www.samajalive.in
Sunday, December 14, 2025
26.1 C
Bhubaneswar

କାଠ ଫାଳିଆରେ ମା’କୁ ପିଟି ପିଟି ହତ୍ୟାକଲା ପୁଅ

ନୀଳଗିରି : ମା’କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ କାଠ ଫାଳିଆରେ ନୃଶଂସ ଭାବେ ହତ୍ୟା କରିଛି ପୁଅ । ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବ୍ଲକର ଜାମୁଡ଼ିହା ପଞ୍ଚାୟତ ଅଧୀନ ବାଘମରା ଗାଁର ବାବାଜୀ ସିଂଙ୍କ ସ୍ତ୍ରୀ କଙ୍କିମଣି(୪୮) ଆଜି ଅପରାହ୍ନରେ ସେହି ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ସହ ଘର ଭିତରେ ଥିଲେ । କାମରୁ ଫେରି ସାନପୁଅ ଦୁର୍ଗା(୨୪) ଘରେ ପହଞ୍ଚିବା ଦେଖି ସମ୍ପୃକ୍ତ ବ୍ୟକ୍ତି ଜଣକ ଦୌଡ଼ି ପଳାଇଥିଲେ । ପରକୀୟା ପ୍ରୀତିକୁ ସନ୍ଦେହ କରି ସାନପୁଅ ଦୁର୍ଗା ତା’ ମା’କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ କାଠଫାଳିଆରେ ପିଟି ହତ୍ୟା କରିଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ମା’ର ଚୁଟିକୁ ଘୋଷାଡ଼ି ଘର ଅଗଣାରେ ପକାଇ ଦେଇ ଶବ ପାଖରେ ଜଗି ବସିଥିଲା । ଖବର ପାଇ ସନ୍ଧ୍ୟାରେ ନୀଳଗିରି ଏସ୍‍ଡିପିଓ ପ୍ରମୋଦ ମଲିକ, ସବଇନ୍ସପେକ୍ଟର ସୁବର୍ଣ୍ଣ ବେହେରା, ଏଏସଆଇ ଅନନ୍ତ ମୁର୍ମୁ ପ୍ରମୁଖ ସେଠାରେ ସଦଳବଳେ ପହଞ୍ଚି ଅଭିଯୁକ୍ତ ପୁଅକୁ ଗିରଫ କରିଛନ୍ତି । ଏନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories