www.samajalive.in
Monday, December 15, 2025
17.1 C
Bhubaneswar

ସୁନା ଦୋକାନୀଙ୍କୁ ଛୁରା ମାରି ଗହଣା ଓ ଟଙ୍କା ଲୁଟ୍‌

ଧାମରା: ଦିନକୁ ଦିନ ଘଣ୍ଟେଶ୍ୱର ଅଞ୍ଚଳ ଅଶାନ୍ତ ହେବାରେ ଲାଗିଛି। ପୁଲିସ ଆଖିରେ ଧୂଳିଦେଇ ଦୁର୍ବୃତ୍ତମାନେ ଚୋରି ସାଙ୍ଗକୁ ମରଣାନ୍ତକ ଆକ୍ରମଣ ମଧ୍ୟ କରୁଛନ୍ତି। ଗୁରୁବାର ରାତି ପ୍ରାୟ ୮ଟା ସମୟରେ ବାଂଶଡା ଥାନା ଅଧିନସ୍ଥ ଗୋପୀନାଥପୁର ପଂଚାୟତ ବାଲିପଦା ଗ୍ରାମର ସୁନା ଦୋକାନୀ ସୁରେନ୍ଦ୍ର ବିଶ୍ୱାଳ ନିଜ ଘର ବାଲିପଦାକୁ ଯାଉଥିବାବେଳେ ଘଣ୍ଟେଶ୍ୱର ଫାଣ୍ଡିଠାରୁ ମାତ୍ର ୨ଶହ ମିଟର ଦୂରରେ କିଛି ଅଜଣା ଯୁବକ ବାଇକରେ ଆସି ତାଙ୍କୁ ଆକ୍ରମଣ କରିଛନ୍ତି। ସୁରେନ୍ଦ୍ରଙ୍କୁ ମାଡ ମାରି ତାଙ୍କ ପାଖରେ ଥିବା ୫ଲକ୍ଷ ଟଙ୍କା ସହ ୫୦୦ଗ୍ରାମର ସୁନା ଏବଂ ୨କେଜି ରୁପା ଲୁଟି ନେଇଛନ୍ତି। ଏଥିସହ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଆକ୍ରମଣ କରି ଆହତ କରିଛନ୍ତି। ସମ୍ପୃକ୍ତ ସୁନା ବ୍ୟବସାୟୀଙ୍କ ଚିତ୍କାର ଶୁଣି ଅଞ୍ଚଳବାସୀ ସେଠାରେ ପହଞ୍ଚିବାରୁ ଦୁର୍ବୃତ୍ତମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories