www.samajalive.in
Monday, December 15, 2025
24.1 C
Bhubaneswar

ଚମ୍ପିଆନ୍ସ ଟ୍ରଫି: ଖେଳାଳିଙ୍କ ସହ ଯିବେନାହିଁ ପରିବାର ସଦସ୍ୟ

ନୂଆଦିଲ୍ଲୀ: ୧୫ରେ ଭାରତୀୟ କ୍ରିକେଟ୍‌ ଦଳ ଚମ୍ପିଆନ୍‌ସ ଟ୍ରଫି ଖେଳିବାକୁ ଦୁବାଇ ଯାତ୍ରାକରିବ। ଏହି ଟୁର୍ଣ୍ଣାମେଣ୍ଟରୁ ବିସିସିଆଇର ନୂତନ ଯାତ୍ରା ନୀତି ଲାଗୁହେବ। ଏହା ଅନୁସାରେ, ଭାରତୀୟ ଖେଳାଳିଙ୍କ ସହ ତାଙ୍କର କୌଣସି ପରିବାର ସଦସ୍ୟ ଯାଇପାରିବେ ନାହିଁ। ଭାରତ ତା’ର ସମସ୍ତ ମ୍ୟାଚ୍‌ ଦୁବାଇରେ ଖେଳିବ। ଚଳିତମାସ ୨୦ରେ ବାଂଲାଦେଶ ବିପକ୍ଷରେ ଖେଳି ଭାରତ ଅଭିଯାନ ଆରମ୍ଭ କରିବ। ୨୩ରେ ପାକିସ୍ତାନ ଓ ମାର୍ଚ୍ଚ ୨​ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଲିଗ୍‌ ମ୍ୟାଚ୍‌ ଖେଳିବ।
ବିସିସିଆଇର ନୂତନ ଯାତ୍ରା ନୀତି ଅନୁସାରେ, ୪୫ କିମ୍ବା ଅଧିକ ଦିନର ବିଦେଶ ଗସ୍ତରେ ଖେଳାଳିଙ୍କ ପରିବାର ସଦସ୍ୟ ସର୍ବାଧିକ ୨ ସପ୍ତାହ ସେମାନଙ୍କ ସହ ରହିପାରିବେ। ଚମ୍ପିଆନ୍‌ସ ଟ୍ରଫି ୩ ସପ୍ତାହର ଟୁର୍ଣ୍ଣାମେଣ୍ଟ ହୋଇଥିବାରୁ କୌଣସି ପରିବାର ସଦସ୍ୟଙ୍କୁ ଖେଳାଳିଙ୍କ ସହ ଯିବା ପାଇଁ ଅନୁମତି ମିଳିବ ନାହିଁ। ବିସିସିଆଇ ମଧ୍ୟସ୍ଥ ସୁତ୍ରରୁ ପ୍ରକାଶ, ଜଣେ ବରିଷ୍ଠ ଖେଳାଳି ଚମ୍ପିଆନ୍‌ସ ଟ୍ରଫି ପାଇଁ ସାଙ୍ଗରେ ପରିବାର ସଦସ୍ୟଙ୍କ ନେବା ନେଇ ପଚାରିଥିଲେ। ତାଙ୍କୁ କୁହା ଯାଇଥିଲା ଯେ ଏହି ଗସ୍ତ ଏକ ମାସରୁ କମ୍ ସମୟ ଥିବାରୁ ପରିବାର ସଦସ୍ୟ ଯାଇପାରିବେ ନାହିଁ। ଯଦି ଏହି ଅନୁମତି ଦିଆଯାଏଟ୍ଟ ତେବେ ଖେଳାଳି ତାଙ୍କ ପରିବାର ସଦସ୍ୟଙ୍କ ଖର୍ଚ୍ଚ ବହନ କରିବେ। ତେବେ ଆସନ୍ତା ଜୁନ୍‌ରୁ ଅଗଷ୍ଟ ପର‌୍ୟ୍ୟନ୍ତ ଘରୋଇ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍‌ର ଟେଷ୍ଟ ଶୃଙ୍ଖଳା ଲାଗି ଖେଳାଳିଙ୍କ ପରିବାରକୁ ୨ ସପ୍ତାହ ରହିବା ଲାଗି ଅନୁମତି ମିଳିବ। ଅଷ୍ଟ୍ରେଲିଆଠାରୁ ୧-୩ରେ ଭାରତ ଟେଷ୍ଟ ଶୃଙ୍ଖଳା ହାରିବା ପରେ ବିସିସିଆଇ ନୂତନ ଯାତ୍ରା ନୀତି ଲାଗୁକରିଛି। ସମସ୍ତ ଖେଳାଳି ଅଭ୍ୟାସ ଓ ମ୍ୟାଚ୍‌ ଖେଳିବା ଲାଗି ଗୋଟିଏ ବସ୍‌ରେ ଯିବେ। କେହି ପୃଥକ୍‌ ଗାଡ଼ିରେ ଯାଇପାରିବେ ନାହିଁ। ପୂର୍ବରୁ ଖେଳାଳିଙ୍କ ବ୍ୟକ୍ତିଗତ ସହାୟକ (ମ୍ୟାନେଜର, ଏଜେଣ୍ଟ, ରୋଷେୟା) ଖେଳାଳିଙ୍କ ସହ ବିଦେଶ ଗସ୍ତରେ ଯାଉଥିଲେ। ହେଲେ ଚମ୍ପିଆନ୍‌ସ ଟ୍ରଫି ପାଇଁ ସେମାନେ ଗଲେ ବ୍ୟକ୍ତିଗତ ଖର୍ଚ୍ଚରେ ପୃଥକ୍ ହୋଟେଲରେ ରହିବେ। ଜାଣିବାକୁ ମିଳିଛି ଯେ ଦୁବାଇରେ ଖେଳାଳିଙ୍କ ପସନ୍ଦର ଖାଦ୍ୟ ପ୍ରସ୍ତୁତି ପାଇଁ ବିସିସିଆଇ କିଛି ରୋଷେୟାଙ୍କୁ ପଠାଇବାର ବ୍ୟବସ୍ଥା କରୁଛି।

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories