www.samajalive.in
Monday, December 15, 2025
24.1 C
Bhubaneswar

ନଅସାହି ତୈଳିକ ବୈଶ୍ୟ ସମାଜର ଅଧିବେଶନ

ଆଠଗଡ: ଆଠଗଡ ନଅସାହି ତୈଳିକ ବୈଶ୍ୟ ସମାଜର ୮୨ତମ ବାର୍ଷିକ ସାଧାରଣ ଅଧିବେଶନ କନ୍ତୋଲ ଦକ୍ଷିଣ ଚଣ୍ଡୀ ମନ୍ଦିର ନିକଟସ୍ଥ ଯାତ୍ରା ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ପ୍ରଫେସର ଡ.ରାଜନ ସାହୁ ସ୍ୱଜାତି ପତାକା ଉତ୍ତୋଳନ କରି ଅଧିବେଶନକୁ ଉଦଘାଟନ କରିବା ସହ ଏଥିରେ ପୌରୋହିତ୍ୟ କରିଥିଲେ। ଏଥିରେ ନିଖିଳ ଉତ୍କଳ ବୈଶ୍ୟ ସମାଜର ସଭାପତି ତଥା ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ଓ ଅନ୍ୟ କର୍ମକର୍ତ୍ତା ଅତିଥି ଭାବେ ଯୋଗଦାନ କରି ଉଦବୋଧନ ଦେଇଥିଲେ। ସଭାପତି ଡ.ସାହୁ ଓ ଅନ୍ୟ ଅତିଥିଗଣ ପ୍ରାଚୀନ କାଳରେ ଓଡିଶାର ସାଧବ ପୁଅମାନେ କିପରି ଜଳପଥରେ ନୌଯାତ୍ରା କରି ସୁଦୂର ଜାଭା, ସୁମାତ୍ରା, ବୋର୍ଣ୍ଣିଓ, ବାଲି ଓ ସିଂହଳଦୀପରେ ବାଣିଜ୍ଯ କରି ଧନରତ୍ନ ବୋହି ଆଣୁଥିଲେ ତାର ସ୍ମୃତିଚାରଣ କରିଥିଲେ। ଏଥିସହିତ ସାମାଜିକ ସ୍ତରରେ ବିଭିନ୍ନ ସମସ୍ୟା ତୈଳିକ ବୈଶ୍ୟ ସମାଜ ଦ୍ବାରା କିପରି ଲୋକ ଅଦାଲତ ଶୈଳୀରେ ସମାଧାନ କରିବା ସହ ସ୍ୱଦେଶୀ ବ୍ୟାଙ୍କ ପରି କାର୍ଯ୍ୟ କରିଥାଏ ସେ ବିଷୟରେ ଅତିଥିମାନେ ଆଲୋକପାତ କରିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories