ଆଠଗଡ: ଆଠଗଡ ଖୁଣ୍ଟୁଣୀ ରେଞ୍ଜ ଘଣ୍ଟିଖାଲ ଗାଁରେ ମାଙ୍କଡ ଆତଙ୍କ। ୭ ଜଣଙ୍କୁ ଗୋଡାଇ ଗୋଡାଇ କାମୁଡିବା ପରେ ପାଗଳ ମାଙ୍କଡକୁ ଟ୍ରାଙ୍କୁଲାଇଜ୍ କରିଛି ବନ ବିଭାଗ। ଏବେ ଆଉ ଏକ ମାଙ୍କଡକୁ ଖୋଜା ଚାଲିଛି। ଦୀର୍ଘ ୧୫ ଦିନ ହେବ ଦୁଇଟି ମାଙ୍କଡ ଗାଁରେ ଆତଙ୍କ ସୃଷ୍ଟି କରିଥିବାବେଳେ ୭ ଜଣ ଲୋକଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିଲା। ୭ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ପାଗଳ ମାଙ୍କଡକୁ ଧରିବା ପାଇଁ ନନ୍ଦନକାନନରୁ ଏକ ସ୍ଵତନ୍ତ୍ର ଟିମ୍ ଆସି ଗୋଟିଏ ମାଙ୍କଡକୁ କାବୁ କରିଛି। ମାଙ୍କଡକୁ ଟ୍ରାଙ୍କୁଲାଇଜ୍ କରିବା ପରେ ତାର ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇ ସଂରକ୍ଷିତ ଜଙ୍ଗଲରେ ଛଡାଯିବ ବୋଲି ସୂଚନା ଦେଇଛନ୍ତି ଖୁଣ୍ଟୁଣୀ ରେଞ୍ଜର।
Popular Categories



