www.samajalive.in
Saturday, December 13, 2025
14.1 C
Bhubaneswar

ମହାକୁମ୍ଭରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପ୍ରୟାଗରାଜ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ମହାକୁମ୍ଭ ମେଳାର ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି। ତ୍ରିବେଣୀ ସଙ୍ଗମରେ ବୁଡ ପକାଇବା ପରେ ବୈଦିକ ମନ୍ତ୍ର ପାଠ ମଧ୍ୟରେ ରାଷ୍ଟ୍ରପତି ପୂଜାର୍ଚ୍ଚନା ଓ ଆଳତି କରିଥିଲେ। ପରେ ସେ ଅକ୍ଷୟବଟ ଓ ସରସ୍ବତୀ କୂଅକୁ ଦର୍ଶନ କରିଥିଲେ। ସନାତନ ସଂସ୍କୃତିରେ ଅକ୍ଷୟବଟକୁ ଅମରତ୍ବର ପ୍ରତିକ ଭାବେ ଗ୍ରହଣ କରାଯାଇଥାଏ। ଏହା ହିନ୍ଦୁଧର୍ମର ଏକ ମହତ୍ତ୍ବପୂର୍ଣ୍ଣ ସ୍ଥାନ।

ଏହାପରେ ବଡ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ମନ୍ଦିରର ମହନ୍ତ ତଥା ବାଘମ୍ବର ପୀଠର ପୀଠାଧିଶ୍ବର ବଲବୀର ଗିରି ରାଷ୍ଟ୍ରପତିଙ୍କୁ ପୂଜାର୍ଚ୍ଚନାରେ ସହଯୋଗ କରିଥିଲେ। ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ଆନନ୍ଦିବେନ ପଟେଲ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ରହିଥିଲେ। ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ରାଷ୍ଟ୍ରପତିଙ୍କୁ ବିମାନବନ୍ଦରରେ ସ୍ବାଗତ କରିଥିଲେ।

- Advertisement -

ମହାକୁମ୍ଭରେ ବୁଡ ପକାଇବା ପରେ ରାଷ୍ଟ୍ରପତି ସୋସିଆଲ ମିଡିଆ ଏକ୍ସର ପୋଷ୍ଟରେ ଲେଖିଛନ୍ତି ‘ପ୍ରୟାଗରାଜ ମହାକୁମ୍ଭର ଔଲକିକ ମା’ ଗଙ୍ଗା, ସରସ୍ବତୀ ଓ ଯମୁନାଙ୍କ ସଙ୍ଗମରେ ସ୍ନାନ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଛି। ଶ୍ରଦ୍ଧା ଓ ବିଶ୍ବାସର ଏହି ବିଶାଳ ସମାଗମ ଭାରତର ସମୃଦ୍ଧ ସାଂସ୍କୃତିକ ଓ ବିଶ୍ବାସର ଜୀବନ୍ତ ପ୍ରତୀକ। ମହାକୁମ୍ଭ ମାନବତା ଏକତା ଏବଂ ଆଧ୍ୟାତ୍ମିକତାର ବାର୍ତ୍ତା ଦେଉଛି। ମା ଗଙ୍ଗାଙ୍କୁ ମୋର ପ୍ରାର୍ଥନା ସେ ସମସ୍ତଙ୍କ ଉପରେ ତାଙ୍କର କୃପା ବୃଷ୍ଟି କରନ୍ତୁ। ସମସ୍ତଙ୍କ ଜୀବନରେ ସୁଖ ଓ ଶାନ୍ତି ବିରାଜମାନ କରୁ।’

Hot this week

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

ଛତିଶା ନିଯୋଗ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଜାନୁଆରୀ ୩ରେ ଦୁର୍ଲଭ ସୁନାବେଶ

ପୁରୀ: ଚଳିତ ମାସ ୧୬ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ...

ପ୍ରତିଶ୍ରୁତି ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ...

ଜୁନାଗଡ଼-ପାଣ୍ଡୁରଙ୍ଗାପୁରମ୍‌ ନୂତନ ରେଳପଥ ମଞ୍ଜୁରୀକୁ ୯ବର୍ଷ, ସରୁନି ଜମି ଅଧିଗ୍ରହଣ

ନବରଙ୍ଗପୁର: ପଛୁଆ ଓ ଆଦିବାସୀ ଅଧ୍ୟୁଷିତ ଓଡ଼ିଶା ସହ ଛତିଶଗଡ଼ ଏବଂ...

Related Articles

Popular Categories