍ସା ନିମନ୍ତେ ଲୋକମାନେ ପୂର୍ବରୁ ୧ ଟଙ୍କାରୁ ଆରମ୍ଭ କରି ୧୦୦ ଟଙ୍କା ପର୍ଯ୍ୟନ୍ତ ୟୁଜର୍ସ ଫି ଦେଉଥିଲେ। ବିଭିନ୍ନ ଚିକିତ୍ସା ପାଇଁ ଭିନ୍ନ ଭିନ୍ନ ଫି ରହିଥିଲା। ଏଣିକି ଏମାନଙ୍କ ଚିକିତ୍ସା, ଟୀକାକରଣ ଓ ଭ୍ରାମ୍ୟମାଣ ସେବା ପ୍ରଦାନ ନିମନ୍ତେ କୌଣସି ୟୁଜର୍ସ ଫି ଦେବାକୁ ପଡ଼ିବ ନାହିଁ। ଫଳରେ ସାର୍ବଜନୀନ ହୋଇପାରିବ ପ୍ରାଣୀ ଚିକିତ୍ସା। ଏ ନେଇ ବିଭାଗ ପକ୍ଷରୁ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories