ମେଦବହୁଳତାରୁ ମୁକ୍ତି ପାଇବା ପାଇଁ ବିଶେଷ ଉପଯୋଗୀ ଡାଳିମ୍ବ ରସ

0

ମେଦ ବୃଦ୍ଧି ବା ମୋଟାପଣ ଆଜିକାଲି ଏକ ମୁଖ୍ୟ ସମସ୍ୟା ସାଜିଛି। ଏହି ସମସ୍ୟା ଭୋଗୁଥିବା ଲୋକେ ଏଥିରୁ ମୁକ୍ତି ପାଇବା ପାଇଁ ଅନେକ ପନ୍ଥା ଆପଣାଇ ଥାଆନ୍ତି। ହେଲେ ଶେଷରେ କୌଣସି ସୁଫଳ ନମିଳିବା ଦ୍ବାରା ସେମାନେ ନିରାଶ ହୋଇପଡ଼ନ୍ତି। ହେଲେ ଖୁବ୍ କମ୍ ଲୋକ ଏ ବିଷୟରେ ଜାଣନ୍ତି ଯେ, ବହୁ ସମସ୍ୟା ଦୂରକାରୀ ଡାଳିମ୍ବ ରସ ମୋଟାପଣରୁ ମଧ୍ୟ ମୁକ୍ତି ଦେବା ପାଇଁ ବିଶେଷ ଭାବେ ସହାୟକ ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଡାଳିମ୍ବ ରସ ପେଟର ଚର୍ବିକୁ କମାଇବାରେ ସହାୟକ ହୋଇଥାଏ। ରକ୍ତରେ ଥିବା କୋଲେଷ୍ଟ୍ରରଲସ୍ତରକୁ ଏହା ସ୍ବାଭାବିକ କରେ। ଯଦ୍ବାରା ମେଦବୃଦ୍ଧି ହୋଇ ନଥାଏ। ଏଥିରେ ଭିଟାମିନ-ଏ, ସି, ଇ, ଫୋଲିକ ଏସିଡ୍ ଓ ଆଣ୍ଟି ଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ରହିଥାଏ। ଯାହା ସ୍ବାସ୍ଥ୍ୟକୁ ଠିକ୍ ରଖିବାରେ ସହାୟକ ହୋଇଥାଏ।

ଏହା ବ୍ୟତୀତ ପ୍ରତିଦିନ ଡାଳିମ୍ବ ରସ ପିଇବା ଦ୍ୱାରା ଆହୁରି ଅନେକ ଉପକାର ହୋଇଥାଏ। ଯେପରିକି ସଠିକ୍ ଭାବେ ରକ୍ତ ସଞ୍ଚାଳନ ହୋଇଥାଏ। ଫଳରେ ହୃଦଘାତ ହେବାର ଆଶଙ୍କା ମଧ୍ୟ କମି ଯାଇଥାଏ। ରକ୍ତରେ ଆଇରନ କମ୍ ଥିଲେ ନିୟମିତ ଡାଳିମ୍ବ ରସ ପିଇଲେ ସୁଫଳ ମିଳିଥାଏ।

Leave A Reply