www.samajalive.in
Sunday, December 14, 2025
26.1 C
Bhubaneswar

୬୬୨ ବର୍ଗ ମହାବିଦ୍ୟାଳୟ ସଂଘର କୃତଜ୍ଞତା ଜ୍ଞାପନ

ସମ୍ବଲପୁର: ସମ୍ବଲପୁର ଜିଲା ୬୬୨ ବର୍ଗ ମହାବିଦ୍ୟାଳୟ ସଂଘର ଏକ ଆଭାଷି ବୈଠକ ଜିଲା ସଭାପତି ଅଶୋକ କୁମାର ପୁରୋହିତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି। ଏହି ବୈଠକରେ ବିଭିନ୍ନ ଦାବି ଉପସ୍ଥାପନ ପାଇଁ ରାଜ୍ୟ ସଂଘର ଡାକରାରେ ଗତ ୧୪ ତାରିଖରେ ଭୂବନେଶ୍ୱରଠାରେ ରାଜ୍ୟସ୍ତରୀୟ ଆୟୋଜିତ ମହାସମାବେଶ ଓ ଆନ୍ଦୋଳନ ଉପରେ ଚର୍ଚ୍ଚା ହୋଇଥିଲା। ସଂଘର ଉପଦେଷ୍ଟା ତଥା ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାଏକଙ୍କ ନେତୃତ୍ୱରେ ରାଜ୍ୟ ସଭାପତି ଗୋଲକ ନାୟକଙ୍କ ସହିତ ରାଜ୍ୟ ସଂଘର ନଅ ଜଣ ପ୍ରତିନିଧି ଦଳ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ତଥା ଉଚ୍ଚ ଶିକ୍ଷା ସଚିବଙ୍କୁ ସାକ୍ଷତ କରି ତାଙ୍କ ଦାବି ଉପସ୍ଥାପନ କରି ଆଲୋଚନା କରିଥିଲେ। ସେହିଭଳି ସମ୍ବଲପୁର ବିଧାୟକ ବରିଷ୍ଠ ନେତା ଜୟନାରାୟଣ ମିଶ୍ର ଗାନ୍ଧି ମାର୍ଗ ସ୍ଥିତ ଆନ୍ଦୋଳନ ସ୍ଥଳିକୁ ଯାଇ ଆନ୍ଦୋଳନରତ କର୍ମଚାରୀ ଓ ପ୍ରତିନିଧିଙ୍କ ସହ ଆଲୋଚନା କରି ଆନ୍ଦୋଳନର ଯଥାର୍ଥତା ଓ ସଙ୍ଘଠନ ଦାବି ଗୁଡିକ ପ୍ରତି ତାଙ୍କ ସହମତି ପ୍ରଦାନ କରିବା ସହ ଆନ୍ଦୋଳନ ସ୍ଥଗିତ କରିବାକୁ ଅନୁରୋଧ କରିଥିଲେ। ସରକାରଙ୍କ ସହ ଆଲୋଚନା ସକାରାତ୍ମକ ହୋଇଥିବାରୁ ସଂଘ ଆନ୍ଦୋଳନକୁ ସ୍ଥଗିତ କରିବା ସହ ଆଗାମୀ ପରୀକ୍ଷା ଓ ମୂଲ୍ୟାଙ୍କନ କାର୍ଯ୍ୟରେ ସହଯୋଗ କରିବାକୁ ନିଷ୍ପତ୍ତି ନେଇଥିଲେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories