ବିଶ୍ବର ପ୍ରଥମ ରୋବୋଟିକ୍ ହାତ ନିର୍ମାଣ କଲା ଆଇଆଇଟି କାନ୍‌ପୁର, ସୁସ୍ଥ ହେବେ ମସ୍ତିଷ୍କାଘାତ ରୋଗୀ

ନୂଆଦିଲ୍ଲୀ: ମସ୍ତିଷ୍କାଘାତରୁ ସୁସ୍ଥ ହେବା ଅତ୍ୟନ୍ତ ମନ୍ଥର ଓ ଅନିଶ୍ଚିତ ପ୍ରକ୍ରିୟା। ତେବେ ଏହା ବେ ଏହାର ସୁସ୍ଥତାକୁ ତ୍ବରାନ୍ବିତ କରିବା ଲାଗି ଆଇଆଇଟି କାନ୍‌ପୁରର ଏକ ଏକ ଉଦ୍ଭାବନ ଏକ୍ଷେତ୍ରରେ ନୂତନ ଆଶା ସଞ୍ଚାର କରିଛି। ମସ୍ତିଷ୍କାଘାତ ରୋଗୀଙ୍କୁ ଅଧୂକ ପ୍ରଭାବଶାଳୀ ଭାବେ ମସ୍ତିଷ୍କକୁ ସଂକେତ ପ୍ରେରଣ ସହ ପୁନଃ ଗତିଶୀଳତା ପ୍ରଦାନ କରିବାରେ ସହାୟତା ପାଇଁ ଏହି ପ୍ରୋଦ୍ୟୋଗିକ ପ୍ରତିଷ୍ଠାନ ବିଶ୍ବର ପ୍ରଥମ ବ୍ରେନ୍-କମ୍ପ୍ୟୁଟର ଇଣ୍ଟରଫେସ୍ (ବିସିଆଇ) -ଆଧାରିତ ରୋବୋଟିକ୍ ହାତ ଏକ୍ସୋସ୍କେଲେସନ୍ (ହାତରେ ପିନ୍ଧାଯାଉଥିବା ଯାନ୍ତ୍ରିକ ଉପକରଣ) ବିକଶିତ କରିଛି।

ଏହି ଅନନ୍ୟ ଡିଭାଇସ୍ ଫିଜିଓ ଥେରାପି ଏବଂ ମସ୍ତିଷ୍କ ଏହାକୁ ଗ୍ରହଣ କରିବା କ୍ଷେତ୍ରରେ କ୍ଷେ ଥୂବା ଦୂରତା ମଧ୍ୟରେ ସେ ସେତୁ ସ୍ଥାପନ କରେ। ପୁନର୍ବାସ ସମୟରେ ରୋଗୀଙ୍କ ମସ୍ତିଷ୍କକୁ ଷ୍କକୁ ସକ୍ରିୟ ଭାବରେ ସାମିଲ କରେ। ଏହା ତିନୋଟି ଗୁରୁତ୍ବପୂର୍ଣ ବ୍ୟବସ୍ଥାକୁ ବ୍ୟବସ୍ଥାକୁ ଏକତ୍ର କରି ଏକ ନିୟନ୍ତ୍ରଣ ପ୍ରଣ ପ୍ରଣାଳୀ କାର୍ଯ୍ୟକାରୀ କରେ।

prayash

ପ୍ରଥମଟି ଏକ ମସ୍ତିଷ୍କ- କମ୍ପ୍ୟୁଟର ଇଣ୍ଟରଫେସ୍, ଯାହା ମସ୍ତିଷ୍କର ମୋଟର କର୍ଟେକ୍ସରୁ ସଙ୍କେତ ଗୁଡ଼ିକୁ ଗ୍ରହଣ କରେ। ଦ୍ବିତୀୟଟି ଏକ 6 ଏକ୍ସୋସ୍କେଲେସନ୍ ଯାହା ଚିକିତ୍ସାଗତ ରୋବୋଟିକ୍ ହାତ ଗତିବିଧିକୁ ସହଜ କରିଥାଏ। ତୃତୀୟଟି ଏକ ସଫ୍ଟୱେର୍‌ ଯାହା ମସ୍ତିଷ୍କ ସଙ୍କେତ ଗୁଡ଼ିକ ଏକ୍ସୋ କ୍ରୋସ୍କେଲେସନ୍ ସହିତ ସମନ୍ବୟ ରକ୍ଷା କରେ। ଏହି ଡିଭାଇସ୍ ମସ୍ତିଷ୍କ କାର୍ଯ୍ୟକଳାପକୁ ଶାରୀରିକ ଗତିବିଧୂ ସହିତ ସଂଯୋଗ କରି, ନିଶ୍ଚିତ କରେ ଯେ ମସ୍ତିଷ୍କ, ମାଂସପେଶୀ ଏବଂ ଦୃଶ୍ୟ ସମନ୍ବୟରେ କାର୍ଯ୍ୟ କରେ।

ଫଳରେ ରୋଗୀ ଦ୍ରୁତ ଆରୋଗ୍ୟ ଲାଭ କରନ୍ତି। ଭାରତର ରିଜେନ୍ସି ହସ୍ପିଟାଲ ଏବଂ ବ୍ରିଟେନ୍‌ର ଅଲଷ୍ଟର ବିଶ୍ବବିଦ୍ୟାଳୟ ସହଯୋଗରେ ଏହାର କ୍ଲିନିକାଲ ପରୀକ୍ଷଣରେ ଆଶାନୁରୂପ ଫଳ ମିଳିଛି । ଆଠ ଜଣ ରୋଗୀଙ୍କ ଉପରେ ଏହାର ପରୀକ୍ଷଣ ହୋଇଥିଲା। ଭାରତରେ ୪ ଜଣ ଏବଂ ବ୍ରିଟେନ୍‌ରେ ୪ ଜଣ ରୋଗୀ ମସ୍ତିଷ୍କାଘାତର ବର୍ଷେ/ ଦୁଇ ବର୍ଷ ପରେ ସୁସ୍ଥ ହେବା ବନ୍ଦ କରିଦେଇଥିଲେ। ସେମାନେ ଏହି ଡିଭାଇସ୍ ଦ୍ବାରା ଚିକିତ୍ସିତ ହୋଇ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଛନ୍ତି ।

ଭାରତର ଆପୋଲୋ ହସ୍ପିଟାଲ୍ସ ସହିତ ଏହି ଯନ୍ତ୍ରାଂଶର ବଡ଼ ଧରଣର ପରୀକ୍ଷଣ ଆରମ୍ଭ ହୋଇଛି। ଏହି ଡିଭାଇସ୍ ତିନିରୁ ପାଞ୍ଚ ବର୍ଷ ମଧ୍ଯରେ ରେ ବ୍ୟବସାୟ ଭିତ୍ତରେ ବଜାରରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି। ଏହି ଉଦ୍ଭାବନ ମସ୍ତିଷ୍କାଘାତ ରୋଗୀଙ୍କୁ ନୂତନ ଆଶା ପ୍ରଦାନ କରୁଛି।

kalyan agarbati

Comments are closed.