www.samajalive.in
Sunday, December 7, 2025
14.1 C
Bhubaneswar

ପରିବାରର ୫ ଜଣଙ୍କ ମୃତଦେହ ଉଦ୍ଧାର

ମିରଟ : ଉତ୍ତରପ୍ରଦେଶ ମିରଟ ଅଞ୍ଚଳରେ ଏକ ଘରୁ ପରିବାରର ୫ଜଣ ସଦସ୍ୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ଏକ ଦମ୍ପତି ଓ ତାଙ୍କ ତିନି ଝିଅ। ଝିଅମାନଙ୍କର ବୟସ ୧୦ବର୍ଷରୁ କମ୍। ଝିଅମାନଙ୍କ ମୃତଦେହ ବେଡ୍‌ ବକ୍ସ ମଧ୍ୟରୁ ଉଦ୍ଧାର ହୋଇଥିବାବେଳେ ଦମ୍ପତିଙ୍କ ମୃତଦେହ ଘର ଚଟାଣରୁ ଉଦ୍ଧାର କରାଯାଇଛି। ପୁଲିସ କହିବା ଅନୁଯାୟୀ ସମସ୍ତ ମୃତଦେହର ମୁଣ୍ଡରେ ଜୋରରେ ଆଘାତ ଲାଗିବାର ଚିହ୍ନ ରହିଛି। ମୃତ୍ୟୁର କାରଣ ଜଣାପଡି ନଥିବାବେଳେ କୌଣସି ବ୍ୟକ୍ତି ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ କହିଛି। ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଚଳାଇଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories