www.samajalive.in
Sunday, December 7, 2025
26.1 C
Bhubaneswar

ଭୟଙ୍କର ହେଉଛି ଜଙ୍ଗଲ ନିଆଁ : ୧୬ରେ ପହଞ୍ଚିଲାଣି ମୃତ୍ୟୁ ସଂଖ୍ୟା

କାଲିଫର୍ଣ୍ଣିଆ: ଆମେରିକାର କାଲିଫର୍ଣ୍ଣିଆରେ ଲାଗିଥିବା ବନାଗ୍ନି ଥମିବାର ନାଁ ନେଉନାହିଁ। ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି।  ଇତିମଧ୍ୟରେ ଏକାଧିକ ହଲିଉଡ ତାରକାଙ୍କ ମୂଲ୍ୟବାନ ବାସଭବନ ପୋଡି ଛାରଖାର ହୋଇଯାଇଛି। ତେବେ ଲୁମିନାର ଟେକ୍ନୋଲୋଜି କମ୍ପାନୀର ସିଇଓ ଅଷ୍ଟିନ ରସେଲଙ୍କ ବିଳାସପୂର୍ଣ୍ଣ ବାସଭବନ ‘ପ୍ୟାସିଫିକ୍‌ ପାଲିସାଡେସ’ ଭସ୍ମୀଭୂତ ହୋଇଥିବା ଜଣାପଡିଛି। ୧୮ ପ୍ରକୋ​‌ଷ୍ଠ ବିଶିଷ୍ଟ ଏହି ବାସଭବନର ମୂଲ୍ୟ ଭାରତୀୟ ମୁଦ୍ରାରେ ୧୦,୭୭୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଅଗ୍ନିକାଣ୍ଡରେ ଉକ୍ତ ଅଟ୍ଟାଳିକାର ଲୁହା ଓ ସିମେଣ୍ଟ ବିମ୍‌ଗୁଡିକ ଦୃଶ୍ୟମାନ ହେଉଛି। ଅଷ୍ଟିନ ଏହି ଅଟ୍ଟାଳିକାକୁ ମାସିକ ୩.୭୪ କୋଟି ଟଙ୍କାରେ ଭଡା ଦେଇଥିଲେ। ୨୦୨୩ରେ ଏହି ଘରଭଡା ପ୍ରସଙ୍ଗ ଆମେରିକା ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଅପରପକ୍ଷରେ ଏହି ବନାଗ୍ନି ଯୋଗୁଁ କାଲିର୍ଣ୍ଣିଆ ସହର ଓ ଆଖାପାଖ ଅଞ୍ଚଳର ପ୍ରାୟ ୧୦ ହଜାର ବାସଗୃହ କ୍ଷତିଗ୍ରସ୍ତ ହୋଇଛି। ଏକ ଲକ୍ଷ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ସହସ୍ରାଧିକ ଦମକଳ ଏବଂ ହେଲିକପ୍ଟରରୁ ପାଣି ପକାଯାଇ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରାଯାଉଥିଲେ ସୁଦ୍ଧା ଏହା ସମ୍ପୂର୍ଣ୍ଣ ସଫଳ ହୋଇପାରୁନାହିଁ। ଏହା ବ୍ୟତୀତ କାଲିଫର୍ଣ୍ଣିଆର ଦକ୍ଷିଣରେ ବାସ କରୁଥିବା ପ୍ରାୟ ୧୭ ନିୟୁତ ଲୋକ ବନାଗ୍ନି ଧୂଆଁରେ ଅତିଷ୍ଠ ହୋଇପଡିଛନ୍ତି। ଘଣ୍ଟାକୁ ୧୦୦ କିମି ବେଗରେ ପ୍ରବାହିତ ହେଉଥିବା ସାନ୍ତା ଆନା ହରିକେନ୍‌ ପବନ ଯୋଗୁଁ ନିଆଁ ବିଜୁଳି ବେଗରେ ଆଖପାଖ ଅଞ୍ଚଳକୁ ବ୍ୟାପୁଥିବା ଲକ୍ଷ୍ୟ କରାଯାଇଛି। ୧.୫ ନିୟୁତ ଲୋକ ବିଦ୍ୟୁତ୍‌ ସରବରାହରୁ ବଞ୍ଚିତ ହୋଇଛନ୍ତି। ଶତାଧିକ ଦମକଳ ଗାଡି ଓ ହେଲିକପ୍ଟରରୁ ଜଳ ସିଞ୍ଚନ କରାଯାଉଥିଲେ ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇପାରୁନାହିଁ। ତେବେ ଜଳ ସଙ୍କଟ ଯୋଗୁଁ ନିଆଁ ଲିଭାଇବା କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ବନାଗ୍ନିରେ ଷ୍ଟିଫେନ ସ୍ପିଲବର୍ଗ, ଆଦାମ ସାଣ୍ଡଲର, ବିଲି କ୍ରିଷ୍ଟାଲ, ମାଣ୍ଡି ମୁର, ଜାମି ଲି କର୍ଟିସ ଓ ପାରିସ ହିଲଟନଙ୍କ ଭଳି ହଲିଉଡ ତାରକାଙ୍କ ବାସଗୃହ ଭସ୍ମ ହୋଇଯାଇଛି। ଅପରପକ୍ଷରେ ଏହି ବନାଗ୍ନି ଘଟଣାକୁ ନେଇ ଆମେରିକାର ଭାବି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବର୍ତ୍ତମାନ ବାଇଡେନ୍‌ ପ୍ରଶାସନ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ବନାଗ୍ନିରେ ପ୍ରାଣ ହରାଇଥିବା ଏବଂ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ସେ ପ୍ରସ୍ତାବ ଦେଇଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories