www.samajalive.in
Tuesday, December 9, 2025
16.1 C
Bhubaneswar

ଟ୍ରେନରେ କଟି ଯୁବକ ମୃତ

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲା ଅତାବିରା ରେଳ ଷ୍ଟେସନରୁ ମାତ୍ର ୩ କିମି ଦୂରରେ କଣ୍ଡପାଲି ଗ୍ରାମ ଦେଇ ଯାଇଥିବା ରେଳ ଧାରଣାରେ ମଙ୍ଗଳବାର ସକାଳେ ଜଣେ ଯୁବକଙ୍କର ଟ୍ରେନରେ କଟି ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ପରିବାର ବର୍ଗ ସକାଳ ୮ଟାରେ ପହଞ୍ଚି ତାଙ୍କୁ ଚିହ୍ନଟ କରିଥିଲେ। ମୃତକଙ୍କ ପରିବାରଙ୍କ କହିବା ଅନୁସାରେ, ମୃତ ଯୁବକ ହେଉଛନ୍ତି ଝାଡ଼ଖଣ୍ଡର ଗୁମୁଲା ଜିଲା ସିସାଇ ଗ୍ରାମର ବିକାଶ ଓରାମ(୩୦)। ବିବାହକୁ ମାତ୍ର ୯ ମାସ ପୁରିଛି। ସେ ଜଣେ ଗାଡି ଚାଳକ। ଗତ ଚାରି ପାଞ୍ଚ ଦିନ ତଳେ ସେ କାମ ପାଇଁ ଆନ୍ଧ୍ରପ୍ରଦେଶକୁ ଯାଇଥିଲେ, କିନ୍ତୁ ସେଠାରେ କାମ ନ ପାଇ ଘରକୁ ଟ୍ରେନ ଯୋଗେ ଫେରୁଥିଲେ। ଅତାବିରା ଷ୍ଟେସନରେ ଗାଡି କିଛି ସମୟ ଅଟକିଥିଲା। ତେଣୁ ସେ ଟ୍ରେନରୁ ଓହ୍ଲାଇ କିଛି ଜିନିଷ କିଣିବା ପାଇଁ ନିକଟସ୍ଥ ପାନ ଦୋକାନକୁ ଯାଇଥିବାବେଳେ ଟ୍ରେନଟି ଷ୍ଟେସନ ଛାଡ଼ିଦେଇଥିଲା। ତେଣୁ ସେ ଆଉ ଟ୍ରେନକୁ ଧରି ନ ପାରି ରାତି ୧୧ ଟାରେ ଘରକୁ ଫୋନ କରିଥିଲେ। ତାଙ୍କ ପରିବାର କାର ନେଇ ତାଙ୍କୁ ନେବା ପାଇଁ ଆସୁଥିଲେ। କିନ୍ତୁ ଯୁବକ ଜଣକ ସକାଳେ ରେଳ ଲାଇନ ଦେଇ ଚାଲି ଚାଲି ଆଗକୁ ବଢିଥିଲେ। କାନରେ ଇୟରକଡ୍ ଥିବା ଲୋକେ ପ୍ରକାଶ କରିଛନ୍ତି। ପଛପଟୁ ଏକ ରେଳ ଆସିବାବେଳେ ତାଙ୍କ ପଛରେ ଥିବା ଜଣେ ସ୍ଥାନୀୟ ଯୁବକ ଯିଏ କି ନିତ୍ୟକର୍ମ ପାଇଁ ଆସିଥିଲେ, ପଛରୁ ତାଙ୍କୁ ପାଟି କରି କହିଥିଲେ ରେଳ ଲାଇନରୁ ଓହରି ଯିବାକୁ। କିନ୍ତୁ ବୋଧ ହୁଏ ଇୟରକର୍ଡ ଥିବାରୁ ସେ ଶୁଣିପାରି ନଥିଲେ। ଫଳରେ ଟ୍ରେନରେ କଟି ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ସକାଳେ ତାଙ୍କ ସ୍ତ୍ରୀ ମଞ୍ଜୁ କୁମାରୀ, ଶ୍ବଶୁର, ମାମୁଁ ପୁଅ ଓ ଜଣେ ସାଙ୍ଗ ତାଙ୍କୁ ନେବା ପାଇଁ ପ୍ରଥମେ ଅତାବିରା ଷ୍ଟେସନକୁ ଆସିଥିଲେ। କିନ୍ତୁ ସେଠାରେ ତାଙ୍କୁ ନ ପାଇ ଖୋଜ ଖବର ନେବା ପରେ କାଣ୍ଡପାଳିକୁ ଆସି ମୃତ ଅବସ୍ଥାରେ ପାଇଥିଲେ। ଏହି ଖବର ପାଇ ସ୍ଥାନୀୟ ଗଣମାଧ୍ୟମ ପହଞ୍ଚି ଅତାବିରା ପୁଲିସ ତଥା ସମ୍ବଲପୁର ରେଳ ପୁଲିସକୁ ଖବର ଦେଇଥିଲେ। ତେବେ ଯୁବକ ଜଣକ ଅତାବିରା ଷ୍ଟେସନରେ ଅଛନ୍ତି ବୋଲି ପରିବାର ବର୍ଗକୁ ଜଣାଇବା ପରେ କଣ ପାଇଁ ଆଗକୁ ବଢିଥିଲେ, ତାହା କିଛି ସ୍ପଷ୍ଟ ଜଣା ପଡ଼ିନାହିଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories