www.samajalive.in
Monday, December 15, 2025
27.1 C
Bhubaneswar

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କେଉଁ ଉପହାର ଦେଲେ ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ? ଫଟୋ ଭାଇରାଲ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୩ ଫେବୃୟାରୀରେ ଓ୍ବାଶିଂଟନ ଡିସିର ବ୍ଲେୟର ହାଉସରେ ସ୍ପେଶଏକ୍ସ ଓ ଟେସଲାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏଲନ ମସ୍କଙ୍କ ସହ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତକାର ଭାରତୀୟ ସମୟାନୁସାରେ ରାତି ୧୦ଟାରେ ହୋଇଛି । ଏହି ସମୟରେ ଏଲନ ମସ୍କଙ୍କ ସହିତ ତାଙ୍କ ସନ୍ତାନମାନେ ମଧ୍ୟ ଥିଲେ । ଏହି ବୈଠକ ଭାରତ ଓ ଆମେରିକା ମଧ୍ୟରେ ପ୍ରଯୁକ୍ତିବିଦ୍ୟା ଓ ବ୍ୟାପାରକୁ ଗୁରୁତ୍ବପୂର୍ଣ୍ଣ କୁହାଯାଉଛି ।

- Advertisement -

ବୈଠକ ସମୟରେ ଏଲନ ମସ୍କ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ଖାସ୍ ଉପହାର ଦେଇଛନ୍ତି । ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ଭିଡିଓକୁ ଦେଖି ସମସ୍ତେ ଏହି ଉପହାର କଣ ହୋଇଥାଇପାରେ ବୋଲି ଆକଳନ କରିବା ଆରମ୍ଭ କରିଦେଇଛନ୍ତି । କିଛି ଲୋକ ଏହାକୁ ସ୍ପେଶଏକ୍ସ ଷ୍ଟାରସିପରେ ବ୍ୟବହାର ହେଉଥିବା ହିଟ୍ ଶିଲ୍ଡ ବୋଲି କହୁଛନ୍ତି । ତେବେ ଏହା ବାସ୍ତବରେ କ’ଣ ସେନେଇ କୌଣସି ସୂଚନା ମିଳିପାରିନି । ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦୀ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି କି ଏଲନ ମସ୍କଙ୍କ ସହ ତାଙ୍କ ସାକ୍ଷାତ ଉତ୍ତମ ଥିଲା । ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା ହେଲା । କହିରଖୁଛୁ ବୈଠକରେ ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍କର ଭାରତରେ ପ୍ରବେଶକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥାଇପାରେ ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories