www.samajalive.in
Sunday, December 7, 2025
23.1 C
Bhubaneswar

ସ୍ତ୍ରୀର ବେକ କାଟିବା ପରେ ଆତ୍ମସମର୍ପଣ କଲା ସ୍ଵାମୀ

ମାଲକାନଗିରି: ମାଲକାନଗିରି କାଲିମେଳା ଥାନା ଏମଭି ୬୬ ଗାଁରେ ଜଘନ୍ୟ କାଣ୍ଡ। ସ୍ତ୍ରୀର ବେକ କାଟି ହତ୍ୟା କଲା ସ୍ଵାମୀ । ହତ୍ୟା ପରେ ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ ସ୍ଵାମୀ। ସୂଚନା ଅନୁଯାୟୀ  କାଲିମେଳା ଥାନା ଏମଭି ୬୬ ଗାଁର ନୀତେନ୍  ବିଶ୍ଵାସ କାଲିମେଳା  ବଜାରରେ ଥିବା ବ୍ଲକ କଲୋନୀ  ସ୍କୁଲ ସମ୍ମୁଖରେ ଆଖୁ ରସ ବିକ୍ରି କରି ପରିବାର ପ୍ରତିପୋଷଣ କରନ୍ତି। ଗତକାଲି ରାତିରେ କୌଣସି କାରଣକୁ ନେଇ ନୀତେନ୍ ଏବଂ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ନୀତେନ୍ ବିଳମ୍ବିତ ରାତିରେ ସ୍ତ୍ରୀକୁ ଅତି ବିଭତ୍ସ ଭାବରେ କଟୁରୀରେ ହାଣି ହତ୍ୟା କରିଛି। ଏହାପରେ ଅଭିଯୁକ୍ତ ସ୍ଵାମୀ କାଲିମେଳା ଥାନାରେ ଆତ୍ମସମର୍ପଣ କରିଛି। ପୁଲିସ୍ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories