www.samajalive.in
Monday, December 8, 2025
27.1 C
Bhubaneswar

ଟ୍ରେନରେ କଟି ଯୁବକ ମୃତ

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲା ଅତାବିରା ରେଳ ଷ୍ଟେସନରୁ ମାତ୍ର ୩ କିମି ଦୂରରେ କଣ୍ଡପାଲି ଗ୍ରାମ ଦେଇ ଯାଇଥିବା ରେଳ ଧାରଣାରେ ମଙ୍ଗଳବାର ସକାଳେ ଜଣେ ଯୁବକଙ୍କର ଟ୍ରେନରେ କଟି ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ପରିବାର ବର୍ଗ ସକାଳ ୮ଟାରେ ପହଞ୍ଚି ତାଙ୍କୁ ଚିହ୍ନଟ କରିଥିଲେ। ମୃତକଙ୍କ ପରିବାରଙ୍କ କହିବା ଅନୁସାରେ, ମୃତ ଯୁବକ ହେଉଛନ୍ତି ଝାଡ଼ଖଣ୍ଡର ଗୁମୁଲା ଜିଲା ସିସାଇ ଗ୍ରାମର ବିକାଶ ଓରାମ(୩୦)। ବିବାହକୁ ମାତ୍ର ୯ ମାସ ପୁରିଛି। ସେ ଜଣେ ଗାଡି ଚାଳକ। ଗତ ଚାରି ପାଞ୍ଚ ଦିନ ତଳେ ସେ କାମ ପାଇଁ ଆନ୍ଧ୍ରପ୍ରଦେଶକୁ ଯାଇଥିଲେ, କିନ୍ତୁ ସେଠାରେ କାମ ନ ପାଇ ଘରକୁ ଟ୍ରେନ ଯୋଗେ ଫେରୁଥିଲେ। ଅତାବିରା ଷ୍ଟେସନରେ ଗାଡି କିଛି ସମୟ ଅଟକିଥିଲା। ତେଣୁ ସେ ଟ୍ରେନରୁ ଓହ୍ଲାଇ କିଛି ଜିନିଷ କିଣିବା ପାଇଁ ନିକଟସ୍ଥ ପାନ ଦୋକାନକୁ ଯାଇଥିବାବେଳେ ଟ୍ରେନଟି ଷ୍ଟେସନ ଛାଡ଼ିଦେଇଥିଲା। ତେଣୁ ସେ ଆଉ ଟ୍ରେନକୁ ଧରି ନ ପାରି ରାତି ୧୧ ଟାରେ ଘରକୁ ଫୋନ କରିଥିଲେ। ତାଙ୍କ ପରିବାର କାର ନେଇ ତାଙ୍କୁ ନେବା ପାଇଁ ଆସୁଥିଲେ। କିନ୍ତୁ ଯୁବକ ଜଣକ ସକାଳେ ରେଳ ଲାଇନ ଦେଇ ଚାଲି ଚାଲି ଆଗକୁ ବଢିଥିଲେ। କାନରେ ଇୟରକଡ୍ ଥିବା ଲୋକେ ପ୍ରକାଶ କରିଛନ୍ତି। ପଛପଟୁ ଏକ ରେଳ ଆସିବାବେଳେ ତାଙ୍କ ପଛରେ ଥିବା ଜଣେ ସ୍ଥାନୀୟ ଯୁବକ ଯିଏ କି ନିତ୍ୟକର୍ମ ପାଇଁ ଆସିଥିଲେ, ପଛରୁ ତାଙ୍କୁ ପାଟି କରି କହିଥିଲେ ରେଳ ଲାଇନରୁ ଓହରି ଯିବାକୁ। କିନ୍ତୁ ବୋଧ ହୁଏ ଇୟରକର୍ଡ ଥିବାରୁ ସେ ଶୁଣିପାରି ନଥିଲେ। ଫଳରେ ଟ୍ରେନରେ କଟି ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ସକାଳେ ତାଙ୍କ ସ୍ତ୍ରୀ ମଞ୍ଜୁ କୁମାରୀ, ଶ୍ବଶୁର, ମାମୁଁ ପୁଅ ଓ ଜଣେ ସାଙ୍ଗ ତାଙ୍କୁ ନେବା ପାଇଁ ପ୍ରଥମେ ଅତାବିରା ଷ୍ଟେସନକୁ ଆସିଥିଲେ। କିନ୍ତୁ ସେଠାରେ ତାଙ୍କୁ ନ ପାଇ ଖୋଜ ଖବର ନେବା ପରେ କାଣ୍ଡପାଳିକୁ ଆସି ମୃତ ଅବସ୍ଥାରେ ପାଇଥିଲେ। ଏହି ଖବର ପାଇ ସ୍ଥାନୀୟ ଗଣମାଧ୍ୟମ ପହଞ୍ଚି ଅତାବିରା ପୁଲିସ ତଥା ସମ୍ବଲପୁର ରେଳ ପୁଲିସକୁ ଖବର ଦେଇଥିଲେ। ତେବେ ଯୁବକ ଜଣକ ଅତାବିରା ଷ୍ଟେସନରେ ଅଛନ୍ତି ବୋଲି ପରିବାର ବର୍ଗକୁ ଜଣାଇବା ପରେ କଣ ପାଇଁ ଆଗକୁ ବଢିଥିଲେ, ତାହା କିଛି ସ୍ପଷ୍ଟ ଜଣା ପଡ଼ିନାହିଁ।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories