ପାଇଖାନା ଟାଙ୍କିରେ ପଡି ୩ ବର୍ଷର ଶିଶୁପୁତ୍ର ମୃତ
ବାସୁଦେବପୁର : ପାଇଖାନା ଟାଙ୍କିରେ ପଡି ୩ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି । ଭଦ୍ରକର ବାସୁଦେବପୁରରେ ବାଲି କଲୋନୀରେ ଏଭଳି ଏକ ଦୁଃଖଦ ଘଟଣା ଘଟି ଯାଇଛି । କଲୋନୀରେ ଘର ବାହାରେ ଖେଳୁଥିବା ସମୟରେ ଶିଶୁ ପାଇଖାନା ଟାଙ୍କିରେ ଖସି ପଡିଥିଲେ । ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲ ନେବା ପରେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।
Comments are closed.