www.samajalive.in
Tuesday, December 9, 2025
15.1 C
Bhubaneswar

୩୦ ବର୍ଷର ରେକର୍ଡ ଭାଙ୍ଗିଲା ଶେୟାର ବଜାର, କ୍ଷତି ହେଲାଣି ୯୨ ଲକ୍ଷ କୋଟି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଶେୟାର ବଜାରରେ ଶୁକ୍ରବାର ବଡ଼ ଧରଣର ହ୍ରାସ ଘଟିଛି। ଯାହାଫଳରେ ଶେୟାର ବଜାର ପ୍ରାୟ ୩୦ ବର୍ଷର ରେକର୍ଡ ଭାଙ୍ଗିଛି। ନିବେଶକମାନଙ୍କ ମଧ୍ୟ​‌ରେ ଆହୁରି ଭୟ ବୃଦ୍ଧି ପାଇଲାଣି। ଆଗକୁ କ’ଣ ହେବ ତାହା କହିବା ମୁସ୍କିଲ ହୋଇପଡ଼ିଛି। ୨୦୨୪ ଅକ୍ଟୋବର ମାସରୁ ନିଫ୍ଟି ପ୍ରତିମାସରେ ଖସିବାରେ ଲାଗିଛି। ୫ ମାସ ମଧ୍ୟରେ ନିଫ୍ଟି ୧୨ ପ୍ରତିଶତ ହ୍ରାସ ପାଇଛି। ୧୯୯୬ ପରଠାରୁ ନିଫ୍ଟି ପ୍ରଥମ ଥର ଲାଗି ଲଗାତାର ୫ମ ମାସ ପାଇଁ ନିମ୍ନମୁଖୀ ହୋଇଛି। ଏହା ପୂର୍ବରୁ ୧୯୯୬ ଜୁଲାଇରୁ ନଭେମ୍ବର ମଧ୍ୟରେ ବଜାର ଲଗାତାର ୫ମାସ ଧରି ନିମ୍ନଗାମୀ ହୋଇଥିଲା। ସେତେବେଳେ ନିଫ୍ଟି ୫୦ ସୂଚକାଙ୍କ ୨୬ ପ୍ରତିଶତ ଖସିଆସିଥିଲା।

ବିଗତ ୫ ମାସ ମଧ୍ୟରେ ସେନ୍‌ସେକସ ୧୧.୫୪ ପ୍ରତିଶତ ଖସିଥିବାବେଳେ ନିଫ୍ଟି ୧୨.୬୫ ପ୍ରତିଶତ, ବିଏସଇ ମିଡ୍‌ କ୍ୟାପ ୨୦ ପ୍ରତିଶତରୁ ଊର୍ଦ୍ଧ୍ବ ଏବଂ ବିଏସଇ ସ୍ମଲ କ୍ୟାପ୍‌ ୨୨.୭୮ ପ୍ରତିଶତ ହ୍ରାସ ପାଇଛି। ବିଏସଇ ତାଲିକାଭୁକ୍ତ କମ୍ପାନୀଗୁନିକର ମୋଟ ବଜାର ମୂଲ୍ୟାଙ୍କନ ପ୍ରାୟ ୯୨ ଲକ୍ଷ କୋଟି ଟଙ୍କା କମିଯାଇଛି। ବିଏସଇର ଶୀର୍ଷ ୩୦ କମ୍ପାନୀ ମଧ୍ୟରୁ ୨୮ କମ୍ପାନୀର ଶେୟାର ନିବେଶକଙ୍କୁ ଅଧିକ କ୍ଷତି ପହଞ୍ଚାଇଛି। ୩୫ ପ୍ରତିଶତ ହ୍ରାସ ସହିତ ଟାଟା ମୋଟର୍ସ ଊର୍ଦ୍ଧ୍ବରେ ରହିଛି।

- Advertisement -

ଶେୟାର ବଜାର ବିଶେଷଜ୍ଞମାନଙ୍କ ମତ ଅନୁସାରେ, ବିଦେଶୀ ପୁଞ୍ଜି ନିବେଶକ(ଏଫଆଇଆଇ) ଭାରତୀୟ ବଜାରରୁ ସେମାନଙ୍କ ପୁଞ୍ଜି ପ୍ରତ୍ୟାହାର କରିନେଉଥିବାରୁ ବଜାର ନିମ୍ନଗାମୀ ହେବାରେ ଲାଗିଛି। ଆମେରିକୀୟ ବଣ୍ଡଗୁଡ଼ିକ ଉପରେ ଆୟ ବୃଦ୍ଧି, ଟଙ୍କାର ମୂଲ୍ୟ ହ୍ରାସ, ୩ୟ ତ୍ରୈମାସିକ ଆୟରେ ମାନ୍ଦାବସ୍ଥା ଏବଂ ଶେୟାରଗୁଡ଼ିକର ଉଚ୍ଚ ମୂଲ୍ୟାଙ୍କନ ଶେୟାର ବଜାରକୁ ପ୍ରଭାବିତ କରୁଛି। ସେହିପରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ଵାରା ନୂଆ ଶୁଳ୍କ ବ୍ୟବସ୍ଥାର ନିଷ୍ପତ୍ତି ଶେୟାର ବଜାରକୁ ଦିଗହୀନ କରିଦେଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories