www.samajalive.in
Monday, December 8, 2025
27.1 C
Bhubaneswar

ମହଙ୍ଗା ହେବାକୁ ଯାଉଛି ଯକ୍ଷ୍ମା, ଆଜମା ସମେତ ଏହି ସବୁ ରୋଗର ଔଷଧ; ଜାଣନ୍ତୁ ସରକାରଙ୍କ ନିଷ୍ପତ୍ତି କ’ଣ

ସମାଜ ଡିଜିଟାଲ ଡେସ୍କ: ଆଜମା, ଗ୍ଲୁକୋମା, ଥାଲାସେମିଆ, ଯକ୍ଷ୍ମା ଏବଂ ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ଚିକିତ୍ସା ପାଇଁ ଆବଶ୍ୟକ ଅନେକ ଔଷଧର ଦାମ ମହଙ୍ଗା ହେବାକୁ ଯାଉଛି। ସରକାର ଏହାର ସର୍ବୋଚ୍ଚ ମୂଲ୍ୟ ୫୦ପ୍ରତିଶତ ବୃଦ୍ଧି କରିବାକୁ ମଞ୍ଜୁରୀ ଦେଇଛନ୍ତି। ତେବେ ସରକାର ଏଭଳି ନିଷ୍ପତ୍ତି କାହିଁକି ନେଇଛନ୍ତି ତାହାର କାରଣ ମଧ୍ୟ ସ୍ପଷ୍ଟ କରିଛନ୍ତି। ଜାତୀୟ ଔଷଧ ନିର୍ଦ୍ଧାରଣ କର୍ତ୍ତୃପକ୍ଷ (ଏନପିପିଏ) ପକ୍ଷରୁ କୁହାଯାଇଛି ଯେ ଔଷଧ ସାମଗ୍ରୀର ବର୍ଦ୍ଧିତ ମୂଲ୍ୟ, ଉତ୍ପାଦନ ଖର୍ଚ୍ଚ ବୃଦ୍ଧି, ବିନିମୟ ହାରରେ ପରିବର୍ତ୍ତନ ଏବଂ ଅନ୍ୟାନ୍ୟ କାରଣ ଦର୍ଶାଇ ମୂଲ୍ୟ ବୃଦ୍ଧି ପାଇଁ ଉତ୍ପାଦନକାରୀଙ୍କଠାରୁ ଅନୁରୋଧ ପାଇବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି।
ଏହାସହିତ କମ୍ପାନୀ ଗୁଡିକ କିଛି ଔଷଧର କାର୍ଯ୍ୟକ୍ଷମତା କାରଣରୁ କେତେକ ଫର୍ମୁଲେସନକୁ ବନ୍ଦ କରିବାକୁ ଆବେଦନ କରିଛନ୍ତି। ଏନେଇ ଅକ୍ଟୋବର ୮ତାରିଖରେ ହୋଇଥିବା ବିସ୍ତୁତ ଆଲୋଚନା ପରେ, ବୃହତ ଜନସ୍ୱାର୍ଥ ଦୃଷ୍ଟିରୁ ଡିପିସିଓ-୨୦୧୩ ପାରା ୧୯ ଅଧୀନରେ ଦିଆଯାଇଥିବା ନିର୍ଦ୍ଦିଷ୍ଟ କ୍ଷମତାକୁ ବ୍ୟବହାର କରି ଏନପିପିଏ ୮ଟି ଔଷଧର ସର୍ବୋଚ୍ଚ ମୂଲ୍ୟରେ ୫୦ ପ୍ରତିଶତ ବୃଦ୍ଧି ପାଇଁ ଅନୁମୋଦନ କରିଛି।

Hot this week

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

Related Articles

Popular Categories