www.samajalive.in
Sunday, December 14, 2025
23.1 C
Bhubaneswar

୩୦ ବର୍ଷର ରେକର୍ଡ ଭାଙ୍ଗିଲା ଶେୟାର ବଜାର, କ୍ଷତି ହେଲାଣି ୯୨ ଲକ୍ଷ କୋଟି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଶେୟାର ବଜାରରେ ଶୁକ୍ରବାର ବଡ଼ ଧରଣର ହ୍ରାସ ଘଟିଛି। ଯାହାଫଳରେ ଶେୟାର ବଜାର ପ୍ରାୟ ୩୦ ବର୍ଷର ରେକର୍ଡ ଭାଙ୍ଗିଛି। ନିବେଶକମାନଙ୍କ ମଧ୍ୟ​‌ରେ ଆହୁରି ଭୟ ବୃଦ୍ଧି ପାଇଲାଣି। ଆଗକୁ କ’ଣ ହେବ ତାହା କହିବା ମୁସ୍କିଲ ହୋଇପଡ଼ିଛି। ୨୦୨୪ ଅକ୍ଟୋବର ମାସରୁ ନିଫ୍ଟି ପ୍ରତିମାସରେ ଖସିବାରେ ଲାଗିଛି। ୫ ମାସ ମଧ୍ୟରେ ନିଫ୍ଟି ୧୨ ପ୍ରତିଶତ ହ୍ରାସ ପାଇଛି। ୧୯୯୬ ପରଠାରୁ ନିଫ୍ଟି ପ୍ରଥମ ଥର ଲାଗି ଲଗାତାର ୫ମ ମାସ ପାଇଁ ନିମ୍ନମୁଖୀ ହୋଇଛି। ଏହା ପୂର୍ବରୁ ୧୯୯୬ ଜୁଲାଇରୁ ନଭେମ୍ବର ମଧ୍ୟରେ ବଜାର ଲଗାତାର ୫ମାସ ଧରି ନିମ୍ନଗାମୀ ହୋଇଥିଲା। ସେତେବେଳେ ନିଫ୍ଟି ୫୦ ସୂଚକାଙ୍କ ୨୬ ପ୍ରତିଶତ ଖସିଆସିଥିଲା।

ବିଗତ ୫ ମାସ ମଧ୍ୟରେ ସେନ୍‌ସେକସ ୧୧.୫୪ ପ୍ରତିଶତ ଖସିଥିବାବେଳେ ନିଫ୍ଟି ୧୨.୬୫ ପ୍ରତିଶତ, ବିଏସଇ ମିଡ୍‌ କ୍ୟାପ ୨୦ ପ୍ରତିଶତରୁ ଊର୍ଦ୍ଧ୍ବ ଏବଂ ବିଏସଇ ସ୍ମଲ କ୍ୟାପ୍‌ ୨୨.୭୮ ପ୍ରତିଶତ ହ୍ରାସ ପାଇଛି। ବିଏସଇ ତାଲିକାଭୁକ୍ତ କମ୍ପାନୀଗୁନିକର ମୋଟ ବଜାର ମୂଲ୍ୟାଙ୍କନ ପ୍ରାୟ ୯୨ ଲକ୍ଷ କୋଟି ଟଙ୍କା କମିଯାଇଛି। ବିଏସଇର ଶୀର୍ଷ ୩୦ କମ୍ପାନୀ ମଧ୍ୟରୁ ୨୮ କମ୍ପାନୀର ଶେୟାର ନିବେଶକଙ୍କୁ ଅଧିକ କ୍ଷତି ପହଞ୍ଚାଇଛି। ୩୫ ପ୍ରତିଶତ ହ୍ରାସ ସହିତ ଟାଟା ମୋଟର୍ସ ଊର୍ଦ୍ଧ୍ବରେ ରହିଛି।

- Advertisement -

ଶେୟାର ବଜାର ବିଶେଷଜ୍ଞମାନଙ୍କ ମତ ଅନୁସାରେ, ବିଦେଶୀ ପୁଞ୍ଜି ନିବେଶକ(ଏଫଆଇଆଇ) ଭାରତୀୟ ବଜାରରୁ ସେମାନଙ୍କ ପୁଞ୍ଜି ପ୍ରତ୍ୟାହାର କରିନେଉଥିବାରୁ ବଜାର ନିମ୍ନଗାମୀ ହେବାରେ ଲାଗିଛି। ଆମେରିକୀୟ ବଣ୍ଡଗୁଡ଼ିକ ଉପରେ ଆୟ ବୃଦ୍ଧି, ଟଙ୍କାର ମୂଲ୍ୟ ହ୍ରାସ, ୩ୟ ତ୍ରୈମାସିକ ଆୟରେ ମାନ୍ଦାବସ୍ଥା ଏବଂ ଶେୟାରଗୁଡ଼ିକର ଉଚ୍ଚ ମୂଲ୍ୟାଙ୍କନ ଶେୟାର ବଜାରକୁ ପ୍ରଭାବିତ କରୁଛି। ସେହିପରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ଵାରା ନୂଆ ଶୁଳ୍କ ବ୍ୟବସ୍ଥାର ନିଷ୍ପତ୍ତି ଶେୟାର ବଜାରକୁ ଦିଗହୀନ କରିଦେଇଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories